ETV Bharat / state

ଦବିଲା ଦୟାନଦୀ ବନ୍ଧ; ଆତଙ୍କିତ ୩ ବ୍ଲକବାସୀ, ବାଲିବସ୍ତା ପକାଇ ଚାଲିଛି ମରାମତି - Crack in Daya river embankment

author img

By ETV Bharat Odisha Team

Published : Aug 1, 2024, 2:11 PM IST

Updated : Aug 1, 2024, 3:42 PM IST

Crack develop in Daya river embankment: ଡେଲାଙ୍ଗ ବ୍ଲକରେ ଦବିଲା ଦୟାନଦୀ ବନ୍ଧ । ଏବେ ବାଲି ବସ୍ତା ପକାଇ ମରାମତି ଚାଲିଥିବାବେଳେ ଆତଙ୍କିତ ଅବସ୍ଥାରେ ଅଛନ୍ତି ୩ଟି ବ୍ଲକର ହଜାର ହଜାର ଲୋକେ । ଅଧିକ ପଢନ୍ତୁ

ଦବିଲା ଦୟାନଦୀ ବନ୍ଧ; ଆତଙ୍କିତ ୩ ବ୍ଲକବାସୀ, ବାଲିବସ୍ତା ପକାଇ ଚାଲିଛି ମରାମତି
ଦବିଲା ଦୟାନଦୀ ବନ୍ଧ; ଆତଙ୍କିତ ୩ ବ୍ଲକବାସୀ, ବାଲିବସ୍ତା ପକାଇ ଚାଲିଛି ମରାମତି (ETV Bharat Odisha)

ନିମାପଡା: ଦବିଲା ଦୟାନଦୀ ବନ୍ଧ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କଲ୍ୟାଣୀପୁର ପଞ୍ଚାୟତଠାରେ ଦୟାନଦୀ ବନ୍ଧ ଦବି ଯାଇଛି । ଏହାକୁ ନେଇ ଏବେ ୩ଟି ବ୍ଲକର ଶତାଧିକ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ନଦୀରେ ଘାଇ ସୃଷ୍ଟି ହେଲେ ଡେଲାଙ୍ଗ, ସତ୍ୟବାଦୀ ଓ କଣାସ ବ୍ଲକ୍ଲ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଏବେ ପ୍ରଶାସନ ପକ୍ଷରୁ ବାଲି ବସ୍ତା ଓ ବଲ୍ହା ପୋତାଯାଇ ମରାମତି କାର୍ଯ୍ୟ ଜାରି ରହିଛି l

ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ ଏହିଠାରେ ପ୍ରାୟ ଦେଢ଼ ଶହ ଫୁଟ ଚଉଡାର ଅତଡ଼ା ଖସି ନଦୀରେ ପଡିଥିଲା । ସେତେବେଳେ ଜଳସମ୍ପଦ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଚର୍ଚ୍ଚରେ ବନ୍ଧ ମରାମତି ହୋଇଥିଲା । ହେଲେ ତରବରିଆ ଭାବେ ବନ୍ଧ ମରାମତି ହୋଇଥିବା ଯୋଗୁଁ ଏବେ ନଦୀ ବନ୍ଧ ଦବି ଯାଇଥିବା ଅଭିଯୋଗ ହୋଇଛି । ଜଳସମ୍ପଦ ବିଭାଗ ନିମ୍ନମାନର କାମ କରିଥିବା ଅଭିଯୋଗ କରି ବିଭାଗୀୟ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ: ଲଗାଣ ବର୍ଷାରେ ଅସରନ୍ତି ଦୁଃଖ; ଧୋଇଗଲା ରାସ୍ତା, ଘରେ ପଶିଲା ନର୍ଦ୍ଦମା ପାଣି, ଅସ୍ଥାୟୀ ସେତୁ ଧରାଶାୟୀ - boudh rainfall

ଏହା ମଧ୍ୟ ପଢନ୍ତୁ: ତିଖାଲି ଡ୍ୟାମରୁ ନିଷ୍କାସିତ ହେଲା ପ୍ରଥମ ବନ୍ୟାଜଳ, ଖୋଲିଲା ୨ଟି ଗେଟ୍ - Tikhali Dam RELEASES FLOODWATER

ହୀରାକୁଦରୁ ୨୦ଟି ଗେଟ୍ ଦେଇ ନିଷ୍କାସିତ ବନ୍ୟାଜଳ ଦୟା ନଦୀରେ ମିଶିବା ଫଳରେ ଏପରି ସମସ୍ୟା ସୃଷ୍ଟି ହୋଇଛି । ନଦୀରେ ଘାଇ ସୃଷ୍ଟି ହେଲେ ତିନୋଟି ବ୍ଲକର ହଜାର ହଜାର ଲୋକେ ପ୍ରଭାବିତ ହେବେ l ଏବେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ ଖବର ପାଇ ଡେଲାଙ୍ଗ ତହସିଲଦାର ସନ୍ତୋଷିନୀ ଦାସଙ୍କ ସମେତ ବିଭାଗୀୟ ଅଧିକାରୀ, ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏନେଇ ଡେଲାଙ୍ଗ ତହସିଲଦାର ସନ୍ତୋଷିନୀ ଦାସ କହିଛନ୍ତି ଯେ, ହୀରାକୁଦରେ ୨୦ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବାରୁ ନଦୀରେ ଜଳସ୍ତର ବଢୁଛି । ମାତ୍ର ସ୍ଥିତି ଏବେ ସ୍ବାଭାବିକ ଅଛି ଏବଂ ଆଗକୁ ମଧ୍ୟ କିଛି ସମସ୍ୟା ହେବନି । ସ୍ଥିତିକୁ ନେଇ ପ୍ରଶାସନ ସମ୍ପୂର୍ଣ୍ଣ ଆଲର୍ଟ ଓ ପ୍ରସ୍ତୁତ ଅଛି ।

ଇଟିଭି ଭାରତ, ନିମାପଡା

Last Updated : Aug 1, 2024, 3:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.