ETV Bharat / state

ପ୍ରେମ ବିବାହ, ନିର୍ଯାତନା ପରେ ହତ୍ୟା ! ଯୌତୁକ ପାଇଁ ଶାଶୁଘରେ ଗଲା ବୋହୁର ଜୀବନ - Woman Killed For Dowry

Woman Killed For Dowry: ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ । ଶାଶୁଘର ଲୋକଙ୍କ ନାଁରେ ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jun 23, 2024, 10:38 PM IST

Woman Allegedly Killed By In Laws
Woman Allegedly Killed By In Laws (ETV Bharat Odisha)

ନୟାଗଡ଼: ପ୍ରେମ, ପରେ ବିବାହ, ପୁଣି ନିର୍ଯାତନା ଆଉ ଏବେ ଯୌତୁକ ପାଇଁ ହତ୍ୟା ! ଏଭଳି କିଛି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ସଦର ଥାନା ମାଳିସାହି ଫାଣ୍ଡି ଅନ୍ତର୍ଗତ କଞ୍ଚନବେଲି ଗ୍ରାମରୁ । ଯେଉଁଠି ଯୌତୁକ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପଘର ଲୋକ ।

ସୂଚନା ଅନୁସାରେ, ନୟାଗଡ଼ ଇଟାମାଟି ଥାନା ଅନ୍ତର୍ଗତ ଅରାସାହି ଗ୍ରାମର ରମେଶ ନାହାକଙ୍କ ଝିଅ ୫ ବର୍ଷ ତଳେ ନୟାଗଡ଼ ଜିଲ୍ଲା ମାଳିସାହି ଫାଣ୍ଡି ଅନ୍ତର୍ଗତ କଞ୍ଚନବେଲି ଗ୍ରାମର ବିଜୟ ନାୟକଙ୍କୁ ପ୍ରେମ ବିବାହ କରିଥିଲେ । ବିଜୟ ଖମାରିସାହିଠାରେ ଅବସ୍ଥିତ ପ୍ରେଟୋଲ ଟାଙ୍କିରେ କାମ କରୁଥିଲେ । ସେପଟେ ବିଭିନ୍ନ ସମୟରେ ଶାଶୁ ଓ ବୋହୁଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । କିଛିଦିନ ତଳେ ଶାଶୁ ବୋହୁଙ୍କ ଝଗଡ଼ାକୁ ନେଇ ପତ୍ନୀଙ୍କ ସହ ବିଜୟଙ୍କ ମନୋମାଳିନ୍ୟ ହୋଇଥିଲା । ମହିଳାଙ୍କ ବାପଘର ଲୋକ ଆସି ଏହାକୁ ସମାଧାନ କରିଥିଲେ । ଅନ୍ୟପଟେ ଆଜି (ରବିବାର) ସକାଳୁ ରଞ୍ଜିତା ଘରକାମ ଶେଷ କରି ଗାଁରେ ଥିବା ନଣନ୍ଦଙ୍କ ଘରକୁ ଯାଇଥିଲେ । ନଣନ୍ଦଙ୍କ ପରିବାର ଲୋକେ ବାହାରେ ରହୁଥିବାରୁ ବିଜୟଙ୍କ ପରିବାର ତାଙ୍କ ଦେଖାଶୁଣା କରୁଥିଲେ । ଏପଟେ ଦୀର୍ଘ ସମୟ ଧରି ମହିଳା ଜଣଙ୍କ ନଣନ୍ଦ ଘରକୁ ଯାଇ ନଫେରିବାରୁ ତାଙ୍କ ଶାଶୁ ହାର ଦେଇ ଖୋଜିଖୋଜି କରି ସେଠାରେ ପହଞ୍ଚିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ, ବାପଘର ଲୋକ ଆଣିଲେ ହତ୍ୟା ଅଭିଯୋଗ - New Bride Killed For Dowry

ସେଠାରେ ଶାଶୁ ନିଜ ବୋହୁଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ । ଖବର ପାଇ ପରିବାର ଲୋକ ମହିଳାଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଡାକ୍ତର ରଞ୍ଜିତାଙ୍କୁ ମୃତ ଘୋଷଣା କରିବା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଏହି ଘଟଣାକୁ ନେଇ ମୃତ ମହିଳାଙ୍କ ବାପଘର ଲୋକେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଝିଅକୁ ମାରି ଦେବା ପରେ ଝୁଲାଇ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି । ସଦର ଥାନା ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇଥିବା ବେଳେ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ ହୋଇଛି । ଏହି ମାମଲାରେ ମୃତ ମହିଳାଙ୍କ ସ୍ବାମୀ ବିଜୟ ନାୟକ, ଶାଶୁ ହାର ଦେଇ ଏବଂ ଶ୍ବଶୁର ବୈକୁଣ୍ଠ ନାୟକଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ସଦରଥାନା ଅଧିକାରୀ ଅନିତା ସାହୁଙ୍କ ତତ୍ତ୍ଵାବଧାନରେ ମାଳିସାହି ପାଣ୍ଠି ଅଧିକାରୀ ରାଜେନ୍ଦ୍ର କହଁର ଘଟଣାର ଛାନଭିନ ଚଳାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.