ETV Bharat / state

IMD ଆଲର୍ଟ: ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୨୦ ସେଣ୍ଟିମିଟରରୁ ଅଧିକ ବର୍ଷିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ - HEAVY RAIN IN ODISHA - HEAVY RAIN IN ODISHA

IMD FORECAST HEAVY RAIN IN ODISHA: ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୨ ଘଣ୍ଟା ପାଇଁ ୯ ଜିଲ୍ଲା ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ପାଞ୍ଚ ଛଅ ଦିନ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ।

HEAVY RAIN IN ODISHA
HEAVY RAIN IN ODISHA (ETV Bharat Odisha)
author img

By ETV Bharat Odisha Team

Published : Aug 6, 2024, 9:49 PM IST

Updated : Aug 7, 2024, 9:57 AM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିବ ଲଗାଣ ବର୍ଷା । ଆସନ୍ତା 5 ରୁ 7 ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଶ୍ୱର୍ବର୍ତ୍ତୀ ବଙ୍ଗଳାଦେଶ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ବାୟୁମଣ୍ଡଳରେ ୭.୬କିମି ଉଚ୍ଚତା ଯାଏଁ ଲମ୍ୱିଛି । ଯାହାର ପ୍ରଭାବରେ ବର୍ଷା ଲାଗି ରହିବ । ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ବର୍ତ୍ତମାନ ରାଜ୍ୟରେ ମୌସୁମୀ ଚାପ ରେଖା ସକ୍ରିୟ ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।

HEAVY RAIN IN ODISHA (ETV Bharat Odisha)

ଆଜିଠୁ ବଢିବ ବର୍ଷା...

ଗତକାାଲିଠାରୁ(ମଙ୍ଗଳବାର)ଠାରୁ ରାଜ୍ୟରେ ବର୍ଷା ବଢିବା ସହ ସାରା ରାଜ୍ୟରେ ଜାରି ରହିଛି ପ୍ରଭାବ । ଆସନ୍ତା ୨୪ ଘଣ୍ଟା ଯାଏଁ ପ୍ରବଳ ଛେଚିବ । ବିଶେଷଭାବେ ଉତ୍ତର ଓଡ଼ିଶାରେ ବର୍ଷାର ବେଶୀ ପ୍ରଭାବ ରହିବ । ଏହି ସ୍ଥିତି ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଆସନ୍ତା ୧୨ ଘଣ୍ଟା ପାଇଁ ନବରଙ୍ଗପୁର, କୋରାପୁଟ, ମାଲକାନଗିରି , କଟକ,ନୟାଗଡ, ବୌଦ୍ଧ, ଅନୁଗୁଳ,ସୁନ୍ଦରଗଡ ଓ ଝାରସୁଗୁଡା ଏହି ୯ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅର୍ଥାତ୍ ୧୨ ରୁ ୨୦ ସେମି ବର୍ଷା ନେଇ ଅରେଞ୍ଜୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

୧୩ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ:

ସେହିପରି ବରଗଡ଼ ,ନୂଆପଡା ,ବଲାଙ୍ଗୀର, କଳାହାଣ୍ଡି, ରାୟଗଡା, ପୁରୀ , ଜଗତସିଂହପୁର, ଖୋର୍ଦ୍ଧା ,ଢେଙ୍କାନାଳ, ସମ୍ବଲପୁର ,ସୋନପୁର, କେନ୍ଦ୍ରାପଡା ଓ ଦେଓଗଡରେ ପ୍ରବଳ ବର୍ଷା ଅର୍ଥାତ ୭ ରୁ ୧୧ ସେମି ବର୍ଷା ନେଇ ୟେଲୋଆଲର୍ଟ ଜାରି କରାଯାଇଛି । ସେହିପରି ସୁନ୍ଦରଗଡ଼,ଦେଓଗଡ଼, ଝାରସୁଗୁଡ଼ା, ସମ୍ବଲପୁର,ବରଗଡ଼, ନବରଙ୍ଗପୁର, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲାଗୁଡ଼ିକୁ ୟେଲୋଆଲର୍ଟ ଜାରି ହୋଇଛି ।

HEAVY RAIN IN ODISHA
HEAVY RAIN IN ODISHA (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ଓଡ଼ିଶା ପାଇଁ IMD ଆଲର୍ଟ : ତିନି ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ! ୧୬ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ - Odisha Weather Update

ଚଳିତ ବର୍ଷ ନିଅଣ୍ଟିଆ ବର୍ଷା:

ଜୁନ ମାସରୁ ଏବେ ସୁଦ୍ଧା ରାଜ୍ୟରେ ୧୧% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଗତ ୪୮ ଘଣ୍ଟାରେ ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡରେ ସର୍ବାଧିକ ୧୪୫.୦ ମିମି ବର୍ଷା ରେକର୍ଡ ହୋଇଛି । ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୫୬୦.୩ ମିମି ବର୍ଷା ରେକର୍ଡ ହୋଇଛି । ୬୨୯.୩ ମିମି ବର୍ଷା ସ୍ୱାଭାବିକ ରହିବା କଥା । ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୩ ଜିଲ୍ଲାରେ ଅଧିକ ବର୍ଷା ଓ ୧୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବାବେଳେ ବାକି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 7, 2024, 9:57 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.