ETV Bharat / state

ଯାଜପୁରରେ ଜଳଘେରରେ ବିଦ୍ୟାଳୟ, ବାଜିରେ କୁନିକୁନି ପିଲାଙ୍କ ଜୀବନ: ଭଦ୍ରକରେ 590 ଅଙ୍ଗନବାଡି କ୍ଷତିଗ୍ରସ୍ତ

ଡ୍ରେନ ପାଣି ଘେରରେ ବ୍ୟାସନଗର ସନ୍ତରା ପ୍ରାଥମିକ ବିଦ୍ୟାଳୟ । ଅସରାଏ ବର୍ଷା ହେଲେ ସମ୍ପୂର୍ଣ୍ଣ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି । ସେପଟେ ବାତ୍ୟା ଯୋଗୁଁ ଭଦ୍ରକରେ 590 ଅଙ୍ଗନବାଡି କ୍ଷତିଗ୍ରସ୍ତ ।

ଜଳବନ୍ଦୀରେ ସନ୍ତରା ପ୍ରାଥମିକ ବିଦ୍ୟାଳୟ ; ସ୍ଥାୟୀ ସାଧାନ ପାଇଁ ଦାବି
ଜଳବନ୍ଦୀରେ ସନ୍ତରା ପ୍ରାଥମିକ ବିଦ୍ୟାଳୟ ; ସ୍ଥାୟୀ ସାଧାନ ପାଇଁ ଦାବି (ETV Bharat Odisha)
author img

By ETV Bharat Odisha Team

Published : 6 hours ago

ଯାଜପୁର/ଭଦ୍ରକ: ଜଳବନ୍ଦୀରେ ସରକାରୀ ବିଦ୍ୟାଳୟ । ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି କୁନି କୁନି ଛାତ୍ରଛାତ୍ରୀ । ବିଦ୍ୟାଳୟକୁ ଗଲାବେଳେ ସରୀସୃପର ଭୟ ରହୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିିଳିଛି ବ୍ୟାସନଗର ପୌର ପରିଷଦର ସନ୍ତରା ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟଟି କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ । ବରଂ ଜାତୀୟ ରାଜପଥର 5 ଶହ ମିଟର ଦୂରରେ । ଅସରାଏ ବର୍ଷା ହେଲେ ଏଠାରେ ସମ୍ପୂର୍ଣ୍ଣ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି । ବିଦ୍ୟାଳୟକୁ ଯିବାକୁ ହେଲେ ଛାତ୍ରଛାତ୍ରୀ ନିଜ ଜୀବନକୁ ବିପଦରେ ପକାଇ ପାଣି ଭିତରେ ଯିବାକୁ ପଡୁଛି ।

ଜଳବନ୍ଦୀରେ ସନ୍ତରା ପ୍ରାଥମିକ ବିଦ୍ୟାଳୟ ; ସ୍ଥାୟୀ ସାଧାନ ପାଇଁ ଦାବି (ETV Bharat Odisha)

ଜଳବନ୍ଦୀରେ ସରକାରୀ ବିଦ୍ୟାଳୟ:

ବିଗତ ସରକାର ସମୟରେ ଏହି ସ୍କୁଲକୁ 5T ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ହେଲେ ଅଧାପନ୍ତରିଆ କାମ କରି ଲୋକାର୍ପଣ କରିଦେଇଥିଲେ । ବିଦ୍ୟାଳୟ ଭିତରେ ନା' ଅଛି ରାସ୍ତା ନା' ଅଛି ମୁଖ୍ୟ ଫାଟକ । ହେଲେ ପାଠ ପଡ଼ିବାକୁ ନିଜ ଜୀବନକୁ ବାଜିରେ ଲଗାଇଛନ୍ତି ଛାତ୍ରଛାତ୍ରୀ । ସେପଟେ ତୁରନ୍ତ ଏହି ସମସ୍ୟା ଦୂର କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ସରକାର ଏହି ସ୍କୁଲର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ମାତ୍ର ବାସ୍ତବ ଚିତ୍ର କିନ୍ତୁ ଓଲଟା l ଏସମସ୍ୟା ଦିନେ ଦୁଇ ଦିନରର ନୁହେଁ ବର୍ଷ ବର୍ଷ ଧରି ସ୍କୁଲପିଲା ଏହି ଦୂରାବସ୍ଥା ଭିତରେ ପାଠ ପଢୁଛନ୍ତି ।

