ETV Bharat / state

ଲୋକଙ୍କ ଆଶା ପୂରଣ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବୁ: ନଗର ଉନ୍ନୟନ ମନ୍ତ୍ରୀ - new govt in Odisha - NEW GOVT IN ODISHA

New Urban Development Minister: 24ବର୍ଷ ଶାସନରେ ସହରାଞ୍ଚଳରେ ଲୋକଙ୍କ ଅନେକ ସମସ୍ୟା ରହିଛି । ସେ ସବୁକୁ ସମାଧାନ କରି ଲୋକଙ୍କ ଆଶା ପୂରଣ କରିବାକୁ କହିଲେ ନୂଆ ନଗର ଉନ୍ନୟନ ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ପାତ୍ର । ଅଧିକ ପଢନ୍ତୁ

ଲୋକ ଆଶା ପୂରଣ ପାଇଁ ନିଷ୍ଠାର ସହ କରିବୁ କାର୍ଯ୍ୟ: ନଗର ଉନ୍ନୟନ ମନ୍ତ୍ରୀ
ଲୋକ ଆଶା ପୂରଣ ପାଇଁ ନିଷ୍ଠାର ସହ କରିବୁ କାର୍ଯ୍ୟ: ନଗର ଉନ୍ନୟନ ମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : Jun 16, 2024, 12:26 PM IST

ଭୁବନେଶ୍ବର: 12 ତାରିଖରୁ ରାଜ୍ୟରେ ବିଜେପି ସରକାର ଶପଥ ଗ୍ରହଣ କରିସାରିଥିବା ବେଳେ ଗତକାଲି ନୂଆ ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ହୋଇଛି । ମୋହନ ସରକାରରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ହୋଇଛନ୍ତି ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ସହରାଞ୍ଚଳରେ ଚାଲିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରି ନୂଆ କାର୍ଯ୍ୟ ଆଗକୁ ନେବା ନୂଆ ମନ୍ତ୍ରୀଙ୍କ ଲାଗି ଚ୍ୟାଲେଞ୍ଜ ହେବ । ବିଶେଷ କରି ବିଭିନ୍ନ ସହରାଞ୍ଚଳରେ ପୂର୍ବ ଶାସକ ଦଳ ‘ବିଜେଡି’ର ଜନପ୍ରତିନିଧିମାନେ ବିଭିନ୍ନ ଦାୟିତ୍ବରେ ଥିବାବେଳେ ତାଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରିବା କୃଷ୍ଣଚନ୍ଦ୍ରଙ୍କ ଲାଗି ଏସିଡ ଟେଷ୍ଟ ସଦୃଶ ହେବାକୁ ଯାଉଛି । ତେବେ ଲୋକଙ୍କ ଆଶା ପୂରଣ ପାଇଁ ସେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ।

ଲୋକ ଆଶା ପୂରଣ ପାଇଁ ନିଷ୍ଠାର ସହ କରିବୁ କାର୍ଯ୍ୟ (ETV Bharat Odisha)

କୃଷ୍ଣ କହିଛନ୍ତି, "ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱ ମିଳିଛି ତାକୁ ତୁଲାଇବି । ଏହି ସରକାର ଜନତା ଜନାର୍ଦ୍ଦନଙ୍କ ସରକାର, ଲୋକଙ୍କ ସରକାର । ଲୋକ ଯାହା ଆଶା ରଖିଛନ୍ତି ଏହି ସରକାର ନିଷ୍ଠାର କରିବ । ଭରସା ରଖି ମୁଖ୍ୟମନ୍ତ୍ରୀ ଯେଉଁ ଦାଇତ୍ୱ ଦେଇଛନ୍ତି, ଆମେ ତାକୁ ସୂଚାରୁ ରୂପେ ତୁଲାଇବୁ । କିପରି ବିଭାଗର ସମସ୍ତ ସୁବିଧା ଲୋକଙ୍କ ପାଖରେ ପହଞ୍ଚିବ, ସେ ଦିଗରେ ଚେଷ୍ଟା କରିବୁ । ଲୋକଙ୍କ ଅସ୍ଥା ଭାଜନ ହେବାକୁ ଭରପୁର ପ୍ରୟାସ କରିବୁ ।"

"ସହରାଞ୍ଚଳର ଲୋକ ବିଜେପିକୁ ଭରସା କରି ଭୋଟ ଦେଇଛନ୍ତି । ଆମ ଉପରେ ବିଶ୍ୱାସ ରଖିଛନ୍ତି । ତେଣୁ ତାଙ୍କ ବିଶ୍ୱାସକୁ ପୂର୍ଣ୍ଣ କରିବା ଲାଗି ଯାହା ଯାହା ପଦକ୍ଷେପ ନେବା କଥା ନେବୁ । ସହରାଞ୍ଚଳର ଲୋକଙ୍କ ସମସ୍ୟା ମୁଁ ଅନୁଭବ କରିଛି । 24 ବର୍ଷର ସରକାର ଥିବା ସ୍ୱତେ ସହରାଞ୍ଚଳ ଲୋକଙ୍କର ଅନେକ ସମସ୍ୟା ରହିଛି । ବହୁତ କଥା ହେବା କଥା ତାହା ହୋଇନାହିଁ । ଯାହା ଅଧୁରା ରହିଛି, ତାହା ଆମେ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରିବୁ । 5 ବର୍ଷ ସୁଯୋଗ ମିଳିଛି । ସହରାଞ୍ଚଳର ଲୋକଙ୍କ ଯାହା ସମ୍ଭବ ତାହା କରିବାକୁ ଚେଷ୍ଟା କରିବା । ଉନ୍ନୟନ କାମ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ଗୋଟିଏ କଥା କହିଛନ୍ତି, ଏହା ଜନତାଙ୍କ ସରକାର । ଲୋକଙ୍କ ସରକାର ଲୋକଙ୍କ ପାଖରେ ପହଞ୍ଚିବ ।"

ଏହା ମଧ୍ୟ ପଢନ୍ତୁ : -ଗୃହ-ଅର୍ଥ ବିଭାଗ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜାଣନ୍ତୁ ଆଉ କହାକୁ ମିଳିଲା କେଉଁ ବିଭାଗ - CM Mohan Majhi allocates portfolios

ଲୋକଙ୍କର ଯେଉଁ ମୌଳିକ ସମସ୍ୟା ରହିଛି, ତାକୁ ତୁଟେଇବା ସରକାରର ଦାୟିତ୍ୱ । ଯାହା ଲୋକାଭିମୁଖୀ ହୋଇଥିବ ତାକୁ ଏ ସରକାର ବନ୍ଦ କରିବ ନାହିଁ । ସେ ପ୍ରକ୍ରିୟା ଜାରି ରହିବ । ରାଜ୍ୟର ପ୍ରତ୍ୟେକ ସହରରେ ବସ୍ତି ବଢୁଛି । ବସ୍ତି ଓ ବସ୍ତି ବାସିନ୍ଦାଙ୍କ ସମସ୍ୟା ସମାଧାନ କରିବା ଦିଗରେ ଆମେ ଚିନ୍ତନ କରିବୁ । ବସ୍ତି ବାସିନ୍ଦା ସ୍ଥାୟୀ ବାସିନ୍ଦା କରିବା ବଡ଼ ମିଶନ ରହିବ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.