ETV Bharat / state

ବିଶ୍ବ ଜନଜାତି ଦିବସରେ ଉଠିଲା ବଡ଼ ଦାବି; ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଦିଆଯାଉ ସଂରକ୍ଷଣ - Reservation For Tribal Students

author img

By ETV Bharat Odisha Team

Published : Aug 9, 2024, 4:48 PM IST

World Tribal Day 2024: ବିଶ୍ବ ଜନଜାତି ଦିବସରେ ବଡ଼ ଦାବି ଉଠାଇଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ପଛୁଆବର୍ଗ (OBS /SEBC), ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କୁ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ପାଇଁ କଲେ ଦାବି । ସେପଟେ ନବରଙ୍ଗପୁର କୋଷାଗାର କାର୍ଯ୍ୟାଳୟ ପରିସର ଜେଲକୁ ଜାତୀୟ ସ୍ମାରକୀ ମାନ୍ୟତା ଦାବି । ଅଧିକ ପଢନ୍ତୁ

World Tribal Day 2024
World Tribal Day 2024 (ETV Bharat Odisha)

ଭୁବନେଶ୍ବର/ନବରଙ୍ଗପୁର: ଆଜି ସାରା ବିଶ୍ବ ପାଳୁଛି ଜନଜାତି ଦିବସ । ଆଦିବାସୀ ଲୋକଙ୍କ ଅଧିକାରର ସୁରକ୍ଷା ଓ ଏ ସଂପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ଜନଜାତି ଦିବସ ପାଳନ କରାଯାଉଛି । ତେବେ ଏହି ଅବସରରେ ବଡ଼ ଦାବି ଉଠାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ଶିକ୍ଷା କ୍ଷେତ୍ରରେ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ସଂରକ୍ଷଣ ଦାବି କରିଛନ୍ତି ଶ୍ରୀକାନ୍ତ । ସେପଟେ ନବରଙ୍ଗପୁରରେ କୋଷାଗାର କାର୍ଯ୍ୟାଳୟ ପରିସରରେ ଥିବା ବ୍ରିଟିଶ ଶାସନ କାଳର ପୁରୁଣା ଜେଲକୁ ଜାତୀୟ ସ୍ମାରକୀ ମାନ୍ୟତା ପାଇଁ ଦାବି ଉଠିଛି ।

ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଦିଆଯାଉ ସଂରକ୍ଷଣ (ETV Bharat Odisha)

'ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଦିଆଯାଉ ସଂରକ୍ଷଣ'

ଓଡ଼ିଶା ରାଜ୍ୟରେ ପଛୁଆବର୍ଗ (OBS /SEBC), ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କୁ ଶିକ୍ଷାକ୍ଷେତ୍ରରେ ସାମ୍ବିଧାନିକ ଅଧିକାର ଦେବାକୁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ଚିଠିରେ ଶ୍ରୀକାନ୍ତ ଉଲେଖ କରି କହିଛନ୍ତି, "ରାଜ୍ୟରେ ଉଚ୍ଚଶିକ୍ଷା ସଂଖ୍ୟାନୁପାତରେ ସଂରକ୍ଷଣ ଲାଗୁ ହୋଇନଥିବାରୁ ରାଜ୍ୟରେ 5100 ଏସସି ଏବଂ ଏସଟି ଛାତ୍ରଛାତ୍ରୀ ଡାକ୍ତର ହେବାରୁ ବଞ୍ଚିତ ହେଉଛନ୍ତି । ସେହିଭଳି ଓବିସି ବର୍ଗରେ ମଧ୍ୟ ସରକ୍ଷଣ ନଥିବାରୁ ପାଖାପାଖି 7ହଜାର ଛାତ୍ରଛାତ୍ରୀ ଡାକ୍ତର ହେବାରୁ ବଞ୍ଚିତ ହେଉଛନ୍ତି । କେବଳ MBBS ନୁହେଁ, ବିଡିଏସ, ଫାର୍ମାସି, ନର୍ସିଂ ଆଦିରେ ପଛୁଆବର୍ଗ ପିଲା ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ଆଦୌ ପାଉନାହାଁନ୍ତି । ରାଜ୍ୟରେ 54% ପଛୁଆ ବର୍ଗ ଥିବା ବେଳେ ତାଙ୍କର ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପ୍ରତିଶତ ହେଉଛି ଶୂନ୍ୟ । ସରକାରୀ ଚାକିରିରେ ସେହିଭଳି ଏସସି ଏବଂ ଏସଟି ସଂଖ୍ୟା 38 ପ୍ରତିଶତ ଥିବା ବେଳେ ସେମାନେ 20 ପ୍ରତିଶତ ସରକ୍ଷଣ ଏବଂ ସାଧାରଣ ବର୍ଗ 6 ପ୍ରତିଶତ ଥିବାବେଳେ ତାଙ୍କୁ 10 ପ୍ରତିଶତ ସରକ୍ଷଣ ଦିଆଯାଉଛି । ପଛୁଆବର୍ଗଙ୍କ ପାଇଁ ସରକାର କାହିଁକି ଏତେ ଅବହେଳା କରୁଛନ୍ତି । ତେଣୁ ଆମେ ଦାବି କରୁଛୁ ପଛୁଆବର୍ଗକୁ ତାଙ୍କର ହକ ଦିଆଯାଉ । ଭୁବନେଶ୍ବରରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବୃହତ ହଷ୍ଟେଲ ନିର୍ମାଣ କରନ୍ତୁ ସରକାର ।"

