ETV Bharat / state

ସିପିଆର କ'ଣ ? ହୃଦଘାତ ସମୟରେ କେମିତି ବଞ୍ଚାଏ ଜୀବନ, ଜାଣନ୍ତୁ - How to perform CPR

author img

By ETV Bharat Odisha Team

Published : Sep 15, 2024, 7:19 PM IST

How to perform CPR: ସିପିଆର ଏକ ଜରୁରୀକାଳୀନ ପ୍ରକ୍ରିୟା, ଏହା ଜରିଆରେ ହୃଦଘାତରୁ କୌଣସି ବ୍ୟକ୍ତିର ଜୀବନ ବଞ୍ଚାଯାଇପାରିବ । ତେବେ ଏହି ପ୍ରକ୍ରିୟା କ'ଣ ଓ କେମିତି ହୁଏ ? ଶୁଣନ୍ତୁ ଡାକ୍ତରଙ୍କ ଠାରୁ ।

ସିପିଆର କ'ଣ ? ହୃଦଘାତ ସମୟରେ କେମିତି ବଞ୍ଚାଏ ଜୀବନ
ସିପିଆର କ'ଣ ? ହୃଦଘାତ ସମୟରେ କେମିତି ବଞ୍ଚାଏ ଜୀବନ (ETV Bharat)

ଭୁବନେଶ୍ବର: ଅସ୍ବାସ୍ଥ୍ୟକର ଖାଦ୍ୟପେୟ ଓ ଜୀବନଶୈଳୀ ଲାଗି ହୃଦରୋଗ ଅତି ସାଧାରଣ ହୋଇଗଲାଣି । ଆଜିକାଲି ଯୁବବର୍ଗଙ୍କ ମଧ୍ୟରେ ଅଧିକ ହୃଦଘାତ ଦେଖାଯାଉଛି । ଭାରତରେ ପ୍ରତି 4 ଜଣରେ ଜଣଙ୍କର ହୃଦଘାତରେ ମୃତ୍ୟୁ ହେଉଛି । ଏକ ଅଧ୍ୟୟନ ଅନୁଯାୟୀ, କୋଭିଡ ଏବଂ ଏହାର ପରବର୍ତ୍ତୀ ସମୟରେ ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ଘରେ ଥିବା ବେଳେ ହୃଦଘାତର ମାତ୍ରା ୬୦ରୁ ୯୦ ପ୍ରତିଶତ ବୃଦ୍ଧି ପାଇଛି । ତେବେ ହୃଦଘାତ ସମୟରେ କ'ଣ କରିବେ କିପରି ଲୋକର ଜୀବନ ବଞ୍ଚାଇ ପାରିବେ ସେନେଇ ପରାମର୍ଶ ଦେଇଛନ୍ତି ହୃଦରୋଗ ବିଶେଷଜ୍ଞ ଡାକ୍ତର ମହେଶ ପ୍ରସାଦ ଅଗ୍ରୱାଲ । ହଠାତ୍ ହୃଦଘାତ ଆସିଲେ ସିପିଆଇ ପ୍ରକ୍ରିୟା ଦ୍ବାରା ପୀଡିତଙ୍କ ଜୀବନ ବଞ୍ଚାଇବା ଉପରେ ଡାକ୍ତର ଗୁରୁତ୍ବ ଦେଇଛନ୍ତି ।

ସିପିଆର କ'ଣ ? ହୃଦଘାତ ସମୟରେ କେମିତି ବଞ୍ଚାଏ ଜୀବନ (ETV Bharat Odisha)
ଅନେକ ସମୟରେ ଅଚାନକ ଜଣେ ବ୍ୟକ୍ତି ସଙ୍ଗେ ସଙ୍ଗେ ମୂର୍ଚ୍ଛା ହୋଇଯାଏ । ଘରେ ଶୋଇବା ଅବସ୍ଥାରେ ହେଉ ଅବା ଚଲାବୁଲା କିମ୍ବା କୌଣସି କାର୍ଯ୍ୟ କରିବା ବେଳେ ହଠାତ୍ ଶ୍ୱାସ ବନ୍ଦ ହୋଇଯାଇଥାଏ । ଏହାକୁ ପୁଣିଥରେ ଆକ୍ଟିଭ କରିବାକୁ ସିପିଆର କହିଥାଉ । ଯଦି ହାର୍ଟରେ ଏଭଳି କୌଣସି ସମସ୍ୟା ଦେଖାଯାଇଥାଏ ତେବେ ଯଥାସମ୍ଭବ ସିପିଆର୍ ଦେବା ଆବଶ୍ୟକ । ସିପିଆର କେତେ ଜରୁରୀ:-

