ETV Bharat / state

ଡେଙ୍ଗୁ-ମ୍ୟାଲେରିଆ ପରେ ଚିନ୍ତା ବଢାଇଲାଣି ଭାଇରାଲ ଜ୍ଵର: ଏମିତି ହୋଇପାରେ ଲକ୍ଷଣ, କଣ କରିବେ ଜାଣନ୍ତୁ - Stay safe from Viral fever - STAY SAFE FROM VIRAL FEVER

Stay safe from Dengue-Malaria: ଡେଙ୍ଗୁ-ମ୍ୟାଲେରିଆ ପରେ ବଢଲାଣି ଭାଇରାଲ ଜ୍ଵର ମାମଲା । ହାଲୁକାରେ ନନେଇ ସଚେତନ ଓ ସତର୍କ ହେବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ । ଲକ୍ଷଣ ଦେଖାଗଲେ କରନ୍ତୁ ପରୀକ୍ଷା । କଣ କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ, ଅଧିକ ପଢନ୍ତୁ

ଡେଙ୍ଗୁ-ମ୍ୟାଲେରିଆ ପରେ ବଢୁଛି ଭାଇରାଲ ଜ୍ଵର, ଜାଣନ୍ତୁ କେମିତି ରହିବେ ସୁରକ୍ଷିତ
ଡେଙ୍ଗୁ-ମ୍ୟାଲେରିଆ ପରେ ବଢୁଛି ଭାଇରାଲ ଜ୍ଵର, ଜାଣନ୍ତୁ କେମିତି ରହିବେ ସୁରକ୍ଷିତ (ETV Bharat Odisha)
author img

By ETV Bharat Odisha Team

Published : Aug 21, 2024, 8:31 AM IST

ଭୁବନେଶ୍ବର:ରାଜ୍ୟରେ ଏବେ ଡେଙ୍ଗୁ ଓ ମେଲେରିଆ ପରେ ବଢୁଛି ଭାଇରାଲ ଜ୍ଵର । ଏବେ ସାରା ରାଜ୍ୟରେ ଘରେ ଘରେ ଜ୍ଵର ବ୍ୟାପୁଥିବା ଖବର ଚିନ୍ତଜନକ ସ୍ଥିତି ସୃଷ୍ଟି କରିଛି । ତେବେ ଏନେଇ ସତର୍କ ରହିବା ସହ ଡାକ୍ତରଙ୍କ ପରାମର୍ଶ ନେଇ ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର ।

ଡେଙ୍ଗୁ-ମେଲେରିଆ ପରେ ଏବେ ଭାଇରାଲ ଜ୍ଵର ଚିନ୍ତା:-
ଡେଙ୍ଗୁ-ମ୍ୟାଲେରିଆ ପରେ ଚିନ୍ତା ବଢାଇଲାଣି ଭାଇରାଲ ଜ୍ଵର: କେମିତି ରହିବେ ସୁରକ୍ଷିତ ! (ETV Bharat Odisha)

ଏନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି,"ବର୍ତ୍ତମାନ ସମୟରେ ବିଶେଷ ଭାବରେ ବର୍ଷା ଦିନେ ଡେଙ୍ଗୁ ଓ ମେଲେରିଆ ସମେତ ଭାଇରାଲ ଜ୍ଵର ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ । ଚଳିତବର୍ଷ ମଧ୍ୟ ଡେଙ୍ଗୁ ମେଲେରିଆ ସମେତ ଭାଇରାଲ ଜ୍ଵରର ପ୍ରଭାବ ବଢିଛି । ଯାହାକୁ ନେଇ ସତର୍କ ରହିବାର ଆବଶ୍ୟତା ରହିଛି ।’’
ଭାଇରାଲ ଜ୍ଵର ହୋଇଥିଲେ ପରାମର୍ଶ

ଏନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି,‘‘ଭାଇରାଲ ଜ୍ୱରକୁ ନେଇ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ଯଦି ଜ୍ଵର ହେଲା ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଡାକ୍ତରଙ୍କ ପରାମର୍ଶରେ ରକ୍ତ ପରୀକ୍ଷା କରିନେବା ଆବଶ୍ୟକ । ଏହା ସହ ଏହି ବର୍ଷ ଋତୁରେ ଛୋଟପିଲାଙ୍କୁ ଥଣ୍ଡା ଜ୍ବର ବିଶେଷ ଭାବେ ହୋଇଥାଏ । ପ୍ରତ୍ୟେକ ରୋଗ ପାଇଁ ପ୍ରତିରୋଧକର ବ୍ୟବସ୍ଥା କରାଯାଇଛି । ଯେଉଁମାନଙ୍କୁ ଥଣ୍ଡା ଜ୍ବର ହେଉଛି ସେମାନେ ସବୁ ସମୟରେ ଫେସ ମାକ୍ସ ପରିଧାନ କରିବା ନିହାତି ଆବଶ୍ୟକ । ଏପରିକି ଯେଉଁମାନେ ସଂକ୍ରିମତଙ୍କ ସଂସ୍ପର୍ଶରେ ମଧ୍ୟ ଆସିଥାନ୍ତି ସେମାନେ ମଧ୍ୟ ମାକ୍ସ ବ୍ୟବହାର କରିବା ଆବଶ୍ୟକ । ଏହା ସହ ଭଲ ଭାବରେ ହାତ ଧୋଇବେ । ଯେଉଁଭଳି ଭାବରେ କରୋନା ସମୟରେ କରାଯାଇଥିଲା, ସେହିଭଳି ରହିବା ଆବଶ୍ୟକ ।’’

ଡେଙ୍ଗୁ ପାଇଁ ସତର୍କତା:-

ସେହିଭଳି ଭାବରେ ଡେଙ୍ଗୁ ପାଇଁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ । ବିଶେଷ ଭାବରେ ଘର ଚାରିପାଖରେ କୌଣସି ପାଣି ଜମିବାକୁ ଦିଅନ୍ତୁ ନାହିଁ । ସବୁବେଳେ ଫୁଲ ସାର୍ଟ ପିନ୍ଧିବାକୁ ଚେଷ୍ଟା କରନ୍ତୁ । ଯେଭଳି ଭାବରେ ଦିନରେ କୌଣସି ମଶା ନକାମୁଡ଼ନ୍ତି, ସେନେଇ ନିଜର ବ୍ୟବସ୍ଥା କରନ୍ତୁ । ଯଦି ଜ୍ଵର ହେଲା, ଦେହ ହାତ ବିନ୍ଧା ହେଲା, ବାନ୍ତି ହେଲା, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ରକ୍ତ ପରୀକ୍ଷା କରିନେବା ଆବଶ୍ୟକ । ଏହା ସହ ରକ୍ତ ପରୀକ୍ଷା କରିବା ସହ ଚିକିତ୍ସା ଗ୍ରହଣ କରିବାକୁ କୁହାଯାଇଛି । ଯଦି ଜ୍ଵର ନଛାଡେ ତେବେ ଦୁଇରୁ ତିନିଦିନ ମଧ୍ୟରେ ରକ୍ତ ପରୀକ୍ଷା କରିବା ଆବଶ୍ୟକ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.