ETV Bharat / state

ଗରମରୁ ସାମାନ୍ୟ ଆଶ୍ବସ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା

author img

By ETV Bharat Odisha Team

Published : Mar 7, 2024, 7:15 PM IST

Weather Update: ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସହ ବଦଳିଲା ପାଗ । କମିଲା ତାପମାତ୍ରା । କିଛି ଜିଲ୍ଲାକୁ ଆଲର୍ଟ । ଅଧିକ ପଢନ୍ତୁ

ଗରମରୁ ସାମାନ୍ୟ ଆଶ୍ବସ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା
ଗରମରୁ ସାମାନ୍ୟ ଆଶ୍ବସ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା
ରାଜ୍ୟରେ ବଦଳିଲା ପାଗ, ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା

ଭୁବନେଶ୍ବର: ରାଜ୍ୟରେ ବଦଳିଲା ପାଗ । ଅସହ୍ୟ ଗରମରୁ ମିଳିଲା ସାମାନ୍ୟ ଆଶ୍ବସ୍ତି । ଆଜି ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ରେକର୍ଡ ହୋଇଛି । ଦିନରେ ତାପମାତ୍ରା ସାମାନ୍ୟ କମିବା ସହ ମେଘୁଆ ପାଗ ରହିଥିଲା । ଆଜି ମଧ୍ୟାହ୍ନରୁ ଅପରାହ୍ନ ମଧ୍ୟରେ ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଦେଖିବାକୁ ମିଳିଛି । ଦକ୍ଷିଣ ଓଡ଼ିଶା ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଯାହା ଫଳରେ କିଛି କିଛି ସ୍ଥାନରେ ବର୍ଷା ଦେଖିବାକୁ ମିଳିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି । ସେହିପରି ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ଆସନ୍ତା 24 ଘଣ୍ଟା ପାଇଁ ଆଲର୍ଟ ମଧ୍ୟ ଜାରି କରାଯାଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବୌଦ୍ଧ, ଅନୁଗୁଳ ଓ ଢେଙ୍କାନାଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨ ଦିନ ଯାଏଁ ଉପକୂଳ ସାଙ୍ଗକୁ ବିଭିନ୍ନ ସ୍ଥାନରେ ବର୍ଷା ସ୍ଥିତି ରହିବା ନେଇ ଆକଳନ ପ୍ରକାଶ ପାଇଛି । ଆସନ୍ତା ୪ଦିନ ଯାଏଁ ଘୂର୍ଣ୍ଣିବଳୟ ପ୍ରଭାବରେ ଦିନ କିମ୍ବା ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ । କିନ୍ତୁ ୪ ଦିନ ପରେ, ଅର୍ଥାତ ୧୧ ତାରିଖରୁ ଦିନ ତାପମାତ୍ରା ୩ରୁ ୪ ଡିଗ୍ରୀ କ୍ରମଶଃ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ।

ଫଳରେ ୧୧ ତାରିଖରୁ ପୁଣି ପ୍ରବଳ ଖରା ସାଙ୍ଗକୁ ତାପମାତ୍ରା ବଢିବା ନେଇ ପୂର୍ବାକଳନ କରାଯାଇଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ୧୮. ୩ ମିଲିମଟର ବର୍ଷା ରେକର୍ଡ ହୋଇଛି । ସମ୍ବଲପୁରର ବାମରାରେ ୧୬.୨ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ପାରଳାଖେମୁଣ୍ଡିରେ ୩୮.୩ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ଶ୍ରୀନଗରରେ ପ୍ରଧାନମନ୍ତ୍ରୀ: ‘ଧାରା 370 ନେଇ ଭ୍ରମିତ କରାଯାଉଥିଲା, ଏବେ ଖୋଲା ପବନର ନିଶ୍ବାସ ନେଉଛି କାଶ୍ମୀର’

ତେବେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ରାଜ୍ୟରେ ତାମମାତ୍ରା ବୃଦ୍ଧି ଘଟିଥିଲା । ବିଭିନ୍ନ ସ୍ଥାନରେ ପ୍ରାକ-ଗ୍ରୀଷ୍ମ ପ୍ରବାହ ସଦୃଶ ସ୍ଥିତି ସୃଷ୍ଟି ହୋଇଥିଲା । ଏବେ ଦକ୍ଷିଣ ଓଡ଼ିଶାରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ସାମାନ୍ୟ ବର୍ଷା ହେବା ପରେ ସ୍ଥିତି ବଦଳିଛି । ହେଲେ 4 ଦିନ ପରେ ପୁଣି ଥରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଆକଳନ କହୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.