ETV Bharat / state

ଜୟପୁରରେ ପାଣ୍ଡିଆନଙ୍କ ରୋଡ ଶୋ: ବିରୋଧିଙ୍କୁ ଟାର୍ଗେଟ କଲେ, ଭୋଟ ମାଗିଲେ - VK PANDIAN CAMPAIGN

author img

By ETV Bharat Odisha Team

Published : May 2, 2024, 11:48 AM IST

VK Pandian Election campaign: ଜୟପୁରରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଭିକେ ପାଣ୍ଡିଆନ । ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ । ଅଧିକ ପଢନ୍ତୁ

VK PANDIAN ELECTION CAMPAIGN
VK PANDIAN ELECTION CAMPAIGN
VK PANDIAN ELECTION CAMPAIGN

କୋରାପୁଟ: ପାଖେଇ ଆସୁଛି ଲୋକସଭା ଓ ବିଧାନସଭା ନିର୍ବାଚନ । ତାରିଖ ଯେତିକି ପାଖଉଛି ନିର୍ବାଚନୀ ମଇଦାନ ସେତିକି ସରଗରମ ହେଉଛି । ପ୍ରଚାର କମ୍ପୁଛି ସହରର ଗଳି କନ୍ଦି । ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବାକୁ ଗାଁ ଗାଁରେ ପ୍ରଚାର କରୁଛନ୍ତି ହେବିଓ୍ବେଟ ନେତା । ନିର୍ବାଚନୀ ତାରିଖ ଘୋଷଣା ହେବା ପରଠାରୁ ପ୍ରଚାରକୁ ଜୋରଦାର କରିଛି ବିଜେଡି । ଜୟପୁରରେ ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା ଓ ବିଧାୟକ ପ୍ରାର୍ଥୀ ଇନ୍ଦିରା ନନ୍ଦଙ୍କ ପାଇଁ ବିଶାଳ ରୋଡ ଶୋ କରି ଭୋଟ ଭିକ୍ଷା କରିଛନ୍ତି 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଏଥିସହ ବିରୋଧିଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ।

5ଟି ଅଧକ୍ଷ ଭିକେ ପାଣ୍ଡିଆନ ବୁଧବାର କୋରାପୁଟ ଜିଲ୍ଲା ଗସ୍ତ କରି ଜୟପୁର ବିଧାନସଭା ମଣ୍ଡଳୀରେ ରୋଡ ଶୋ କରି ସାଧାରଣ ସଭାରେ ସାମିଲ ହୋଇଥିଲେ l ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ବିଷୟରେ କହିବା ସହିତ ଜୟପୁର ନିର୍ବାଚନ ମଣ୍ଡଳୀରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି ବୋଲି କହିଥିଲେ l ରାସ୍ତା, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ତଥା ମନ୍ଦିର, ମସଜିଦ, ଗୀର୍ଜା ଭଳି ଧାର୍ମିକ ସ୍ଥଳୀ ଗୁଡିକର ଉନ୍ନତି ଉପରେ ଅଧିକ ଧ୍ୟାନ ଦିଆ ଯାଇଛି ବୋଲି କହିଥିଲେ ପାଣ୍ଡିଆନ l

ଏହା ମଧ୍ୟ ପଢନ୍ତୁ-ଜୁନାଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରକୁ ଜୋରଦାର କଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ - Bhupender Yadav Election Campaign

ପ୍ରଚାର ସମୟରେ ପାଣ୍ଡିଆନ କହିଥିଲେ, ''ବିଜେଡି ସରକାର ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ କରାଯାଉଛି l ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜନଜାତି ଭାଇ ଓ ଭଉଣୀ ମାନଙ୍କର ଉନ୍ନତି ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି l ଛାତ୍ରଛାତ୍ରୀ ମାନେ ଏବେ ସ୍ମାର୍ଟ କ୍ଲାସରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି l ଛାତ୍ର ଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ନିମନ୍ତେ ଜୟପୁର ନିର୍ବାଚନ ମଣ୍ଡଳୀରେ 50ଟି ବିଦ୍ୟାଳୟକୁ 5Tରେ ରୂପାନ୍ତିକରଣ କରାଯାଇଛି l ଏସଏଚଜି ମହିଳା ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଯୋଜନା କରିଛନ୍ତି l ବିନା ସୁଧରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆ ଯାଉଛି l ମମତା ଯୋଜନାରେ ଗର୍ଭବତୀ ମା’ ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆ ଯାଉଛି l''

ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଣ୍ଡିଆନ ଟାର୍ଗେଟ କରିଥିଲେ l ସେ କହିଥିଲେ, ''କିଛି ବିରୋଧୀ ଦଳର ନେତା ମାନେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଭଲ ନୁହେଁ ବୋଲି ବିରୋଧୀ ଦଳର ଜଣେ କେନ୍ଦ୍ର ମନ୍ତ୍ରୀ ଅଛନ୍ତି ସେ ସବୁ ଜାଗାରେ କହୁଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ କାହିଁକି କରାଯାଇଛି ସେ କାର୍ଡ ଭଲ ନୁହେଁ ବୋଲି କହୁଛନ୍ତି ସେ l'' ଯୋଡ଼ା ଶଙ୍ଖରେ ଭୋଟ ଦେଇ ବିଜେଡ଼ିକୁ ଜୟଯୁକ୍ତ କରିବା ପାଇଁ ସେ ଅନୁରୋଧ କରିଥିଲେ ପାଣ୍ଡିଆନ l ଗୋଟେ ଶଙ୍ଖ ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା ଓ ଆଉ ଗୋଟେ ଶଙ୍ଖ ବିଧାୟକ ପ୍ରାର୍ଥୀ ଇନ୍ଦିରା ନନ୍ଦଙ୍କ ପାଇଁ କହି ଭୋଟ ଭିକ୍ଷା କରିଥିଲେ l ମୁଖ୍ୟମନ୍ତ୍ରୀ ଜୟପୁର ନିର୍ବାଚନ ମଣ୍ଡଳୀ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି ଓ ବିଜେଡିକୁ ପୁଣିଥରେ ଶାସନ କରିବାର ସୁଯୋଗ ଦେଲେ ଜୟପୁରର ଅଧିକ ବିକାଶ ହୋଇପାରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.