ETV Bharat / state

ଭିନ୍ନକ୍ଷମ ଓ ମହିଳା ବୁଣୁଛନ୍ତି ଶାଢ଼ୀ, ହେଉଛନ୍ତି ଆତ୍ମନିର୍ଭରଶୀଳ - ଶାଢୀ ବୁଣୁଛନ୍ତି ବଲାଙ୍ଗୀରର ଭିନ୍ନକ୍ଷମ

Women became self independent: ସ୍ବାବଲମ୍ବୀ ହେବା ଉଦ୍ଦେଶ୍ୟରେ ଭଳିକି ଭଳି ଶାଢୀ ବୁଣୁଛନ୍ତି ବଲାଙ୍ଗୀରର ଭିନ୍ନକ୍ଷମ ଓ ଏସ୍ଏଚଜି ମହିଳାମାନେ । ସାମାଜିକ ସଂଗଠନ 'ଆଶ୍ରୟ' ପ୍ରୟାସରେ ହୋଇପାରିଛନ୍ତି ଆତ୍ମନିର୍ଭରଶୀଳ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Jan 20, 2024, 8:29 AM IST

Women became self independent

ବଲାଙ୍ଗୀର: ଗୋଟିଏ ଛାତ ତଳେ ବୁଣୁଛନ୍ତି ବିଭିନ୍ନ ପ୍ରକାରର ଶାଢୀ । ଲକ୍ଷ୍ୟ ଆତ୍ମନିର୍ଭରଶୀଳ ହେବା । ରୋଜଗାର କରିବା ଉଦ୍ଦେଶ୍ୟରେ ଭଳିକି ଭଳି ଶାଢୀ ବୁଣୁଛନ୍ତି ବଲାଙ୍ଗୀରର ଭିନ୍ନକ୍ଷମ ଓ ଏସ୍ଏଚଜି ମହିଳାମାନେ । ଜିଲ୍ଲାର ଚଟିଆପାଲିରେ ଥିବା ସାମାଜିକ ସଂଗଠନ 'ଆଶ୍ରୟ' ପ୍ରୟାସରେ ଭିନ୍ନକ୍ଷମ ଓ ମହିଳାମାନେ ଆତ୍ମନିର୍ଭରଶୀଳ ହୋଇଛନ୍ତି । ସମ୍ବଲପୁରୀ ଶାଢ଼ୀର ଚାହିଦା ରହିଥିବା ବେଳେ ଏମାନେ ଦିନକୁ ଶହେରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ।

ବଲାଙ୍ଗୀର ଏକ ଅନୁନ୍ନତ ଜିଲ୍ଲା ଭାବରେ ପରିଗଣିତ ହୋଇ ଆସିଛି । ଜିଲ୍ଲାରୁ ପେଟପାଟଣା ପାଇଁ ଲକ୍ଷାଧିକ ଦାଦନ ଖଟି ଯାଉଛନ୍ତି । ହେଲେ ଏଭଳି ସ୍ଥିତିରେ ମଧ୍ୟ କିଛି ଲୋକ ନିଜର ପରିଶ୍ରମ ବଳରେ ନିଜକୁ ସଫଳ ପ୍ରମାଣିତ କରିଛନ୍ତି । ଜିଲ୍ଲାର ସାମାଜିକ ସଂଗଠନ ଆଶ୍ରୟର ପ୍ରୟାସରେ ଭିନ୍ନକ୍ଷମ ଓ ଗରିବ ମହିଳା ସୁନ୍ଦର ସୁନ୍ଦର ସମଲପୁରୀ ଶଢୀ ସହ ଗାମୁଛା ଓ ରୁମାଲ ବୁଣି ଆତ୍ମନିର୍ଭଶୀଳ ହୋଇଛନ୍ତି । ତେବେ ସମ୍ବଲପୁରୀ ଶାଢୀର ଚାହିଦା ରହିଥିବା ବେଳେ ଏମାନେ ଦିନକୁ ପ୍ରତ୍ୟେକ ଶହେରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି । ଯାହା ସାମାଜିକ ସଂଗଠନ ଦ୍ବାରା ସମ୍ଭବ ହୋଇଛି । ଏହି ସଂଗଠନର ବିଜ୍ଞ ପ୍ରଶିକ୍ଷକ ସମାଜର ଏହି ଦୁର୍ବଳ ବର୍ଗକୁ ଶାଢୀ ବୁଣିବାର ପ୍ରଶିକ୍ଷଣ ଦେଇ ସମସ୍ତଙ୍କୁ ସ୍ବାବଲମ୍ବୀ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ସଫଳ ଚାଷୀ ବିଭୂତି; ସମ୍ମିଳିତ କୃଷି କରିଛି ଆତ୍ମନିର୍ଭରଶୀଳ, ବର୍ଷକୁ 10 ଲକ୍ଷ ରୋଜଗାର

ଏହା ମଧ୍ୟ ପଢନ୍ତୁ- ଡାଏରି ଫାର୍ମ କରିଛି ଆତ୍ମନିର୍ଭରଶୀଳ, ଦୁଗ୍ଧଜାତ ଦ୍ରବ୍ୟ ବିକି ୫୦ରୁ ଊର୍ଦ୍ଧ୍ବ ମହିଳା ସ୍ବାବଲମ୍ବୀ

ତେବେ ଏଯାବତ 50 ରୁ ଅଧିକ ଭିନ୍ନକ୍ଷମ ଏଠାରୁ ପ୍ରଶିକ୍ଷଣ ନେଇଛନ୍ତି । ଏହା ଶିଖିବା ଦ୍ୱାରା ମହିଳା ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ରୋଜଗାର କରି ସ୍ବାବଲମ୍ବୀ ହୋଇଛନ୍ତି ବୋଲି କହିଛନ୍ତି ପ୍ରଶିକ୍ଷକ । ସେପଟେ ଏହି ସଙ୍ଗଠନର ସଭାପତି ତଥା ପରିଚାଳକ କହିଛନ୍ତି ଯେ, 'ସମାଜର ଏହି ଦୁର୍ବଳ ବର୍ଗ ସବୁ ଅନ୍ୟର ସାହାଯ୍ୟର ବଶବର୍ତ୍ତୀ ହୋଇଥାନ୍ତି। ତେବେ ଏମାନଙ୍କୁ ଏଭଳି ତାଲିମ ଦିଆଯିବା ଫଳରେ ସେମାନେ ଆତ୍ମନିର୍ଭରଶୀଳ ହୋଇ ପାରିବେ । ଏଥିସହ ଆଗକୁ ଏମାନେ ନିଜର ସ୍ୱୟଂ ସହାୟକ ଗୋଷ୍ଠୀ ଖୋଲି ଏହି ଶାଢ଼ୀ ବୁଣି ରୋଜଗାର କରିବେ ବୋଲି କହିଛନ୍ତି ।'

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.