ETV Bharat / state

ରେମୁଣା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ କିଏ ? ନିର୍ଣ୍ଣାୟକ ହେବକି ବିଜେଡିରୁ ବହିଷ୍କୃତ ବିଧାୟକଙ୍କ ଭୂମିକା - remuna assembly constituency

Remuna Assembly Constituency: ରେମୁଣା ନିର୍ବାଚନ ମଣ୍ଡଳୀରେ ବିଜେଡିରୁ କିଏ ପ୍ରାର୍ଥୀ ହେବ? ନୂଆ ମୁହଁ ସନ୍ଧାନରେ ବିଜେଡି ! ପ୍ରାର୍ଥୀ ତାଲିକାରେ ଅନେକ ଆଶାୟୀ । ଅଧିକ ପଢ଼ନ୍ତୁ

ରେମୁଣା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ କିଏ ?

author img

By ETV Bharat Odisha Team

Published : Apr 9, 2024, 10:56 PM IST

ରେମୁଣା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ କିଏ ?

ବାଲେଶ୍ବର: ନିର୍ବାଚନ ତାରିଖ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଧାନସଭା ଏବଂ ଲୋକସଭା ଆସନରେ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଉଛି । ବାଲେଶ୍ୱରରେ ଶେଷ ପର୍ଯ୍ୟାୟ ନିର୍ବାଚନ ତାରିଖ ଥିବା ବେଳେ ବିଜେଡି ଓ ବିଜେପି 8ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ କିଛି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ମାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାର କେଉଁଠି ବି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ । ଏହାରି ଭିତରେ ବାଲେଶ୍ଵର ଜିଲ୍ଲା ରେମୁଣା ନିର୍ବାଚନ ମଣ୍ଡଳୀରେ ଏଥର ନିର୍ବାଚନ ରୋଚକ ହେବାର ଲକ୍ଷ୍ୟ କରାଯାଉଛି । କାରଣ ବିଜେପି ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ । ବିଜେପି ଗୋବିନ୍ଦ ଚନ୍ଦ୍ର ଦାସଙ୍କ ନାଁ ଘୋଷଣା କରିଥିବା ବେଳେ ବିଗତ ନିର୍ବାଚନରେ ତାଙ୍କ ପ୍ରତିଦ୍ବନ୍ଦୀ ସୁଧାଂଶୁ ପରିଡାଙ୍କୁ ବିଜେଡି ଏଥର ଦଳରୁ ବହିଷ୍କାର କରିବା ପରେ ତାଙ୍କର ଭୂମିକା ଚଳିତ ନିର୍ବାଚନରେ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

ରେମୁଣା ନିର୍ବାଚନ ମଣ୍ଡଳୀ:

୨୦୦୯ରେ ରେମୁଣା ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲା । 2009 ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁଦର୍ଶନ ଜେନା ଏଠାରୁ ବିଜୟୀ ହୋଇଥିଲେ । ପରେ 2014 ନନିର୍ବାଚନରେ ସୁଦର୍ଶନ ଜେନା ପୁୁଣିଥରେ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିର ଗୋବିନ୍ଦ ଦାସଙ୍କ ସହ ପ୍ରତିଦ୍ବନ୍ଦିତା କରିଥିଲେ । ସୁଦର୍ଶନ ଜେନାଙ୍କୁ ପରାଜିତ କରି ରେମୁଣା ବିଧାୟକର ମୁକୁଟ ପିନ୍ଧିଥିଲେ ଗୋବିନ୍ଦ । ଆଉ ସେତେବେଳେ ରେମୁଣା ନିର୍ବାଚନ ମଣ୍ଡଳୀରେ ବିଜେଡି ଦୁର୍ବଳ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା । ସେପଟେ 2019 ନିର୍ବାଚନରେ ବିଜେଡିର ମଙ୍ଗ ଧରିଥିଲେ ସୁଧାଂଶୁ ପରିଡ଼ା । ବିଜେଡିର ମଙ୍ଗ ଧରିବା ପରେ ଦଳର ସଂଗଠନ ସୁଦୃଢ଼ କରିବା ସହ ରେମୁଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ବିଜେଡି କର୍ମୀମାନଙ୍କୁ ନେଇ ନିଜର ପତିଆରା ବିସ୍ତାର କରିବାକୁ ଲାଗିଥିଲେ । ଶେଷରେ ସମସ୍ତଙ୍କ ପ୍ରୟାସରେ 2019 ନିର୍ବାଚନରେ ସୁଧାଂଶୁ ଗୋବିନ୍ଦଙ୍କୁ ହରାଇ ବିଧାୟକ ମୁକୁଟ ପିନ୍ଧିଥିଲେ ।