ଜଳବନ୍ଦୀରେ ସନ୍ତରା ପ୍ରାଥମିକ ବିଦ୍ୟାଳୟ ; ସ୍ଥାୟୀ ସାଧାନ ପାଇଁ ଦାବି
ଜଳବନ୍ଦୀରେ ସନ୍ତରା ପ୍ରାଥମିକ ବିଦ୍ୟାଳୟ ; ସ୍ଥାୟୀ ସାଧାନ ପାଇଁ ଦାବି (ETV Bharat Odisha)

ସ୍କୁଲରେ ପଶୁଛି ଡ୍ରେନ ପାଣି :

ପ୍ରତିବର୍ଷ ବର୍ଷା ଦିନ ଆସିଲେ ଛାତ୍ରଛାତ୍ରୀଙ୍କର ସ୍କୁଲ ଆସିବାକୁ ଅମଙ୍ଗ ହେଉଛନ୍ତି l ବର୍ଷା ହେବା ମାତ୍ରେ ସହର ସମସ୍ତ ଆବର୍ଜନା ପାଇଁ ସ୍କୁଲକୁ ଘେରି ରୁହେ l ବିଦ୍ୟାଳୟ ଭିତରକୁ ଆବର୍ଜନା ଡ୍ରେନ ପାଣି ଘେରରେ ରୁହେ । ଛାତ୍ରଛାତ୍ରୀ ଓ ଶିକ୍ଷକ ସମସ୍ତଙ୍କୁ ପ୍ରତିଦିନ ଆଣ୍ଠିଏ ପାଣିରେ ପଶି ସ୍କୁଲ ଯିବାକୁ ପଡେ । ବେଳେବେଳେ ଅସାବଧାନତା କାରଣରୁ ଛାତ୍ରଛାତ୍ରୀ ମାନେ ପାଣିରେ ପଡି ଓଦା ହୋଇ କ୍ଲାସ କରିପାରନ୍ତି ନାହିଁ । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ସବୁଦିନ ଡ୍ରେନପାଣିରେ ପଶି ସ୍କୁଲ ଯିବାହେତୁ ଅନେକ ରୋଗ ହେବ ସହ ସାପ ଭୟ ମଧ୍ୟ ରହୁଛି ।ଏଥିପାଇଁ ବିଦ୍ୟାଳୟରେ ଉପସ୍ଥାପନା କମିବା ସହିତ ଧିରେ ଧିରେ ପିଲା ସ୍କୁଲ ଆସିବା ଛାଡ଼ିଦେଲେଣି ।

ଏମିତି କହିଲେ ପୌର ନିର୍ବାହୀ ଅଧିକାରୀ:

ସେପଟେ ତୁରନ୍ତ ଡ୍ରେନ ପାଣି ନିଷ୍କାସନ ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ଏନେଇ ପୌର କାର୍ଯ୍ୟାଳୟ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଏହି ସମସ୍ୟା ବିଷୟରେ ବାରମ୍ବାର ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ପୌର ନିର୍ବାହୀ ଅଧିକାରୀ ନମ୍ରତା ମୋଦି କହିଛନ୍ତି, "ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ଯଥାଶୀଘ୍ର ଏହି ସମସ୍ୟା ସମାଧାନ କରାଯିବ ।"

ଏହା ମଧ୍ୟ ପଢନ୍ତୁ ...କେନ୍ଦ୍ରାପଡ଼ାର ୨ ଅଭିଶପ୍ତ ଗାଁ, ଆଖି ସାମ୍ନାରୁ ୩୭ ଜଣଙ୍କୁ ଭସାଇ ନେଲା ୧୯୯୯ ମହାବାତ୍ୟା ସମୁଦ୍ର ଢେଉ

