ETV Bharat / state

କାଳବୈଶାଖୀ କମାଇଲା ତାତି: ଖସିଲା ତାପମାତ୍ରା, ୨୪ ଘଣ୍ଟାରେ ବ୍ରଜପାତ ପାଇଁ ୟେଲୋ ଆଲର୍ଟ - Thunderstorm Alert

author img

By ETV Bharat Odisha Team

Published : Apr 8, 2024, 7:46 PM IST

Thunderstorm Alert: କାଳବୈଶାଖୀ ବର୍ଷା ପ୍ରଭାବରେ ଖସିଛି ତାପମାତ୍ରା । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି। ଜାଣନ୍ତୁ କେଉଁ କେଉଁ ସ୍ଥାନରେ ବଜ୍ରପାତର ଆଶଙ୍କା ରହିଛି ।

Thunderstorm Alert
Thunderstorm Alert
Thunderstorm Alert

ଭୁବନେଶ୍ବର: କାଳବୈଶାଖୀ କମାଇଲା ତାତି। ଗତକାଲି (ଶନିବାର) ପ୍ରବଳ ବର୍ଷାରେ ୧୦ ଡିଗ୍ରୀ ପର୍ଯ୍ୟନ୍ତ କମିଲା ପାରଦ। ରାଜଧାନୀ ଭୁବନେଶ୍ବର ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୭ ରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ କମିଛି। କାଳବୈଶାଖୀ ବର୍ଷା ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି। ଆସନ୍ତାକାଲି (ସୋମବାର) ସକାଳ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁରକୁ ୟେଲୋ ଆଲର୍ଟ ଦିଆଯାଇଛି ।

ସେହିପରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡାକୁ ସତର୍କ ସୂଚନା ଜାରି ହୋଇଛି । ଏହାସହ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, କନ୍ଧମାଳ ଏବଂ ନବରଙ୍ଗପୁରରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ଝଡ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସହ ଘଣ୍ଟାପ୍ରତି ୪୦ ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ପଶ୍ଚିମା ଝଡ ସହ ବାୟୁମଣ୍ଡଳର ଉପରିଭାଗରେ ଥିବା ନିମ୍ନ ଚାପରେଖା ଏବଂ ରାଜ୍ୟକୁ ପ୍ରବେଶ କରୁଥିବା ପ୍ରଚୁର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ମୁହାଁମୁହିଁ ହେବେ । ଫଳରେ ଏହା ପ୍ରତିକ୍ରିୟାଶୀଳ ହୋଇ ଏଭଳି ଭୟଙ୍କର ବଜ୍ରପାତ ଅନୂଭୁତ ହେବା ନେଇ ଆଶଙ୍କା ଦେଖାଦେଇଛି ।

ଏହା ମଧ୍ୟ ପଢନ୍ତୁ...ତାତିରୁ ମିଳିଲା ଆଶ୍ବସ୍ତି, 2ଦିନ କୂଆପଥର ବର୍ଷାକୁ ନେଇ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ - Odisha Weather

ସେହିଭଳି ଆସନ୍ତାକାଲି (ସୋମବାର) ମଧ୍ୟ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୧ଟି ଜିଲ୍ଲାରେ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ୧୦ ତାରିଖଠାରୁ ରାଜ୍ୟରେ ପାଗ ବଦଳିବା ସହ ଧୀରେ ଧୀରେ ତାପମାତ୍ରା ବଢିବ ବୋଲି ଆକଳନ କରାଯାଇଛି । ୩ ଦିନ ମଧ୍ୟରେ ଦିନର ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। ତାପମାତ୍ରା ବୃଦ୍ଧି ହେଲେ ମଧ୍ୟ ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବଜ୍ରପାତ ଜନିତ ବର୍ଷା ପବନ ସମୟରେ ଯଥା ସମ୍ଭବ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.