ଜେଲକୁ ଜାତୀୟ ସ୍ମାରକୀ ମାନ୍ୟତା ଦାବି (ETV Bharat Odisha)

ନବରଙ୍ଗପୁର କୋଷାଗାର କାର୍ଯ୍ୟାଳୟ ପରିସର ଜେଲକୁ ଜାତୀୟ ସ୍ମାରକୀ ମାନ୍ୟତା ଦାବି:-

ନବରଙ୍ଗପୁର ଜିଲ୍ଲାରେ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ ହୋଇଛି । ସ୍ବାଧୀନତା ସଂଗ୍ରାମୀ ସହିଦ ସ୍ମୃତି ସଂସଦ ଆନୁକୁଲ୍ୟରେ ଆଜି ଅଗଷ୍ଟ କ୍ରାନ୍ତି ଦିବସ ପାଳନ କରାଯାଇଛି । ନବରଙ୍ଗପୁର କୋଷାଗାର କାର୍ଯ୍ୟାଳୟ ପରିସରରେ ଥିବା ବ୍ରିଟିଶ ଶାସନ କାଳର ପୁରୁଣା ଜେଲ ନିକଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ କ୍ରାନ୍ତି ଦିବସ ପାଳନ କରାଯାଇଥିଲା । ଶହୀଦ ସ୍ମୃତି ସଂସଦର ସଭାପତି ମନୋରଞ୍ଜନ ତ୍ରିପାଠୀ ଅଗଷ୍ଟ କ୍ରାନ୍ତିରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ବ୍ରିଟିଶ ଅମଳର ପୁରୁଣା ଜେଲ ସମ୍ପର୍କରେ ସୂଚନା ଦେଇଥିଲେ ।

କଣ ଏହି ଜେଲର ବିଶେଷତା ?

୧୯୩୭ରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ସ୍ବାଧୀନତା ସଂଗ୍ରାମରେ ଶହ ଶହ ସଂଗ୍ରାମୀ ଝାସ ଦେବା ପରେ ୧୯୩୯ରେ ନବରଙ୍ଗପୁରଠାରେ ଏହି ଜେଲ ସ୍ଥାପିତ ହୋଇଥିଲା । ନବରଙ୍ଗପୁରର ଅନେକ ସ୍ବାଧୀନତା ସଂଗ୍ରାମୀ ଏହି ଜେଲରେ ରହି କାରାବାସ ଭୋଗିଥିଲେ । ଏହି ଜେଲରେ ୮ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜେଲ ପରିସରରେ ୩ ଜଣଙ୍କୁ କବର ଦିଆଯାଇଥିଲା । ସେହି ଅମର ସ୍ବାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାସୀ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା ।

ଏହା ବି ପଢନ୍ତୁ- ଅଗଷ୍ଟ କ୍ରାନ୍ତି ଦିବସ; ବ୍ରିଟିଶ ଶାସନ ପତନର ଅୟମାରମ୍ଭ, ଯେବେ ବାପୁ କହିଥିଲେ 'କର ବା ମର'

ଏହି କାର୍ଯ୍ୟକ୍ରମରେ ବିଧାୟକ ଗୌରୀ ଶଙ୍କର ମାଝୀ, ମନୋହର ରନ୍ଧାରୀ, ଅତିରିକ୍ତ ଜିଲ୍ଲପାଳ ନବୀନ ନାୟକ, ମହେଶ୍ୱର ନାୟକ, ଉପଜିଲ୍ଲାପାଳ ପ୍ରକାଶ ମିଶ୍ରଙ୍କ ସମେତ ସ୍ବାଧୀନତା ସଂଗ୍ରାମୀ ଦାୟାଦ ଯୋଗ ଦେଇଥିଲେ । ଏହି ଐତିହାସିକ ଜେଲ ଭାରତୀୟ ସ୍ବାଧୀନତା ସଂଗ୍ରାମର ସ୍ବର୍ଣ୍ଣିମ ସ୍ମୃତି ବହନ କରୁଥିବାରୁ ଏହାକୁ ଜାତୀୟ ସ୍ମାରକୀରେ ପରିଣତ କରିବା ପାଇଁ ସ୍ବାଧୀନତା ସଂଗ୍ରାମୀ ସହିଦ ସ୍ମୃତି ସଂସଦ ପକ୍ଷରୁ ଦାବି ହୋଇଆସୁଛି । ତେବେ ବାରମ୍ବାର ଦାବୀ ସତ୍ତ୍ବେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ଜେଲର ରକ୍ଷାଣବେକ୍ଷଣ କରାଯାଇନାହିଁ । ବାରମ୍ବାର ଦାବୀ ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ପ୍ରତିବାଦ ସ୍ବରୂପ ଆଜି ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ସ୍ବାଧୀନତା ସଂଗ୍ରାମୀ ସହିଦ ସ୍ମୃତି ସଂସଦର କର୍ମକର୍ତ୍ତା ରାସ୍ତାରେ ଭିକ୍ଷା ମାଗି ପ୍ରତିବାଦ ଜଣାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର/ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.