ଏହା ମଧ୍ୟ ପଢନ୍ତୁ ...ବାତ୍ୟା ପରେ ବାଲେଶ୍ୱରରେ ବନ୍ୟା ସ୍ଥିତି, ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ

ଏହା ମଧ୍ୟ ପଢନ୍ତୁ ...ବାତ୍ୟା ପରେ ବନ୍ୟା ଦାଉରେ ଅସ୍ତବ୍ୟସ୍ତ ଜନଜୀବନ, ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଓ ଜିଲ୍ଲାପାଳ

ଭଦ୍ରକରେ କିପରି ରହିଛି ବାତ୍ୟା ପରବର୍ତ୍ତୀ ସ୍ଥିତି (ETV Bharat Odisha)

ଭଦ୍ରକରେ କିପରି ରହିଛି ବାତ୍ୟା ପରବର୍ତ୍ତୀ ସ୍ଥିତି:

ଭଦ୍ରକ ଜିଲ୍ଲାରେ ବାତ୍ୟା ପରବର୍ତ୍ତୀ ସ୍ଥିତି କିପରି ରହିଛି ଏନେଇ ଆଜି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କହିଛନ୍ତି," ବାତ୍ୟା ଏବଂ ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ପ୍ରଥମେ ବାତ୍ୟା ଓ ପରେ ସାଳନ୍ଦୀ ନାଳିଆ ଏବଂ ରେବ କପାଳୀ ନଦୀରେ ଆସିଥିଲା ବନ୍ୟା । ଫଳରେ ପ୍ରଭାବିତ ହୋଇଛି ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳ । ତିହିଡି ବ୍ଲକର 5 ଗୋଟି ପଞ୍ଚାୟତ ଅଧିକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ବିଶେଷ ପ୍ରଭାବିତ ହୋଇଛି ଧାନ ଚାଷ ଓ ତଳିଆ ଅଞ୍ଚଳରେ ଚାଳ ଘର । ପ୍ରଶାସନ ପକ୍ଷରୁ ବିପନ୍ନ ଲୋକଙ୍କୁ ସହାୟତା ସହିତ କ୍ଷୟକ୍ଷତିର ଆକଳନ ପାଇଁ ଆରମ୍ଭ ହୋଇଛି କାର୍ଯ୍ୟ । "

କେତେ ପ୍ରଭାବିତ ଭଦ୍ରକ ଜିଲ୍ଲା:

ପ୍ରାଥମିକ ତଥ୍ୟ ଅନୁଯାୟୀ, ଜିଲ୍ଲାରେ 590 ଅଙ୍ଗନବାଡି କ୍ଷତିଗ୍ରସ୍ତ ହୋଇଛି । 1600ରୁ ଅଧିକ ରାସ୍ତା ନଷ୍ଟ ହୋଇଥିବା ବେଳେ 140 କଲଭର୍ଟ ଧୋଇ ଯାଇଛି । ଜିଲ୍ଲାର 972 ସ୍କୁଲ ବାତ୍ୟା ଏବଂ ବନ୍ୟାରେ ନଷ୍ଟ ହୋଇଛି । ଜିଲ୍ଲାର 95 ପ୍ରତିଶତ ଗ୍ରାମ ପ୍ରଭାବିତ ହୋଇଛି । ଅର୍ଥାତ୍ 1308 ଗ୍ରାମରୁ 1243 ଗ୍ରାମ ପ୍ରଭାବିତ ହୋଇଛି । ସେହିପରି 14 ଲକ୍ଷ 20 ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ 12 ଲକ୍ଷ ପଶୁ ସମ୍ପଦ ପ୍ରଭାବିତ ହୋଇଛନ୍ତି । ତେବେ ଚଳିତ ମାସ 30 ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କୁ ଭଦ୍ରକ ଜିଲ୍ଲାର କ୍ଷୟକ୍ଷତି ନେଇ ରିପୋର୍ଟ ଦେବ ଜିଲ୍ଲା ପ୍ରଶାସନ ।

ଇଟିଭି ଭାରତ,ଯାଜପୁର/ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.