ETV Bharat / state

ଆଜିଠୁ ଭିଜିବ ଦକ୍ଷିଣ ଓଡ଼ିଶା: ୧୯ରୁ ଘଡଘଡି ସହ ପ୍ରବଳ ବର୍ଷା ! ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - WEATHER UPDATE

ଆଜିଠୁ ଦକ୍ଷିଣ ଓଡ଼ିଶାରେ ବର୍ଷା । ୧୯ରୁ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ଅମଳ ହୋଇଥିବା ଧାନ ସୁରକ୍ଷିତ ରଖିବାକୁ ଚାଷୀଙ୍କୁ ପରାମର୍ଶ ।

Weather Update
Weather Update (ETV Bharat Odisha)
author img

By ETV Bharat Odisha Team

Published : 4 hours ago

ଭୁବନେଶ୍ବର: ଆଜିଠାରୁ ଆସନ୍ତା ୫ ଦିନ ପାଇଁ ରାଜ୍ୟରେ ବର୍ଷା ସମ୍ଭାବନା । ସେପଟେ ବର୍ଷା ଯୋଗୁଁ ରାତିର ପାରଦ ମଧ୍ୟ ବୃଦ୍ଧି ପାଇବ। ହେଲେ ଶୀତର ପ୍ରଭାବ କମିବନି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

Weather Update (IMD)

୨୧ ଯାଏଁ ବର୍ଷା:

ଆଜି ଓ ଆସନ୍ତାକାଲି ଅର୍ଥାତ୍ ୧୭ ଓ ୧୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ନେଇ ବିଭାଗ ଆକଳନ କରିଛି । ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଆଞ୍ଚିଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବଙ୍ଗୋପସାଗରରେ ଲଘୁଚାପର ସକ୍ରିୟତା ସହ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ବାୟୁର ଦିଶା ପରିବର୍ତ୍ତନ କାରଣରୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଥିବା ନେଇ ବିଭାଗ ସୂଚନା ଦେଇଛି ।

Weather Update
Weather Update (IMD)

ଘଡଘଡି ପାଇଁ ସତର୍କତା:

ଆଜି ଗଞ୍ଜାମ ଓ ଗଜପତିରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଓ ମାଲକାନଗିରିରେ ବର୍ଷା ହେବାର ସମ୍ଭାବନା ରହିଛି । ୧୯ ରୁ ବର୍ଷାର ପରିମାଣ ବଢିବା ସହ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, କଳାହାଣ୍ଡି, ମାଲକାନଗିରି କୋରାପୁଟ ଓ ନବରଙ୍ଗପୁର ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୦ ତାରିଖରେ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି , ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ସମ୍ୱଲପୁର, ସୋନପୁର ଓ ବଲାଙ୍ଗୀର ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଆସନ୍ତା ୨୪ ଘଣ୍ଟାରେ କଳାହାଣ୍ଡି ଓ ସୁନ୍ଦରଗଡରେ ଘଡଘଡି ପାଇଁ ଚେତାବନୀ ଦେଇଛି। ସେପଟେ ବର୍ଷା ଯୋଗୁଁ ଚାଷୀଙ୍କୁ ସତର୍କ କରାଯାଇଥିବାବେଳେ ଅମଳ କରିସାରିଥିବା ଧାନକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।

Weather Update
Weather Update (IMD)

ଏହା ବି ପଢନ୍ତୁ...କଳାହାଣ୍ଡିରେ ତୁଷାରପାତ, ଜାଡରେ ଥରୁଛି ପୁରା ଜିଲ୍ଲା

ଏହା ମଧ୍ୟ ପଢନ୍ତୁ-ଆସନ୍ତା ୨୪ ଘଣ୍ଟା ଶୀତରେ ଥରିବ ଓଡ଼ିଶା, ୪ ଜିଲ୍ଲାରେ ଘନ କୁହୁଡ଼ି, କାଲିଠୁ ୫ ଦିନ ବର୍ଷା - ODISHA WEATHER UPDATE

ଇଟିଭି ଭାରତ, କଳାହାଣ୍ଡି

ଏହା ବି ପଢନ୍ତୁ...ଜାଡ଼ରେ ଥରୁଛି ଶିମିଳିପାଳ,୧ ଡିଗ୍ରୀକୁ ଖସିଲା ପାରଦ, ଓଡ଼ିଶାରେ ଶୀତ ଲହରୀ

'କମିବନି ଶୀତ'

ପାଣିପାଗ ବିଭାଗ ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, "ବର୍ଷା ଯୋଗୁଁ ରାତିର ପାରଦ ମଧ୍ୟ ବୃଦ୍ଧି ପାଇବ। ହେଲେ ଶୀତର ପ୍ରଭାବ କମିବନି । କାରଣ ଦିନ ତାପମାତ୍ରା ହ୍ରାସ ପାଇବା ସହ ପବନ ମଧ୍ୟ ପ୍ରବାହିତ ହେବ। ବର୍ଷା ଓ କୋହଲା ପାଗ ଦ୍ବାରା ଦିନରେ ଲୋକେ ଅଧିକ ଶୀତ ଅନୁଭବ କରିବେ । ଏପରି ସ୍ଥିତି ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରହିବ । ରାତିରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ବୃଦ୍ଧି ପାଇବ । ୨୨ ରୁ ପୁଣି କମିବ ରାତ୍ରି ତାପମାତ୍ରା । ଅନ୍ୟପଟେ ଗତ ୨୪ ଘଣ୍ଟାରେ ୧୩ ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ରହିଥିବାବେଳେ ରାଉରେକଲାରେ ସର୍ବନିମ୍ନ ତାପମାତ୍ରା ୫.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ପାହାଡିଆ ଅଞ୍ଚଳ ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪. ୭ ରେକର୍ଡ ହୋଇଛି । କଟକ, ଭୁବନେଶ୍ୱର ଓ ସିମିଲିଗୁଡାରେ ୬.୫, ଝାରସୁଗୁଡ଼ାରେ ୭.୨ , ଫୁଲବାଣୀରେ ୭.୫, ସୁନ୍ଦରଗଡରେ ୮.୬, କେନ୍ଦୁଝରରେ ୮.୯ , ଅନୁଗୋଳରେ ୯.୦ , ଭବାନୀପାଟଣା ୯.୦, ନବରଙ୍ଗପୁର କିରେଇ ଓ ଚିପିଲିମାରେ ୯.୦ ଓ ଭଦ୍ରକରେ ୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।"

Weather Update
Weather Update (IMD)

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.