ETV Bharat / state

ଆଶ୍ବସ୍ତି କଲେ ଡାକ୍ତର, ଜନ୍ମଗତ ହୃଦରୋଗକୁ ନେଇ ରାଜ୍ୟରେ ଚିନ୍ତାଜନକ ପରିସ୍ଥିତି ନାହିଁ

author img

By ETV Bharat Odisha Team

Published : Feb 16, 2024, 8:25 PM IST

Congenital Heart Defect Awareness Week: ଆଜି ରାଜଧାନୀରେ ଜନ୍ମଗତ ହୃଦରୋଗକୁ ନେଇ ସଚେତନତା କର୍ମଶାଳା କେୟାର କନେକ୍ଟ (Care Connect) ଆୟୋଜିତ ହେଇଛି । ଅଧିକ ପଢ଼ନ୍ତୁ,

ଜନ୍ମଗତ ହୃଦ୍‌ରୋଗ ସଚେତନତା ସପ୍ତାହ
ଜନ୍ମଗତ ହୃଦ୍‌ରୋଗ ସଚେତନତା ସପ୍ତାହ
ଜନ୍ମଗତ ହୃଦ୍‌ରୋଗ ସଚେତନତା ସପ୍ତାହ

ଭୁବନେଶ୍ବର: ଆଜି ରାଜଧାନୀରେ କେୟାର କନେକ୍ଟ (Care Connect) କର୍ମଶାଳା ଆୟୋଜିତ ହୋଇଛି । ଜନ୍ମଗତ ହୃଦ୍‌ରୋଗ ସଚେତନତା ସପ୍ତାହ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ କରାଯାଇଛି । ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜନ୍ମଗତ ହୃଦରୋଗରେ ଆକ୍ରାନ୍ତ ହୋଇଥିବା ୫୦ରୁ ଅଧିକ ଶିଶୁ ଏବଂ ତାଙ୍କର ଅଭିଭାବକ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ଜନ୍ମଗତ ହୃଦ୍‌ରୋଗ ସମ୍ପରିକରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି । ତେବେ ରାଜ୍ୟରେ ଏହାକୁ ନେଇ ଚିନ୍ତାଜନକ ପରିସ୍ଥିତି ନଥିବା ଡାକ୍ତର ଲୋକନାଥ ଦାସ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଏହି କର୍ମଶାଳାରେ ଜନ୍ମଗତ ହୃଦ୍‌ରୋଗର ଲକ୍ଷଣ, ଡାକ୍ତରୀ ପରୀକ୍ଷା ଓ ଚିକିତ୍ସା ଏବଂ ଅପରେସନ୍ ପରବର୍ତ୍ତୀ ଜୀବନଶୈଳୀ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି । ବିଶେଷ ଭାବରେ ଛୋଟ ପିଲାଙ୍କ ଠାରେ ଦେଖାଯାଉଛି । ଜନ୍ମଗତ ହୃଦ୍‌ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଫେବୃଆରୀ ୧୪ ତାରିଖ ଠାରୁ ଫେବୃଆରୀ ୨୧ ପର୍ଯ୍ୟନ୍ତ ଜନ୍ମଗତ ହୃଦ୍‌ରୋଗ ସଚେତନତା ସପ୍ତାହ ଭାବରେ ପାଳନ କରାଯାଏ । ଶୀଘ୍ର ଜନ୍ମଗତ ହୃଦ୍‌ରୋଗକୁ ଚିହ୍ନଟ କରି ତାର ସଠିକ୍‌ ଚିକିତ୍ସା କଲେ ସେହି ଶିଶୁମାନେ ମଧ୍ୟ ଏକ ସାଧାରଣ ଶିଶୁଙ୍କ ଭଳି ଏକ ସୁସ୍ଥ ଓ ନୀରୋଗ ଜୀବନ ଅତିବାହିତ କରିପାରିବେ । ତେବେ ରାଜ୍ୟରେ ଦେଖିଲେ ଏହି ହୃଦରୋଗ ଛୋଟ ପିଲାଙ୍କ ପକ୍ଷେ ପ୍ରତି ଏକ ହଜାରରେ ୮ ଜଣ ଶିଶୁ ଆକ୍ରାନ୍ତ ହୋଇଥାନ୍ତି । ବିଶେଷ ଭାବରେ ଓଡ଼ିଶାରେ ମୟୂରଭଞ୍ଜ, କୋରାପୁଟ, କଳାହାଣ୍ଡି ଭଳି ଜିଲ୍ଲା ଗୁଡିକରେ ଏହା ଅଧିକ ଦେଖାଯାଉଛି । ବିଶେଷ ଭାବରେ ଏହି ରୋଗ ଜନ୍ମର ୬ ରୁ ୭ ମାସ ମଧ୍ୟରେ ଏହା ସଠିକ ଭାବରେ ଜଣା ପଡ଼ିନଥାଏ । ତେବେ ପରବର୍ତ୍ତୀ ସମୟରେ ଧିରେ ଧିରେ ଲକ୍ଷଣମାନ ଦେଖାଯାଇଥାଏ।

ଏହା ମଧ୍ୟ ପଢ଼ନ୍ତୁ.... ପାରାଦ୍ବୀପରେ ବିଶ୍ବର ଅନ୍ୟତମ ବୃହତ ଷ୍ଟିଲ କାରଖାନାର ଶିଳାନ୍ୟାସ, ୩୫ ହଜାର ନିଯୁକ୍ତି ସୁଯୋଗ

ଏନେଇ ଡାକ୍ତର ଲୋକନାଥ ଦାସ କହିଛନ୍ତି ଯେ, ‘‘ପୂର୍ବରୁ ଏହି ଚିକିତ୍ସା ଓଡ଼ିଶାରେ ନଥିଲା । ବର୍ତ୍ତମାନ ସରକାରୀ ଏବଂ ଘରୋଇ ହସ୍ପିଟାଲରେ ଏହା ସୁବିଧାରେ ଚିକିତ୍ସା ହୋଇପାରୁଛି । ଓଡ଼ିଶାରେ ଏହାର ମାତ୍ରା ବହୁତ କମ ରହିଛି । ୧ରୁ ୨ ପ୍ରତିଶତ ପିଲାଙ୍କ ଶରୀରରେ ଏହା ଦେଖାଯାଉଛି । କିନ୍ତୁ ପ୍ରତ୍ୟେକ ଦିନ ଓପିଡିରେ ୧୦୦ରୁ ୧୨୦ ରୋଗୀ ହୃଦରୋଗ ଜନିତ ସମସ୍ୟା ନେଇ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି । ବିଶେଷ ଭାବରେ ଗ୍ରାମାଞ୍ଚଳର ଲୋକମାନେ ଏହି ରୋଗରେ ଅଧିକ ଆକ୍ରାନ୍ତ ହୋଇଥାନ୍ତି । ଏହାର ଲକ୍ଷଣ ବିଶେଷ ଭାବରେ ଛୋଟ ଶିଶୁଟି କାନ୍ଦିଲା ସମୟରେ ଦେହରେ ହଳଦିଆ ପଡ଼ିଯିବ, ଚାଲିବା ସମୟରେ ଧଇଁସଇଁ ହେବ, ଖାଇବା ସମୟରେ ବାନ୍ତି ହେବା ଆଦି ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.