ETV Bharat / state

ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ, ମହିଳାଙ୍କୁ ପିଟିପିଟି ମାରିଦେଲେ - Woman Killed By Neighbour - WOMAN KILLED BY NEIGHBOUR

Woman Allegedly Killed By A Group Of People: ମହିଳାଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା କଲେ ପଡୋଶୀ । ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଧିକ ପଢ଼ନ୍ତୁ

ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା
ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା (ETV Bharat Odisha)
author img

By ETV Bharat Odisha Team

Published : Jun 2, 2024, 10:22 PM IST

ରାୟଗଡ଼ା: ପୂର୍ବ ଶତ୍ରୁତାରୁ ଜଘନ୍ୟ କାଣ୍ଡ । ସାମାନ୍ୟ କଥାକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା କଲେ ପଡୋଶୀ । ସେପଟେ ଏନେଇ ମହିଳାଙ୍କ ସ୍ବାମୀ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ । ରାୟଗଡ଼ ଜିଲ୍ଲାରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।

ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା (ETV Bharat Odisha)

ସୂଚନା ଅନୁସାରେ, ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନ ଅନ୍ତର୍ଗତ ମୋଇଲିଗୁଡା ଗ୍ରାମର ଜଣେ ମହିଳାଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ସ୍ବାମୀ ସୁବେର ନାଏକ । ମହିଳା ଜଣଙ୍କ ହେଉଛନ୍ତି ଦିନାମଣି ନାଏକ । ମୃତକଙ୍କ ସ୍ବାମୀ ସୁବେର ନାଏକ କରିଥିବା ଅଭିଯୋଗ ଅନୁସାରେ, ପୂର୍ବରୁ ତାଙ୍କ ପଡୋଶୀଙ୍କ ସହ ତାଙ୍କର ଝଗଡ଼ା ଲାଗି ରହିଥିଲା । ଗତକାଲି (ଶନିବାର) ରାତିରେ ସେ କୌଣସି କାମରେ ଟିକିରି ଯାଇ ଫେରିବା ସମୟରେ ତାଙ୍କ ସ୍ତ୍ରୀ ଘର ବାରଣ୍ଡାରେ ବସିଥିଲା । ପୂର୍ବ ଝଗଡ଼ାକୁ କେନ୍ଦ୍ର କରି ଗ୍ରାମର ଧନମଣି ନାଏକ, ଭାବି ନାଏକ, ପ୍ରେମିକା ନାଏକ, ସୋନାଲି ନାଏକ, ଜୀବନ ନାଏକ, ଯୁଧିଷ୍ଠିର ନାଏକ ଓ ବୁଧଦେବ ନାଏକ ମିଶି ସୁବେରଙ୍କ ସହ ଝଗଡା କରିଥିଲେ । ଏହି ସମୟରେ ତାଙ୍କ ସ୍ତ୍ରୀ ଦିନାମଣି ଏହାକୁ ବିରୋଧ କରିବାରୁ ତାଙ୍କୁ ସଂଘବଦ୍ଧ ଭାବରେ ମରଣାନ୍ତ ଆକ୍ରମଣ କରିଥିଲେ ପଡୋଶୀ । ଫଳରେ ଘଟଣାସ୍ଥଳରେ ଦିନାମଣି ଅଚେତ ହୋଇ ତଳେ ପଡିଯାଇଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଉଷାପଡା ସ୍ଥିତ ଉତ୍କଳ ହଷ୍ପିଟାଲକୁ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ଦିନାମଣିଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଶୋଇଥିବା ବେଳେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣିଲା ନାବାଳକ, କାରଣ ଅସ୍ପଷ୍ଟ - Balangir Murder

ଏହା ମଧ୍ୟ ପଢ଼ନ୍ତୁ...ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି, ସ୍ତ୍ରୀକୁ ମାରି 14 ଖଣ୍ଡ କଲା ସ୍ବାମୀ - Madhya Pradesh Murder

ଏନେଇ ସୁବେର ଟିକିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଟିକିରି ଥାନା ଆଇଆଇସି ବିଶ୍ଵବନ୍ଦିନୀ ବାଗ ଘୋଟଣସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣାରେ ଜଡିତ ଥିବା ସମସ୍ତ ଅପରାଧୀଙ୍କୁ ଗିରଫ କରାଯାଇ ଟିକିରି ଥାନାରେ ଅଟକ ରଖାଯାଇଥିଲା । ଆଜି (ରବିବାର) ସକାଳୁ ଉତ୍କଳ ହସ୍ପିଟାଲରେ ଥିବା ମୃତଦେହକୁ କାଶିପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା ପୋଲିସ । ଅନ୍ୟପଟେ ଘୋଟଣାସ୍ଥଳକୁ ସାଇନ୍‌ଟିଫିକ ଟିମ ପହଞ୍ଚି ତଦନ୍ତ କରି ଫେରିଯାଇଛଥିବା ଜଣାପଡ଼ିଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.