ETV Bharat / state

କ୍ୟାଡର ରୁଲ୍ ଦାବିରେ କୃଷି କ୍ଷେତ୍ର କର୍ମଚାରୀଙ୍କ ଆନ୍ଦୋଳନ

VLW association protest: ଗ୍ରାମ୍ୟ କୃଷି କର୍ମଚାରୀଙ୍କ କ୍ୟାଡରର ପୁନର୍ଗଠନ ସମେତ ଅନ୍ୟାନ୍ୟ ଦାବିରେ ବୌଦ୍ଧ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଶାନ୍ତିପୂର୍ଣ୍ଣ ଧାରଣା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 13, 2024, 2:50 PM IST

Updated : Feb 13, 2024, 3:16 PM IST

ବିଭିନ୍ନ ଦାବିରେ କୃଷି କ୍ଷେତ୍ର କର୍ମଚାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ

ବୌଦ୍ଧ: ଧାରଣାରେ ଗ୍ରାମ୍ୟ କୃଷି କର୍ମଚାରୀ । କ୍ୟାଡର ରୁଲ ପରିବର୍ତ୍ତନ, ୪୨୦୦ ଗ୍ରେଡ ପେ, ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନ ଗ୍ରାଜୁଏଟ, ଭିଏଡବ୍ଲୁ ପଦର ନାମ ପରିବର୍ତ୍ତନ କରି ପଞ୍ଚାୟତ କୃଷି ଅଧିକାରୀ ବା ପିଏଓ ନାମକରଣ ଭଳି ବିଭିନ୍ନ ଦାବି ନେଇ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି ଗ୍ରାମ୍ୟ କୃଷି କର୍ମଚାରୀମାନେ । ଆଜିଠୁ (ମଙ୍ଗଳବାର) ସାତ ଦିନ ପର୍ଯ୍ୟନ୍ତ ସାମୂହିକ ଛୁଟିରେ ରହି ଆନ୍ଦୋଳନକୁ ଓହ୍ଲାଇଛନ୍ତି କ୍ଷେତ୍ର କର୍ମଚାରୀ । ତେବେ ଏହି ଆନ୍ଦୋଳନ ଦ୍ୱାରା କୃଷି କାଗଜପତ୍ର ସମ୍ବନ୍ଧୀୟ କାର୍ଯ୍ୟ ଉପରେ ଏହାର ବିଶେଷ ଭାବେ ପ୍ରଭାବ ପଡିପାରେ ବୋଲି କୁହାଯାଇଛି ।

ଚାଷୀଙ୍କୁ ବିହନ ଯୋଗାଣଠାରୁ ଚାଷୀଙ୍କ ସମସ୍ତ ଭଲମନ୍ଦରେ ସହାୟତା ଯୋଗାଇ ଦେଉଥିବା ଗ୍ରାମ୍ୟ କୃଷି କର୍ମଚାରୀମାନେ ସମସ୍ୟା ଘେରରେ ରହିଥିବା ନେଇ ଅଭିଯୋଗ କରିଛନ୍ତି । ଗ୍ରାମ୍ୟ କୃଷି କର୍ମଚାରୀମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ସରକାର ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ସାମୂହିକ ଛୁଟିରେ ଯାଇ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସି ରହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଗର୍ଜିଲେ ଆଶାୟୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦେଲେ ଧାରଣା

ବୌଦ୍ଧ ଜିଲ୍ଲାରେ ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ ମଧ୍ୟ ଏହି ଆନ୍ଦୋଳନ କରାଯାଇଛି । ଜିଲ୍ଲାର ୨୮ ଜଣ ଭିଏଡବ୍ଲୁ ବା ଗ୍ରାମ୍ୟ କୃଷି କ୍ଷେତ୍ର କର୍ମଚାରୀମାନେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି(ମଙ୍ଗଳବାର)ଠାରୁ ଧାରଣା ଦେଇଛନ୍ତି । ବିଶେଷ ଭାବରେ କ୍ୟାଡ଼ର ରୁଲ ପରିବର୍ତ୍ତନ, ୪୨୦୦ ଗ୍ରେଡ ପେ, ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନ ଗ୍ରାଜୁଏଟ, ମୋବାଇଲ ଓ ଲାପଟପର ଆନୁସଙ୍ଗିକ ଖର୍ଚ୍ଚ ଓ ସର୍ବୋପରି ଭିଏଡବ୍ଲୁ ପଦର ନାମ ପରିବର୍ତ୍ତନ କରି ପଞ୍ଚାୟତ କୃଷି ଅଧିକାରୀ ବା ପିଏଓ ନାମକରଣ ପାଇଁ ଦାବି କରାଯାଇଛି ।

ଚାଷୀଙ୍କୁ ବିହନ ଯୋଗାଣ ଠାରୁ ନେଇ ଚାଷୀଙ୍କ ସମସ୍ତ ଭଲମନ୍ଦରେ ସହାୟତା ଯୋଗାଇ ଦେଉଥିବା କର୍ମଚାରୀଙ୍କ ବିଭିନ୍ନ ଦାବି କୁନେଇ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି । ଆଜିଠାରୁ ଆରମ୍ଭ ହୋଇଥିବା କୃଷି କ୍ଷେତ୍ର କର୍ମଚାରୀଙ୍କ ଧାରଣା ଅନିର୍ଦ୍ଦିଷ୍ଟ ସମୟ ପାଇଁ ଚାଲିବା ନେଇ କୁହାଯାଇଥିବା ବେଳେ କ୍ଷେତ୍ର କର୍ମଚାରୀମାନେ ସାମୂହିକ ଛୁଟିରେ ଥିବାରୁ କୃଷି କ୍ଷେତ୍ର ସମ୍ପୂର୍ଣ୍ଣ ଠପ୍ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

Last Updated : Feb 13, 2024, 3:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.