ETV Bharat / state

ଭାରସାମ୍ୟ ହରାଇ ଓଲଟିଲା କାର, ଜଣେ ମୃତ ଜଣେ ଗୁରୁତର

author img

By ETV Bharat Odisha Team

Published : Feb 2, 2024, 9:01 AM IST

Car Overturns in Nabarangpur: ନବରଙ୍ଗପୁରରେ ଭାରସାମ୍ୟ ହରାଇ ଓଲଟିଲା କାର । ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଯୁବକ ଆହତ । ଅଧିକ ପଢନ୍ତୁ

Car accident in Nabarangpur
ଭାରସାମ୍ୟ ହରାଇ ଓଲଟିଲା କାର
ଭାରସାମ୍ୟ ହରାଇ ଓଲଟିଲା କାର

ନବରଙ୍ଗପୁର: ପାପଡାହାଣ୍ଡିରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା କାର । କାର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରତର ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଠାରୁ ମାଝୀଗୁଡା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଶକୁନ୍ତଳା ପୂଜାରି ଓ ଗୁରୁତର ହେଉଛନ୍ତି ସୁଜିତ ମଣ୍ଡଳ । ଚିକିତ୍ସା ପାଇଁ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଏକ ଏକ ଟାଟା ସଫାରୀ କାରରେ ପାପଡାହାଣ୍ଡି ଗ୍ରାମର 4 ଜଣ ଯୁବକ ଓ ମୃତକ ଶକୁନ୍ତଳା ପୂଜାରୀ ମାଝୀଗୁଡା ଗ୍ରାମ ଅଭିମୁଖେ ଯାଉଥିଲେ । ମାଝୀଗୁଡା ବୁଲାଣି ରାସ୍ତା ନିକଟରେ ଟାଟା ସଫାରୀ କାର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଜମି ଭିତରେ ଓଲଟି ପଡିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଓଲଟିଥିବା କାରରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ଘଟଣାସ୍ଥଳରେ ସକୁନ୍ତଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଙ୍ଗ ସୁଜିତ କୁମାର ମଣ୍ଡଳ ଗୁରୁତର ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ବସ: ଶିକ୍ଷକ ମୃତ, ୪୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଛି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳ ପହଞ୍ଚି ମୃତଦେହ ଜବତ କରିଥିଲା । ପରେ କେଶ ନଂ ୪୨/୨୪ରେ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠଇଛି । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । କାରରେ ମୋଟ ୫ ଜଣ ଯାତ୍ରା କରୁଥିବା ସୂଚନା ମିଳିଛି । ଅନ୍ୟ 3ଜଣଙ୍କ ପରିଚୟ ମିଳିପାରି ନାହିଁ ।

ଗତ ସେପ୍ଟେମ୍ବର ମାସରେ ଚନ୍ଦାହାଣ୍ଡି ଘାଟିରେ ଏକ ସ୍କୁଲ ବସ୍ ଓଲଟିପଡିଥିଲା । ବସଟି ଉମରକୋଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଚନ୍ଦାହାଣ୍ଡିକୁ ଯାଉଥିଲା । ଅଧା ରାସ୍ତାରେ ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଥିଲା ବସ୍ । ଫଳରେ 40ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ ହୋଇ ଥିବାବେଳେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.