ସୁଧାଂଶୁଙ୍କ ଅଡୁଆ:

2019 ନିର୍ବାଚନରେ ସୁଧାଂଶୁ ବିଜୟୀ ହେବା ପରେ ଧୀରେଧୀରେ ସୁଧାଂଶୁଙ୍କ କିଛି ପାଖଲୋକ ତାଙ୍କ ହାତ ଛାଡିବାକୁ ଆରମ୍ଭ କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ବିରୋଧରେ ଅନେକ କର୍ମୀ ମେଳି ବାନ୍ଧିବା ସହ ତାଙ୍କ ବିରୋଧରେ କୃଷି ଯନ୍ତ୍ରପାତି ସବସିଡିରେ ଘୋଟାଲା ଅଭିଯୋଗ ଆଣିଥିଲେ । ଶେଷରେ ଏମିତି ଦଳ ଭିତରେ ତିକ୍ତତା ଏବଂ କିଛି ସମସ୍ୟାକୁ ଆଶଙ୍କା କରି ବିଜେଡିରୁ ସୁଧାଂଶୁଙ୍କୁ ବହିଷ୍କାର କରାଯାଇଥିଲା ।

2024 ନିର୍ବାଚନ ବିଜେଡି ଟିକେଟ ଆଶାୟୀ:

ତେବେ ସୁଧାଂଶୁ ବିଜେଡିରୁ ବହିଷ୍କାର ହେବାପରେ ବର୍ତ୍ତମାନ ରେମୁଣାର ବିଜେଡି ଦାୟୁତ୍ବ କିଏ ନେବ ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ଦଳ ଏଥର ସୁଧାଂଶୁଙ୍କ ସ୍ଥାନରେ ନୂଆ ମୁହଁ ଦେବା ନେଇ ଆଶା କରାଯାଉଛି । ସେପଟେ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ତାଲିକା ଦେଖିବାକୁ ମିଳୁଛି । ନୂଆ ମୁହଁ ଦୌଡ଼ରେ ଯେଉଁ କେତେ ଜଣ ଆଶାୟୀ ପ୍ରାର୍ଥୀ ଅଛନ୍ତି ସେମାନଙ୍କ ମଧ୍ୟରୁ ଯୁବ ସମାଜସେବୀ ଗୌତମ ସେଠୀ, ବଂଶୀଧର ଦଳେଇ, ଶାନ୍ତା ଦାସ, ଚନ୍ଦନ ମଲ୍ଲିକ, ବିଜୟ ସେଠି, ଭାରତୀ ଦଣ୍ଡପାଟ, ଦୀପକ ମଲ୍ଲିକ ପ୍ରମୁଖ ବିଜେଡିରୁ ଟିକଟ ପାଇଁ ଆଶାୟୀ ଅଛନ୍ତି ।

2024 ନିର୍ବାଚନକୁ ନେଇ ସୁଧାଂଶୁଙ୍କ ପ୍ରତିକ୍ରିୟା:

ତେବେ ନିର୍ବାଚନକୁ ନେଇ ପାଣିପାଗ ସରଗରମ ହେଉଥିବା ବେଳେ ବିଜେଡିରୁ ବହିଷ୍କୃତ ହୋଇଥିବା ବିଧାୟକ ସୁଧାଂଶୁଙ୍କ ଭୂମିକା ଏଥର ନିର୍ବାଚନରେ କ'ଣ ରହିବ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ହୋଇରହିଛି । ଏନେଇ ସୁଧାଂଶୁଙ୍କୁ ପ୍ରଶ୍ନ କରିବାରୁ ସୁଧାଂଶୁ କହିଛନ୍ତି, "ଗତ ପାଞ୍ଚ ବର୍ଷ ମଧ୍ୟରେ ରେମୁଣା ଯେଉଁ ବିକାଶର ଚିତ୍ର ଦେଖିଛି ତାହା ପୂର୍ବରୁ କେବେ ଦେଖିନଥିଲା । ପଞ୍ଚାୟତ ଠାରୁ ଆରମ୍ଭ କରି ଏନଏସି ପର୍ଯ୍ୟନ୍ତ ସବୁଠି ବିକାଶ କେବଳ 2019 ପର ସମୟରେ ହିଁ ହୋଇଛି । ଯଦି ବିଜେଡି ମୋତେ ଆଉଥରେ ଦଳକୁ ଆମନ୍ତ୍ରଣ କରେ ତେବେ ବିନା ଦ୍ବିଧାରେ ଯୋଗଦାନ କରିବି ଏବଂ ଦଳର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବି । ପରିବାର ଭିତରେ ସେମିତି ମାନମାଳିନ୍ୟ ହୁଏ, କିନ୍ତୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଷଡଯନ୍ତ୍ରର ଶିକାର ହୋଇ ମୁଁ ଆଜି ଦଳରୁ ବାହାରେ ଅଛି । ମାତ୍ର ଦଳ ପ୍ରତି ଏବଂ ଦଳର ସୁପ୍ରିମୋଙ୍କ ପ୍ରତି ମୋର ଆନୁଗତ୍ୟ କାଲି ଯେମିତି ଥିଲା ଆଜି ସେମିତି ଅଛି । ଯଦି ବିଜେଡି ତାଙ୍କୁ ଆମନ୍ତ୍ରଣ ନଦେଇ ଅନ୍ୟ ଲୋକଙ୍କୁ ପ୍ରାର୍ଥୀ କରେ ତେବେ ସେ ସମୟର ନିର୍ବାଚନୀ ମାହୋଲ ଏବଂ ସମର୍ଥକମାନଙ୍କ ମତ ନେଇ ମୁଁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବି କିମ୍ବା ନିରବ ରହିବି ତାହା ଆଗାମୀ ସମୟରେ ଜଣାପଡିବ ।"

