ETV Bharat / state

ଶ୍ମଶାନ ଜମିରେ ପ୍ରକଳ୍ପକୁ ଗ୍ରାମବାସୀଙ୍କ ବିରୋଧ, ଫଳକ ଭାଙ୍ଗିବା ସହ ଭୋଟ ବର୍ଜନର ଧମକ

Villagers Protest To Save Graveyard: ରାୟଗଡା ଜିଲ୍ଲାର କୋତାପେଟା ଗ୍ରାମରେ ଶ୍ମଶାନ ଭୂମିରେ ତେନ୍ତୁଳି ପ୍ରୋସେସିଙ୍ଗ ୟୁନିଟର ଶିଳାନ୍ୟାସକୁ ନେଇ ବିବାଦ । ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦ୍ବାରା ଉଦଘାଟିତ ଶିଳାଫଳକକୁ ଭାଙ୍ଗିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ଶ୍ମଶାନ ଜମିରେ ପ୍ରକଳ୍ପକୁ ଗ୍ରାମବାସୀଙ୍କ ବିରୋଧ, ଫଳକ ଭାଙ୍ଗିବା ସହ ଭୋଟ ବର୍ଜନର ଧମକ
ଶ୍ମଶାନ ଜମିରେ ପ୍ରକଳ୍ପକୁ ଗ୍ରାମବାସୀଙ୍କ ବିରୋଧ, ଫଳକ ଭାଙ୍ଗିବା ସହ ଭୋଟ ବର୍ଜନର ଧମକ
author img

By ETV Bharat Odisha Team

Published : Mar 9, 2024, 8:03 PM IST

ଶ୍ମଶାନ ଜମିରେ ପ୍ରକଳ୍ପକୁ ଗ୍ରାମବାସୀଙ୍କ ବିରୋଧ, ଫଳକ ଭାଙ୍ଗିବା ସହ ଭୋଟ ବର୍ଜନର ଧମକ

ରାୟଗଡା: ସରକାରୀ ପ୍ରକଳ୍ପକୁ ଗ୍ରାମବାସୀଙ୍କ ବିରୋଧ । ଶ୍ମଶାନ ସ୍ଥାନରେ ପ୍ଲାଣ୍ଟ ବସାଇବାକୁ ନେଇ ତାତିଲେ ଗ୍ରାମବାସୀ । ସୂଚନା ଅନୁୟାୟୀ, ରାୟଗଡା ଜିଲ୍ଲାର କୋତାପେଟା ଗ୍ରାମରେ ଆଦିବାସୀ କଲ୍ୟାଣ ତଥା ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା ଗତକାଲି ଭାକୁରଗୁଡ଼ା ନର୍ସରୀ ନିକଟରେ ଏକ ତେନ୍ତୁଳି ପ୍ରକ୍ରିୟା କରଣ ପାଇଁ 24.91 କୋଟି ଟଙ୍କା ବ୍ୟୟରେ ଏକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଯାହାକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି ଗ୍ରାମବାସୀ । ଉକ୍ତ ସ୍ଥାନକୁ ସେମାନେ ବର୍ଷ ବର୍ଷ ପୂର୍ବରୁ ନିଜର ସମାଧି ସ୍ଥଳ ଭାବେ ବ୍ୟବହାର କରୁଥିବା ବେଳେ ଉକ୍ତ ସ୍ଥାନରେ କିଭଳି ମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କଲେ ବୋଲି ପ୍ରଶ୍ନ କରିଥିଲେ ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ... ସରକାରଙ୍କ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ହିତାଧିକାରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଲୋକେ

ଏହା ମଧ୍ୟ ପଢନ୍ତୁ... ଲୋକଙ୍କୁ ଜମି ପଟ୍ଟା ପ୍ରଦାନ ଦାବିରେ କନ୍ଧମାଳ ପିପୁଲସ ଫୋ୍ରମର ବିକ୍ଷୋଭ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଏହା ସହ ଶହ ଶହ ସଂଖ୍ୟାରେ ଗ୍ରାମବାସୀ ଉକ୍ତ ସ୍ଥାନରେ ପହଞ୍ଚି ଆଦିବାସୀ କଲ୍ୟାଣ ତଥା ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିବା ତେନ୍ତୁଳି ପ୍ରକ୍ରିୟା କରଣ ପ୍ରକଳ୍ପ ପାଇଁ ଶିଳାପ୍ରସ୍ତରକୁ ଭାଙ୍ଗିଦେବା ସହ ଏହାର ଶୀଘ୍ର ସମାଧାନ କରିବାକୁ ଦାବି କରିଥିଲେ । ତେବେ ସରକାରଙ୍କୁ ଘର,ବାଡି, ପଇସା ପତ୍ର ଆଦି ମାଗୁ ନାହୁଁ, କେବଳ ଆମକୁ ଆମର ପୂର୍ବ ପୁରୁଷରୁ ବ୍ୟବହୃତ ଶ୍ମଶାନ ଜମିକୁ ଫେରେଇବାକୁ ଦାବି କରିବା ସହ ବିଜେଡି ମନ୍ତ୍ରୀଙ୍କ ଦାଦାଗିରିକୁ ଦୃଢ ବିରୋଧ କରିଛନ୍ତି ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ ... ମୁଣ୍ଡ ଗୁଞ୍ଜିବାକୁ ମହିଳାଙ୍କ କାକୁତି ମିନତି; ଘର ପାଇଁ ଜିଲ୍ଲାପାଳଙ୍କ ଅଫିସ ଘେରିଲେ

ଏହା ମଧ୍ୟ ପଢନ୍ତୁ ...ସୋଲାର ବାଡ଼ ଦେଉନାହିଁ ବନ ବିଭାଗ, ପ୍ରତିବାଦରେ ଗ୍ରାମବାସୀଙ୍କ ଭୋଟ ବର୍ଜନ !

ବର୍ଷ ବର୍ଷ ଧରି ହରିଜନ ସମ୍ପ୍ରଦାୟର ଲୋକମାନେ ଏହି ଶ୍ମଶାନ ଜମିରେ ମୃତକଙ୍କୁ ପୋତି ଅନ୍ତ୍ୟେଷ୍ଟି କ୍ରିୟା କରୁଥିଲେ । ଯଦି ଆଗାମୀ ଦିନରେ ଏହି ଶ୍ମଶାନ ଜମି ଫେରସ୍ତ ନ ଦିଆଯାଏ ତାହାଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ସହ ସମସ୍ତ ଗ୍ରାମବାସୀ ରାସ୍ତାରୋକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏ ଯାବତ୍ ଉକ୍ତ ସ୍ଥାନରେ ଚାପା ଉତ୍ତେଜନା ଚାଲିଥିବା ବେଳେ ପ୍ରଶାସନ ଉକ୍ତ ସ୍ଥାନରେ ପହଞ୍ଚି ନଥିବା ଖବର ମିଳିଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.