ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନାହିଁ । ଆଗାମୀ ଦୁଇ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ । ସେପଟେ ଆସନ୍ତା ୮ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୫ ଦିନ ପାଇଁ କୌଣସି ଚେତାବନୀ ନଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି ।
୮ ତାରିଖରୁ ବର୍ଷା:
ଆସନ୍ତା ଦୁଇ ଦିନ ଅର୍ଥାତ ଆଗାମୀ ୪୮ ଯାଏଁ ମୁଖ୍ୟତଃ ପାଗ ଶୁଖିଲା ରହିବ । ପରେ ୮ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଯଥା-ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼ । ଏବଂ ୯ ତାରିଖରେ ଗଜପତି, ଗଞ୍ଜାମ, ନୟାଗଡ଼, କଟକ, ଯାଜପୁର ଜିଲ୍ଲା ଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।
ଜିଲ୍ଲା ଗୁଡ଼ିକରେ ମଧ୍ୟମ ଧରଣର କୁହୁଡି ପଡ଼ିବ:
ଆଗାମୀ ୪୮ ଘଣ୍ଟାରେ ଜଗତସିଂହପୁର,ଭଦ୍ରକ,କେନ୍ଦ୍ରାପଡା,ଯାଜପୁର,କନ୍ଧମାଳ,କଳାହାଣ୍ଡି,ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ପଡ଼ିବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ସେହିପରି ଆଗାମୀ ୨ ଦିନ ପାଇଁ ରାଜ୍ୟର ଜିଲ୍ଲା ଗୁଡିକରେ ସର୍ବନିମ୍ନ ତାପମାତ୍ରା ୨ ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି । ବିଶେଷକରି ଉତ୍ତର ଓଡ଼ିଶାରେ ଏହାର ବେଶୀ ପ୍ରଭାବ ରହିବ । ତାପମାତ୍ରା ହ୍ରାସକୁ ନେଇ ୨ ଦିନ ପ୍ରବଳ ଶୀତ ଅନୁଭବ ହେବ । ୩ ଦିନ ପରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହାକୁ ନେଇ ଶୀତ ସାମାନ୍ୟ କମିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
Minimum Temperature Forecast for next 5 days#Odisha #WINTER pic.twitter.com/3lvvb2MQgv
— Meteorological Centre, Bhubaneswar (@mcbbsr) December 6, 2024
କେଉଁଠି କେତେ ତାପମାତ୍ରା ?
ସର୍ବନିମ୍ନ ତାପମାତ୍ରା ପୂର୍ବାନୁମାନ |#Odisha #Weather #OdishaWeather #WeatherForecast pic.twitter.com/c2S8IRr2Vr
— Meteorological Centre, Bhubaneswar (@mcbbsr) December 6, 2024
ଗତ ୨୪ ଘଣ୍ଟାରେ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୧୩.୩ ଡିଗ୍ରୀ ରେକର୍ଡ କରାଯାଇଛି । ପାହାଡିଆ ଅଞ୍ଚଳରେ ଜି ଉଦୟଗିରିରେ ୧୪.୫ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱରରେ ୧୯.୩ ଓ କଟକରେ ୧୯.୦୦ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟରେ କାଁଭାଁ ସ୍ଥାନରେ ବର୍ଷା ହୋଇଥିବା ବେଳେ ହୋଇଥିବାବେଳେ ମାଲକାନଗିରି ପଦିଆରେ ୧୯.୫ ମିମି ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର