ETV Bharat / state

ହୀରାକୁଦର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ, ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡାଇ ବ୍ଲଗର କଲେ ଭିଡିଓ ! - Drone Found in Prohibited Areas

author img

By ETV Bharat Odisha Team

Published : Jul 29, 2024, 9:38 PM IST

Drone Found in Prohibited Areas: ହୀରାକୁଦ ଜଳଭଣ୍ଡାରର ନିଷିଦ୍ଧାଞ୍ଚଳରେ ଡ୍ରୋନ କ୍ୟାମେରା ଉଡିଥିବା ଅଭିଯୋଗ ହୋଇଛି । ଜଣେ ବ୍ଲଗର ଡ୍ରୋନ କ୍ୟାମେରା ଉଡାଇବା ସହ ନିଜର ଇନଷ୍ଟାଗ୍ରାମରେ ଏହି ପୋଷ୍ଟ କରିଥିବା ଅଭିଯୋଗ ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।

Drone Found in Prohibited Areas
Drone Found in Prohibited Areas (ETV Bharat Odisha)

ସମ୍ବଲପୁର: ଘାରିଲା ହୀରାକୁଦ ଡ୍ୟାମର ସୁରକ୍ଷା ଚିନ୍ତା । ହୀରାକୁଦ ଜଳଭଣ୍ଡାରର ନିଷିଦ୍ଧାଞ୍ଚଳରେ ଡ୍ରୋନ କ୍ୟାମେରା ଉଡିଥିବା ଦେଖିବାକୁ ମିଳିଛି । ଗତକାଲି (ରବିବାର) ହୀରାକୁଦ ଜଳଭଣ୍ଡାରରେ ପ୍ରଥମ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ୍ ଖୋଲାଯାଇଥିଲା । ଏହି ସମୟରେ ଏକ ଡ୍ରୋନ କ୍ୟାମେରା ଜଳଭଣ୍ଡାରର ଦୃଶ୍ୟ କଏଦ କରିଥିବାର ଭିଡିଓ ଏବେ ଭାଇରାଲ ହୋଇଛି । ଜଣେ ବ୍ଲଗର ଡ୍ରୋନ କ୍ୟାମେରା ଉଡାଇବା ସହ ନିଜର ଇନଷ୍ଟାଗ୍ରାମରେ ଏହି ପୋଷ୍ଟ କରିଥିବା ଅଭିଯୋଗ ହୋଇଛି ।

ହୀରାକୁଦ ଡ୍ୟାମର ସୁରକ୍ଷା ପ୍ରଶ୍ନ:

ଡ୍ରୋନ ସାହାଯ୍ୟରେ ଡ୍ୟାମର ସବୁ କୋଣରୁ ଭିଜୁଆଲ ନିଆଯାଇଥିବା ଦେଖିବାକୁ ମିଳିଛି । ଏହାଦ୍ୱାରା ହୀରାକୁଦ ଡ୍ୟାମର ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହୀରାକୁଦ ଡ୍ୟାମ ଉପର ଭିଜୁଆଲ, ସ୍ପିଲ ଓ୍ବେ ଭିଜୁଆଲ ଓ ଡ୍ୟାମ ଉପରେ ଥିବା ରାସ୍ତା ଉପରେ ମଧ୍ୟ ଡ୍ରୋନ କ୍ୟାମେରା ଉଡାଯାଇଛି । ମିଷ୍ଟର ଓଡି଼ଆ ବ୍ଲଗର ନାମକ ଏକ ବ୍ୟକ୍ତି ଏହି ଡ୍ରୋନ ଉଡାଇଥିବା ଦେଖିବାକୁ ମିଳିଛି l ଯେତେବେଳେ ନିଷିଦ୍ଧାଞ୍ଚଳ ବୋଲି କହି ଗଣମାଧ୍ୟମକୁ 4 ବର୍ଷ ହେବ ସ୍ପିଲ ଓ୍ବେ ଅଞ୍ଚଳକୁ ବାରଣ ରହିଛି ସେହି ସମୟରେ ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡିଲା କେମିତି ? ସେନେଇ ଉଠିଛି ପ୍ରଶ୍ନ।

ଗ୍ୟାଲେରୀ ଭିତରର ଫଟୋ ଭାଇରାଲ:
ଅନ୍ୟପଟେ ନିଷିଦ୍ଧାଞ୍ଚଳରେ କେବଳ ଡ୍ରୋନ ଉଡିନାହିଁ । ବାହାର ବ୍ୟକ୍ତି ବିଶେଷ ଅପରେସନ ଗ୍ୟାଲେରୀ ଭିତରକୁ ପଶି କ୍ରେନ ଭିତରେ ଫଟୋ ପୋଜ୍ ଦେଇଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଏହାସହ ଗେଟ୍ ଖୋଲିବା ସମୟରେ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରି ଅଣଅଧିକୃତ ବ୍ୟକ୍ତିବିଶେଷ ଅପରେସନ ଗ୍ୟାଲେରୀରେ ପଶି ଭିଡିଓ ଭାଇରାଲ କରିବା ସହ ସୋସିଆଲ ମିଡିଆରେ ଅପଲୋଡ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ...ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ! ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ବେଢାର ଫଟୋ, ରଥଯାତ୍ରା ମଧ୍ୟରେ ୨ ଥର - Puri Jagannath Temple photo Viral

'ଘଟଣାର ସତ୍ୟାସତ୍ୟ ନେଇ ତର୍ଜମା ହେବ'
ହୀରାକୁଦ ଡ୍ୟାମର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହେମନ୍ତ କୁମାର ପାଣ୍ଡବ କହିଛନ୍ତି, "ଆମ ନଜରରେ ତ ଏହି ଘଟଣା ନାହିଁ । ଆପଣଙ୍କ ଜରିଆରେ ମୁଁ ଜାଣିବାକୁ ପାଇଲି । ଏହାର ସତ୍ୟାସତ୍ୟ କ'ଣ ଅଛି ତାର ତର୍ଜମା କରିବି । OISFକୁ କହିବକି କିଏ, କେଉଁ ସମୟରେ ଓ କେମିତି ଉଡାଇଲା ତାହାର ରିପୋର୍ଟ ପ୍ରଦାନ କରିବେ । ଯେମିତି ଭବିଷ୍ୟତରେ ଡ୍ୟାମ କର୍ତ୍ତୃପକ୍ଷଙ୍କ ଅନୁମତି ବିନା କୌଣସି ଡ୍ରୋନ କିମ୍ବା ଫଟୋଗ୍ରାଫି ହୋଇପାରିବ ନାହିଁ ତା ଉପରେ କଡ଼ା ନଜର ରଖିବୁ ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.