ତେବେ ସୁଧାଂଶୁଙ୍କ ଏମିତି ମତ କେଉଁଠି ନା କେଉଁଠି ତାଙ୍କ ଭିତରେ ବିଜେଡି ପ୍ରତି ଥିବା ଆଶକ୍ତି ଏବଂ ଦଳୀୟ ଟିକେଟ ପୁଣିଥରେ ହାତେଇବାର ଉଦ୍ଦେଶ୍ୟ ସ୍ପଷ୍ଟ ବାରି ହୋଇ ପଡୁଛି । ଅନ୍ୟପଟେ ଯଦି ବିଜେଡି ସୁଧାଂଶୁଙ୍କୁ ପୁଣିଥରେ ଦଳକୁ ଆମନ୍ତ୍ରଣ ନ ଜଣାଇଲା ତେବେ ଏଥର ବିଜେପି ପ୍ରାର୍ଥୀ ଗୋବିନ୍ଦ ଦାସ ବିଜୟ ମୁକୁଟ ପିନ୍ଧିବେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ସୁଧାଂଶୁ ରେମୁଣା ନିର୍ବାଚନ ମଣ୍ଡଳୀରେ ନିଜର ସଂଗଠନ ବଜାୟ ରଖୁଥିବା ବେଳେ ଚଳିତ ନିର୍ବାଚନରେ ତାଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି । ତେବେ ଆଗାମୀ ଦିନରେ ପୁଣି ସୁଧାଂଶୁ ବିଜେଡିକୁ ବାହୁଡ଼ି ଦଳୀୟ ଟିକେଟରେ ନିର୍ବାଚନ ଲଢ଼ିବେ କି ସ୍ୱାଧୀନ ଲଢ଼ିବେ କିମ୍ବା କୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରି ତାଙ୍କୁ ବିଜୟ ମୁକୁଟ ପିନ୍ଧାଇବେ ତାହା ସମୟ କହିବ ।

ଏହା ମଧ୍ୟ ପଢ଼ନ୍ତୁ...ଟାଣ ହେଉଛି କଂଗ୍ରେସ ହାତମୁଠା ! ସାମିଲ ହେଲେ ପୂର୍ବତନ ରେମୁଣା ବିଧାୟକ ଓ ବରିଷ୍ଠ ସାମ୍ବାଦିକ

ବିଜେପି ଓ କଂଗ୍ରସେ ପ୍ରାର୍ଥୀ:

ତେବେ ଚଳିତ ନିର୍ବାଚନ ପାଇଁ ବିଜେପି ରେମୁଣା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । 2019 ନିର୍ବାଚନରେ ବିଜେଡି ଠାରୁ ପରାଜିତ ହୋଇଥିବା ଗୋବିନ୍ଦ ଦାସଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ଦଳ । ଗୋବିନ୍ଦ ନିର୍ବାଚନ ବୈତରଣୀରେ କାତ ମାରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଥିବା ବେଳେ କଂଗ୍ରେସ ସୁଦର୍ଶନ ଜେନାଙ୍କୁ ପ୍ରାର୍ଥୀ ଘୋଷଣା କରିପାରେ । ସୁଦର୍ଶନ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ବର୍ତ୍ତମାନ ରେମୁଣାରେ ସୁଦର୍ଶନଙ୍କ ପତିଆରା ଗୋବିନ୍ଦଙ୍କ ଠାରୁ କମ ରହିଥିବା ବେଳେ ବିଜେଡି ପ୍ରାର୍ଥୀଙ୍କ ଉପରେ ସସନ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.