ETV Bharat / state

ମହାବାତ୍ୟାରୁ ଶିକ୍ଷାଲାଭ କରି ସୁଦୃଢ ହୋଇଛି ଓଡିଶାର ଭିତ୍ତିଭୂମି: ମୁଖ୍ୟ ଶାସନ ସଚିବ - Disaster Resilient Power Systems

author img

By ETV Bharat Odisha Team

Published : Jun 19, 2024, 10:27 PM IST

Disaster Resilient Power Systems Workshop: ଓଡ଼ିଶା ପାଇଁ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ ଭିତ୍ତିଭୂମି କର୍ମଶାଳାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଉଦ୍‌ଘାଟନ କରିଛନ୍ତି । ବାତ୍ୟା, ପ୍ରବଳ ବର୍ଷା, ବନ୍ୟା ଓ ଜଳବନ୍ଦୀରୁ ବିଦ୍ୟୁତ ଭିତ୍ତିଭୂମି କିଭଳି ସୁରକ୍ଷିତ ରହିପାରିବ ସେ ନେଇ ହୋଇଛି ଆଲୋଚନା । ଅଧିକ ପଢନ୍ତୁ

Disaster Resilient Power Systems Workshop
Disaster Resilient Power Systems Workshop (ETV Bharat Odisha)

ଭୁବନେଶ୍ବର: ଭୁବନେଶ୍ବରରେ ଓଡ଼ିଶା ପାଇଁ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ ଭିତ୍ତିଭୂମି କର୍ମଶାଳାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଉଦ୍‌ଘାଟନ କରିଛନ୍ତି । ମୁଖ୍ୟ ଶାସନ ସଚିବ ସବୁ ଭିତ୍ତିଭୂମି ବିପର୍ଯ୍ୟୟ ପ୍ରତିରୋଧୀ ହେବା ଉପରେ ଗୁରୁତ୍ବ ଦେଇଛନ୍ତି । ରାଜ୍ୟ ସରକାର, କେନ୍ଦ୍ର ଶକ୍ତି ମନ୍ତ୍ରାଳୟ, ଓସଡମା, ଗ୍ରୀଡକୋ ଓ କୋଆଲିସନ ଫର ଡିଜାଷ୍ଟର ରେଜିଲିଏଣ୍ଟ ଇନଫ୍ରାଷ୍ଟ୍ରକଚରର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଓଡ଼ିଶାରେ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ଵ ଦିଆଯାଇଛି । ଓଡ଼ିଶା ସରକାର ଓ ସିଡିଆରଆଇଙ୍କ ଦ୍ଵାରା ଓଡ଼ିଶାର ବିଦ୍ୟୁତ ସଂଚାରଣ ଓ ବିତରଣ ଭିତ୍ତିଭୂମି ଆଧାରିତ ପ୍ରକାଶିତ ରିପୋର୍ଟ ଉନ୍ମୋଚିତ ହୋଇଛି ।

ଏହି ରିପୋର୍ଟ ଉପରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ସେମାନଙ୍କର ମତ ରଖିଛନ୍ତି । ୧୯୯୯ ମହାବାତ୍ୟାରୁ ଶିକ୍ଷା ଲାଭ କରି ଓଡିଶା ଏହାର ଭିତ୍ତିଭୂମିକୁ ସୁଦୃଢ କରିଛି । ମହାବାତ୍ୟା ପରଠାରୁ ବିଦ୍ୟୁତ ଭିତ୍ତିଭୂମିକୁ ବିପର୍ଯ୍ୟୟ ପ୍ରତିରୋଧୀ କରାଯିବା ପାଇଁ ଉଦ୍ୟମ ଅବ୍ୟାହତ ରହିଛି । ବିଦ୍ୟୁତ ଭିତ୍ତିଭୂମିକୁ ମଜଭୁତ କରିବା ପାଇଁ ବଜେଟରେ ଅର୍ଥ ବ୍ୟବସ୍ଥା କରାଯାଉଛି । ବାତ୍ୟା ଓ ଅନ୍ୟ ବିପର୍ଯ୍ୟୟରେ ଆଦୌ କ୍ଷତିଗ୍ରସ୍ତ ନହେବା କିମ୍ବା ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ନିର୍ମାଣ ଉପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗୁରୁତ୍ବାରୋପ କରିଛନ୍ତି ।

କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ସାମିଲ ହୋଇଛନ୍ତି । ବାତ୍ୟା ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ କେବଳ ଗୋଟିଏ ବିଭାଗରେ ସୀମିତ ନ ରହି ସମସ୍ତ ବିଭାଗର ନୀତିରେ ଏହା ନିଶ୍ଚିତ ସ୍ଥାନ ପାଇବା ଜରୁରୀ ବୋଲି ସେ କହିଛନ୍ତି । ଜଳ ସମ୍ପଦ ବିଭାଗ ପକ୍ଷରୁ ବହୁ ନିର୍ମାଣ କାର୍ଯ୍ୟ କରାଯାଉଥିବା ଓ ଏଥିରେ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ଵ ଦିଆଯାଉଥିବା ସଂପର୍କରେ ସେ ଆଲୋକପାତ କରିଛନ୍ତି । ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ କହିଛନ୍ତି ଯେ, ରାଜ୍ୟ ସରକାର ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ଵ ଦେଉଛନ୍ତି । ବାରମ୍ବାର ଜଳବାୟୁ ପରିବର୍ତ୍ତନ ଓ ଏହା ଦ୍ଵାରା ଭିତ୍ତିଭୂମି ପ୍ରଭାବିତ ହେବାର ଆଶଙ୍କା ଥିବାରୁ ସେ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣର ଗୁରୁତ୍ଵ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ମୌସୁମୀ ମୁକାବିଲା ପାଇଁ ସିଏମସିରେ ସାଂସଦଙ୍କ ବୈଠକ, ଜଳବନ୍ଦୀ ସମସ୍ୟା ଦୂର ନେଇ ତାଗିଦ - CMC Review Meeting

ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏ ସମ୍ପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । ସେ କହିଥିଲେ ଯେ, ବିପର୍ଯ୍ୟୟ ପ୍ରତିରୋଧୀ ବ୍ୟବସ୍ଥା ଏକ ବୈଶ୍ଵିକ ପ୍ରସଙ୍ଗ । ପ୍ରକାଶ ପାଇଥିବା ରିପୋର୍ଟ କେବଳ ଓଡ଼ିଶା ପାଇଁ ନୁହେଁ । ଅନ୍ୟ ଅଞ୍ଚଳ ପାଇଁ ମଧ୍ୟ ପ୍ରଯୁଜ୍ୟ । ଶିଳ୍ପ କ୍ଷେତ୍ରରେ ମଧ୍ୟ ଏହି ରିପୋର୍ଟର ପ୍ରସ୍ତାବକୁ ଗ୍ରହଣ କରାଯିବା ଉପରେ ସେ ଗୁରୁତ୍ଵ ଦେଇଛନ୍ତି । ଉପକୂଳ ଅଞ୍ଚଳରେ ବାତ୍ୟା, ପ୍ରବଳ ବର୍ଷା, ବନ୍ୟା ଓ ଜଳବନ୍ଦୀ ଯୋଗୁ ଗୁରୁତ୍ଵପୂର୍ଣ୍ଣ ବିଦ୍ୟୁତ ଭିତ୍ତିଭୂମି ପ୍ରଭାବିତ ହେଉଛି । ଏହାର ପୁନଃନିର୍ମାଣ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେବା ସହ ଅନେକ ସମ୍ପତ୍ତି ନଷ୍ଟ ହେଉଛି । ବିଦ୍ୟୁତ ଭିତ୍ତିଭୂମି ଉପରେ ନିର୍ଭରଶୀଳ ଅର୍ଥନୈତିକ, ଶିଳ୍ପ ଓ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି । କିପରି ବିଦ୍ୟୁତ ଭିତ୍ତିଭୂମିକୁ ମଜଭୁତ କରାଯିବ ସେ ନେଇ ବହୁ ପ୍ରସ୍ତାବ ଏହି ରିପୋର୍ଟରେ ଉଲ୍ଳେଖ ରହିଛି ।

ରିପୋର୍ଟ ପ୍ରକାଶ କରିଥିବାରୁ କେନ୍ଦ୍ର ଶକ୍ତି ମନ୍ତ୍ରାଳୟର ଯୁଗ୍ମ ସଚିବ ଶଶାଙ୍କ ଶେଖର ମିଶ୍ର ସିଡିଆରଆଇକୁ ପ୍ରଶଂସା କରିଛନ୍ତି । ଭବିଷ୍ୟତରେ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବିଭିନ୍ନ ସ୍ତରରେ ଆଲୋଚନା କରିବ ବୋଲି ସେ କହିଛନ୍ତି । ଏନଡିଏମଏର ସଦସ୍ୟ ଡକ୍ଟର କ୍ରିଷ୍ଣା ଏସ ବତ୍ସା କହିଛନ୍ତି ଯେ, ଏହି ରିପୋର୍ଟ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ସହାୟକ ହେବ । ସିଡିଆରଆଇର ମହା ନିର୍ଦ୍ଦେଶକ ଅମିତ ପୁରୋହିତ କହିଛନ୍ତି ଯେ, ଏହି ରିପୋର୍ଟ ସମସ୍ତ ଉପକୂଳ ଅଞ୍ଚଳରେ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଉପାଦେୟ ସାବ୍ୟସ୍ତ ହେବ । ଏହି କାର୍ଯ୍ୟକ୍ରମରେ ଶକ୍ତି ବିଭାଗ, ଗ୍ରୀଡକୋ, ଓସଡମା, ଓପିଟିସିଏଲ, ବିତରକ କମ୍ପାନୀର ବରିଷ୍ଠ ଅଧିକାରୀ ସାମିଲ ହେବା ସହ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ସେମାନଙ୍କ ମତ ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.