ETV Bharat / state

ମାଆ ଶୁଦ୍ଧିକ୍ରିୟା ପାଇଁ ମାଗୁଥିଲେ ଭିକ, ଖବର ପ୍ରସାରଣ ପରେ ପହଞ୍ଚିଲା ସହାୟତା - ମାଆ ଶୁଦ୍ଧିକ୍ରିୟା ପାଇଁ ମାଗୁଥିଲେ ଭିକ

NGO Helps: ମୃତ ମାଆ ଶୁଦ୍ଧିକ୍ରିୟା ପାଇଁ ଭିନ୍ନକ୍ଷମ ଭାଇ ଭଉଣୀ ଭିକ ମାଗୁଥିବା ଖବର ପ୍ରସାରଣ ପରେ ମିଳିଛି ସହାୟତା । ଅଧିକ ପଢ଼ନ୍ତୁ

ଶୁଦ୍ଧିକ୍ରିୟା ପାଇଁ ମାଗୁଥିଲେ ଭିକ
ଶୁଦ୍ଧିକ୍ରିୟା ପାଇଁ ମାଗୁଥିଲେ ଭିକ
author img

By ETV Bharat Odisha Team

Published : Jan 24, 2024, 7:13 AM IST

ଶୁଦ୍ଧିକ୍ରିୟା ପାଇଁ ମାଗୁଥିଲେ ଭିକ

ବାଲେଶ୍ବର: ମୃତ ମାଆ ଶୁଦ୍ଧିକ୍ରିୟା ପାଇଁ ଭିନ୍ନକ୍ଷମ ଭାଇ ଭଉଣୀ ବାର ଦୁଆର ବୁଲି ଭିକ ମାଗୁଥିବା ଖବର ପ୍ରସାରଣ ପରେ ମିଳିଛି ସହାୟତା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲୋକେ ବଢ଼ାଇଛନ୍ତି ସହାୟତାର ହାତ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଅସହାୟ ପରିବାରକୁ ସହାୟତା ଯୋଗାଇ ଦିଆଯାଇଛି ।

ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ସୋମନାଥପୁର ସିହାଣୀ ପୋଖରୀ ସାହିର ରତ୍ନାକର ଜେନାଙ୍କ ସ୍ତ୍ରୀ ଜେମାମଣି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଆଖି ବୁଝିଥିଲେ । ତେବେ ଜେମାମଣି ଥିଲେ ତାଙ୍କ ଘରର ରୋଜଗାରୀଆ ମହିଳା । ଚାରିପ୍ରାଣୀ ସଂସାରରେ ତାଙ୍କ ସ୍ବାମୀ ହେଉଛନ୍ତି ମାନସିକ ରୋଗୀ, ସେପଟେ ପୁଅ ଏବଂ ଝିଅ ଭିନ୍ନକ୍ଷମ । ଯେଉଁଠି ଜେମାମଣି ଭାଗ ଚାଷ ସହିତ ଅନ୍ୟାନ ଘରକାମ କରି ପରିବାର ପୋଷଣ କରୁଥିଲେ । ଅଭାବ ଅସୁବିଧା ଭିତରେ ବି ଜୀବନ ବିତି ଯାଉଥିଲା । ହେଲେ ବିଧାତାର ଖେଳ ଆଗରେ କିଏ ବା ଜିତି ପାରିବ । ଏହାରି ଭିତରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଗଲେ ଜେମାମଣି । ତେବେ 5ଦିନ ତଳେ ମୁଖ କର୍କଟ ପାଇଁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜେମାମଣି ପ୍ରାଣ ହରାଇଥିଲେ । ତାଙ୍କ ଉପାର୍ଜିତ ଅର୍ଥ ସବୁ ତାଙ୍କ ଚିକିତ୍ସାରେ ବିନିଯୋଗ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ... ମାଆଙ୍କ ଦେହାନ୍ତ ପରେ ବେସାହାରା ପରିବାର, ଶୁଦ୍ଧିକ୍ରିୟା ପାଇଁ ଭିକ୍ଷା ମାଗୁଛନ୍ତି ଭିନ୍ନକ୍ଷମ ଭାଇ-ଭଉଣୀ

ଜେମାମଣୀଙ୍କ ମୃତ୍ୟ ପରେ ଏବେ ସ୍ବାମୀଙ୍କ ସମେତ ଦୁଇ ଭିନ୍ନକ୍ଷମ ଭାଇ ଭଉଣୀ ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇଯାଇଥିଲେ । ଫଳ ସ୍ବରୁପ ତାଙ୍କ ଶୁଦ୍ଧିକ୍ରିୟା ପାଇଁ ତାଙ୍କ ଭିନ୍ନକ୍ଷମ ପୁଅଝିଅ ଘର ଘର ବୁଲି ସହାୟତା ମାଗୁଥିଲେ । ତାଙ୍କ ସହାୟତା ପାଇଁ ଗାଁ ଲୋକମାନେ ମଧ୍ୟ ଅନୁରୋଧ କରିଥିଲେ । ଏହି ଖବର ପ୍ରସାରଣ ପରେ ସମାଜସେବୀ ହିମାଂଶୁ ଶେଖର ବେହେରା ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଆର୍ଥିକ ଓ ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଏବେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଶୁଦ୍ଧିକ୍ରିୟା ପାଇଁ ପନିପରିବା ଠାରୁ ଆରମ୍ଭ କରି ତେଲ ଲୁଣ ଏବଂ ଅନ୍ୟାନ ସାମଗ୍ରୀ ଯୋଗାଇ ଦେଇଛନ୍ତି ସ୍ବେଚ୍ଛାସେବୀ ସଂଗଠନ । ସେପଟେ ଅନେକ ସଦୃଦୟ ବ୍ୟକ୍ତି ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି । ସହାୟତା ପାଇ ଖୁସି ଅଛନ୍ତି ପରିବାର ଲୋକ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.