ETV Bharat / state

ମମତାର ଅନ୍ୟ ନାମ ‘ମାମି ଅପା’, ଅସହାୟ ନିଷ୍ପେସିତଙ୍କ ପାଇଁ ସାଜିଛନ୍ତି ମସିହା - Dhenkanal

Women's Day Special On Social Worker Puspanjali: ରାତି ପାହିଲେ ବିଶ୍ବ ପାଳିବ ମହିଳା ଦିବସ । ସମାଜରେ ଏମିତି ଅନେକ ନାରୀ ଅଛନ୍ତି ଯିଏ ସମାଜସେବା ପାଇଁ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । ଏମିତି ଜଣେ ମହିଳା ହେଉଛନ୍ତି ସମାଜ ସେବୀ ପୁଷ୍ପାଞ୍ଜଳି ଜେନା । ମହିଳା ଦିବସ ସ୍ପେଶାଲରେ ପଢନ୍ତୁ ‘ମମତାର ଅନ୍ୟ ନାମ ମାମି ଅପା’ ।

ପୁଷ୍ପାଞ୍ଜଳିଙ୍କ ସମାଜ ସେବା ନିଶା
ପୁଷ୍ପାଞ୍ଜଳିଙ୍କ ସମାଜ ସେବା ନିଶା
author img

By ETV Bharat Odisha Team

Published : Mar 7, 2024, 10:12 AM IST

Updated : Mar 7, 2024, 11:11 AM IST

ମାମି ଅପା

ଢ଼େଙ୍କାନାଳ: ବାତ୍ସଲ୍ୟ ମମତାର ଅନ୍ୟ ରୂପ ମାମି ଅପା । ଢେଙ୍କାନାଳ ଠାରୁ ଆରମ୍ଭ କରି ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଏବଂ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗରେ ଜଣେ ବିଶିଷ୍ଠ ଓ ନିଃସ୍ୱାର୍ଥପର ମହିଳା ସମାଜ ସେବୀ ହେଉଛନ୍ତି ପୁଷ୍ପାଞ୍ଜଳି ଜେନା । ସମାଜର ନିଷ୍ପେସିତ ଅସହାୟ ମହିଳା ଓ ଶିଶୁ ମାନଙ୍କୁ ନିଜ କୋଳକୁ ସାଉଁଟି ଜୀଇଁବାର ନୂଆ ରାହା ଦେଖାଇଛନ୍ତି । ନିଜ କଳ୍ପନାର ମାନସ ପୁତ୍ର ସ୍ବେଚ୍ଛାସେବୀ ଅନୁଷ୍ଠାନ ଇନ୍ଦିରା ସମାଜ ମଙ୍ଗଳ ଅନୁଷ୍ଠାନ ଦ୍ୱାରା ପରିଚାଳିତ ବିଶ୍ୱକୁନ୍ତଳ ଶିଶୁଗୃହରେ ‘ମା’’ ଭାବେ ମାମି ଅପା ବେଶ ଜଣାଶୁଣା । ଜଣେ ସ୍ନେହୀ, ମିଷ୍ଠଭାଷୀ ଓ ଆଦରର ମଣିଷ ହେଉଛନ୍ତି ପୁଷ୍ପାଞ୍ଜଳି । ବିଶ୍ବ ମହିଳା ଦିବସରେ ଉପରେ ଜାଣନ୍ତୁ ମାମି ଅପାଙ୍କ ବିଷୟରେ ।

ଢେଙ୍କାନାଳ ସହର ଉପକଣ୍ଠ ମହୁଲପଡା ଠାରେ ତାଙ୍କ ଦ୍ବାରା ପରିଚାଳିତ ଶିଶୁ ଗୃହରେ ୪୦ରୁ ଅଧିକ ଅସହାୟ ଶିଶୁଙ୍କ ଲାଳନ ପାଳନ କରାଯାଉଛି । ଢେଙ୍କାନାଳ ସହରର କୁଞ୍ଜକାନ୍ତ ବାସିନ୍ଦା ସ୍ବର୍ଗତ ବିଶ୍ୱନାଥ ଜେନା ଓ ମାତା ସ୍ବର୍ଗତ ଶକୁନ୍ତଳାଙ୍କ ୪ର୍ଥ କନ୍ୟା ହେଉଛନ୍ତି ପୁଷ୍ପାଞ୍ଜଳି । ପିଲାଟି ଦିନରୁ ପାଠପଢା ସହିତ ବଳକା ସମୟକୁ ସମାଜ ସେବାରେ ବିନିଯୋଗ କରୁଥିଲେ । ଯାହା ତାଙ୍କୁ ଆଜି ସମ୍ପୂର୍ଣ୍ଣ ସମାଜ ସେବାରେ ବ୍ରତୀ କରିଦେଇଛି । ୧୯୮୭ ମସିହାରେ ଇନ୍ଦିରା ସମାଜ ମଙ୍ଗଳ ଅନୁଷ୍ଠାନ ନାମକ ସେ ଏକ ମହିଳା ସ୍ବେଚ୍ଛା ସେବୀ ଅନୁଷ୍ଠାନ ଗଢ଼ିଥିଲେ । ଏହି ଅନୁଷ୍ଠାନ ମାଧ୍ୟମରେ ବେଆଇନ ମହିଳା ଓ ଶିଶୁ ଚାଲାଣ, ଶିଶୁ ବିବାହ, ଘରୋଇ ହିଂସା ଆଦିରେ ପୀଡ଼ିତ ମହିଳା ଏବଂ ଶିଶୁଙ୍କୁ ଆଶ୍ରୟ ଦେଇଥିଲେ ପୁଷ୍ପାଞ୍ଜଳି ।