"ମସ୍ତିଷ୍କରେ ରକ୍ତ ସଞ୍ଚାଳନ ବଜାୟ ରଖିବା ନିମନ୍ତେ ହୃଦ୍‌ଘାତର ୨-୩ ମିନିଟ୍ ମଧ୍ୟରେ କାର୍ଡିଓ-ପଲ୍ମୋନାରୀ ରିସ୍ୟୁସିଟେସନ୍ ବା ସିପିଆଇ (CPR) ପ୍ରଦାନ ବେଶ୍ ଜରୁରୀ । ତୁରନ୍ତ ଚିକିତ୍ସା ସୁବିଧା ନ ମିଳିବା ଓ ଆମ୍ବୁଲାନ୍ସ ନ ଆସିବା ଯାଏ ପୀଡିତଙ୍କୁ ବଞ୍ଚାଇ ରଖିବା ପାଇଁ ସିପିଆର ପ୍ରକ୍ରିୟା ସାହାଯ୍ୟ କରେ ।

ହଠାତ୍ ହୃଦଘାତ ହେଲେ କ'ଣ କରିବେ:-
ପ୍ରଥମେ ସେହି ବ୍ୟକ୍ତିକୁ ସିଧା ଶୁଆଇବା ସହ ସିପିଆର ଦେବାକୁ ପ୍ରସ୍ତୁତ ରୁହନ୍ତୁ । ହୃଦଘାତରେ ହାର୍ଟ ଓ ଫୁସଫୁସକୁ ପୁଣିଥରେ ଆକ୍ଟିଭ କରିବାକୁ ପଡ଼ିଥାଏ । ଯେତେ ଶୀଘ୍ର କରାଯିବ ରୋଗୀ ବଞ୍ଚିବାର ସମ୍ଭାବନା ସେତେ ବଢେ । ୧ ମିନିଟ ବିଳମ୍ବ କଲେ ୧୦ ପ୍ରତିଶତ ବଞ୍ଚିବାର ସମ୍ଭାବନା କମି ଯାଇଥାଏ । ସେହି ମୁହୂର୍ତ୍ତରେ ସିପିଆର ସଙ୍ଗେ ସଙ୍ଗେ କରିବା ଆବଶ୍ୟକ ।

କିଭଳି କରିବେ ସିପିଆର:-
ଏନେଇ ହୃଦରୋଗ ଡାକ୍ତର କହିଛନ୍ତି, ପ୍ରଥମେ ବ୍ୟକ୍ତିଙ୍କୁ ମୁହଁ ଉପରକୁ କରି ଶୁଆଇବା ଆବଶ୍ୟକ । ହାତ ଉପରେ ହାତ ରଖି ଦୁଇ ଛାତିର ହାଡକୁ (ଷ୍ଟନମ) ଦବାଇବେ । ଅତିବେଶୀରେ ୨ରୁ ୨.୫ ଇଞ୍ଚ୍ ଛାତି ଭିତରକୁ ଦବାଇବା ଦରକାର । ଅତିବେଶୀରେ ୧୦୦ରୁ ୧୨୦ ଥର ପ୍ରତି ମିନିଟରେ ଦବାଇବା ଦରକାର । ଏମିତି ୩୦ ଥର ଦବାଇବା ପରେ ମୁହଁରେ ମୁହଁ ଲଗାଇ ଦୁଇ ଥର ନିଃଶ୍ୱାସ ଦେବେ । ଏହାକୁ କୁହାଯାଏ ସିପିଆର । ଏହା ସେପର୍ଯ୍ୟନ୍ତ ଚାଲିଥାଏ ଯେପର୍ଯ୍ୟନ୍ତ ହସ୍ପିଟାଲରେ ପହଞ୍ଚି ନାହାନ୍ତି । ଏମିତିକି ପାଖରେ ଥିବା ଡିଫିଲେଟର ତୁରନ୍ତ ଲଗାଇଲେ ଭଲ ହେବ । ଏହା ହାର୍ଟ ବିଟକୁ କଣ୍ଟ୍ରୋଲକୁ ଆଣିବ ବୋଲି କହିଛନ୍ତି ହୃଦରୋଗ ବିଶେଷଜ୍ଞ ।

ଏହା କେତେ ସଫଳ:-
ଯଦି ଅଧିକ ସମୟ ଧରି ରୋଗୀ ପଡ଼ି ରହେ ତେବେ ବଞ୍ଚିବାର ସମ୍ଭାବନା କମ୍ । ଆରମ୍ଭରୁ ସିପିଆର ଦେଲେ ୯୦ ପ୍ରତିଶତ ବଞ୍ଚିବାର ସମ୍ଭାବନା ରହିଛି । ଯେତେ ଡେରି କରିବେ ସେହି ଅନୁସାରେ ମୃତ୍ୟୁ ଆଶଙ୍କା ବଢିଥାଏ । ସିପିଆଇକୁ ନେଇ ଅଧିକରୁ ଅଧିକ ସଚେତନତା ଆବଶ୍ୟକ ବୋଲି କହିଛନ୍ତି ଡାକ୍ତର ମହେଶ ପ୍ରସାଦ ଅଗ୍ରୱାଲ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.