ETV Bharat / state

ବୁଥରେ ମହିଳା ପୋଲିଂ ଅଧିକାରୀଙ୍କ ମୃତ୍ୟୁ, 15 ଲକ୍ଷ ସହାୟତା ଘୋଷଣା - polling officer dies - POLLING OFFICER DIES

Woman polling officer dies: କଟକରେ ପୋଲିଂ ଅଧିକାରୀଙ୍କ ମୃତ୍ୟୁ । ବୁଥରେ ଟଳି ପଡିଲେ ମହିଳା ପୋଲିଂ ଅଧିକାରୀ । ହାଡ଼ିବନ୍ଧୁ ନୋଡାଲ ସ୍କୁଲରେ ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ

Woman polling officer dies
Woman polling officer dies (ETV BHARAT ODISHA)
author img

By ETV Bharat Odisha Team

Published : May 26, 2024, 8:23 AM IST

କଟକ: ମତଦାନ ସମୟରେ ବୁଥରେ ଅଘଟଣ । ଡ୍ୟୁଟିରେ ଥିବାବେଳେ ବୁଥରେ ଟଳିପଡିଲେ ମହିଳା ପୋଲିଂ ଅଧିକାରୀ । କଟକର ହାଡିବନ୍ଧୁ ନୋଡାଲ ସ୍କୁଲରେ ଘଟିଛି ଏପରି ଘଟଣା । ମୃତ ପୋଲିଂ ଅଧିକାରୀଙ୍କ ହେଉଛନ୍ତି ସୁଜାତା ମିତ୍ର । ସେ କଟକ ବାସିନ୍ଦା ହୋଇଥିବା ବେଳେ ବାଖରାବାଦ ସ୍କୁଲର ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର 114 ନମ୍ୱର ବୁଥରେ ଥାର୍ଡ ପୋଲିଂ ଅଫିସର ଭାବେ ଗତକାଲି (ଶନିବାର) ସେ କାର୍ଯ୍ୟ କରୁଥିଲେ । ମୃତକଙ୍କ ପରିବାରକୁ 15 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି ।

ବୁଥରେ ମହିଳା ପୋଲିଂ ଅଧିକାରୀଙ୍କ ମୃତ୍ୟୁ, 15 ଲକ୍ଷ ସହାୟତା ଘୋଷଣା (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ପୋଲିଂ ଅଫିସରଙ୍କ ମୃତ୍ୟୁ; ୧୫ ଲକ୍ଷ ଅତିରିକ୍ତ ଆର୍ଥିକ ସହାୟତା ଘୋଷଣା - Polling worker dies

କଟକ କାଜିବଜାର ଅଞ୍ଚଳ ବାସିନ୍ଦା ସୁଜାତା ମିତ୍ର ନିର୍ବାଚନ ଡ୍ୟୁଟି ତୁଲାଉ ଥିବାବେଳେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ତୁରନ୍ତ SCBରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୁଜାତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ମୃତକଙ୍କ ପରିବାର ବର୍ଗକୁ 15 ଲକ୍ଷ ଟଙ୍କାର ଅତିରିକ୍ତ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି । କଟକ ବଡ ମେଡିକାଲରେ ସୁଜାତାଙ୍କ ମୃତଦେହ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ସେପଟେ ସୁଜାତାଙ୍କ ଦେହ ଅସୁସ୍ଥ ଥିବା ଜାଣି ମଧ୍ୟ ତାଙ୍କୁ ରିଲିଭ କରାଯାଇ ନଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ । ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ଏହା ମଧ୍ୟ ପଢନ୍ତୁ-ଭୋଟ ସାରି ଫେରୁଥିବାବେଳେ ଦୁର୍ଘଟଣା, ପୋଲିଂ ଅଧିକାରୀ ମୃତ

ମୃତ ମହିଳାଙ୍କ ସ୍ବାମୀ କହିଛନ୍ତି, ''ହାଡିବନ୍ଧୁ ନୋଡାଲ ସ୍କୁଲରେ ସୁଜାତାଙ୍କ ନିର୍ବାଚନ ଡ୍ୟୁଟି ପଡିଥିଲା । ଦୁଇ ଦିନ ହେଲା ସେ ଡ୍ୟୁଟିରେ ଥିଲେ । ସୁଜତା ଅସୁସ୍ଥ ଅନୁଭବ କରୁଥିବା ଶୁକ୍ରବାର ରାତିରେ କହିଥିଲେ । ଭୋଟିଂ ଚାଲିଥିବା ବେଳେ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିବାର ମୋତେ ଖବର ମିଳିଥିଲା । ଏଥିପାଇଁ ପ୍ରଜାଇଡିଂ ଅଫିସରଙ୍କ ପୁରା ଭୁଲ, ସେ କିଛି ବି ବ୍ୟବସ୍ଥା କରିନାହାନ୍ତି ।''

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.