ଏହା ମଧ୍ୟ ପଢ଼ନ୍ତୁ.... ଘର ପାଲଟିଛି ଖବର କାଗଜ ସଂଗ୍ରହାଳୟ, ଦେଶ ବିଦେଶର ୬୧୫୮ଖଣ୍ଡ ପେପର୍ ସାଇତିଛନ୍ତି ବିମଳ

ଅପରପକ୍ଷରେ ମହିଳା ସଶକ୍ତି କରଣ ସାଙ୍ଗକୁ ସମାଜସେବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସଚେତନତା ସୃଷ୍ଟି କରି ଅନେକ ପୁରସ୍କାର ହାସଲ କରିଛନ୍ତି ପୁଷ୍ପାଞ୍ଜଳି । ତେବେ ମାମି ଅପାଙ୍କୁ ଏବେ ୫୯ବର୍ଷ ବୟସ । ନିଜର ପରିବାର ଘରଦ୍ୱାର ଛାଡି ଚିର ଅବିବାହିତ ରହିବାର ନିଷ୍ପତ୍ତି ନେଇ ଶିଶୁ ଗୃହର କୁନି କୁନି ପିଲାଙ୍କ ଲାଳନ ପାଳନରେ ମଜ୍ଜି ରହିବା ସହ ବିଭିନ୍ନ ବର୍ଗର ଅସହାୟ ମହିଳା ମାନଙ୍କ ସାହାରା ପାଲଟି ଯାଇଛନ୍ତି । ସମାଜ ପ୍ରତି ନିଜର ନିଷ୍ଠା, ତ୍ୟାଗ ଓ ନିସ୍ୱାର୍ଥପରତା ସେବା ତାଙ୍କୁ ଜଣେ ବିଶିଷ୍ଠ ମହିଳା ସମାଜ ସେବୀ ଭାବେ ତାଙ୍କୁ ଆଜି କେବଳ ଢେଙ୍କାନାଳ ନୁହେଁ ସମଗ୍ର ରାଜ୍ୟରେ ତାଙ୍କର ପରିଚୟ ସୃଷ୍ଟି କରିଛି ।

ତେବେ ସେ କହିଛନ୍ତି ଜୀବନର ଅବଶିଷ୍ଠ ସମୟକୁ ସେ ଏହିଭଳି ନିଃସ୍ୱାର୍ଥପର ସମାଜ ସେବାରେ ଉତ୍ସର୍ଗ କରିଦେବେ । ତାଙ୍କର ଏହି ସମାଜ ସେବା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ସେ କହିଛନ୍ତି, ‘‘ଦୀର୍ଘ 35 ବର୍ଷ ହେବ ଇନ୍ଦିରା ସମାଜ ମଙ୍ଗଳ ଅନୁଷ୍ଠାନ ମାଧ୍ୟମରେ ସେ ଢ଼େଙ୍କାନାଳର ବସ୍ତି ତଥା ଗ୍ରାମାଞ୍ଚଳରେ ମହିଳା ଏବଂ ଶିଶୁ ସୁରକ୍ଷା ପାଇଁ କାମ କରି ଆସୁଛନ୍ତି । ସେମାନଙ୍କ ସୁରକ୍ଷା ଏବଂ ତାଙ୍କୁ ସଶକ୍ତ କରାଇବାର ଲକ୍ଷ୍ୟ ରଖିଛନ୍ତି ।’’

ଇଟିଭି ଭାରତ, ଢ଼େଙ୍କାନାଳ

Last Updated : Mar 7, 2024, 11:11 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.