ETV Bharat / state

ଉଦନ୍ତୀ ନଦୀରେ ପ୍ରବାହିତ ହେଉଛି ବନ୍ୟା ଜଳ, ଜମି ବୁଡିଯିବା ଚିନ୍ତାରେ ଚାଷୀ - Udanti River

author img

By ETV Bharat Odisha Team

Published : Aug 4, 2024, 9:18 PM IST

Demanding to stone packing in Udanti river: ଉଦନ୍ତୀ ନଦୀ କୂଳରେ ପଥର ପ୍ୟାକିଂ ବ୍ୟବସ୍ଥା ପାଇଁ ଦାବି । ବନ୍ୟା ଆସିଲେ ଚିନ୍ତାରେ ଚାଷୀକୂଳ । ଅଧିକ ପଢନ୍ତୁ

UDANTI RIVER
UDANTI RIVER (ETV BHARAT ODISHA)

ନୂଆପଡା: ବନ୍ୟା ପାଣିରେ ଫୁଲୁଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଉଦନ୍ତୀ ନଦୀ । ନଦୀରେ ବନ୍ୟା ଜଳ ଆସିବା ପରେ ଆତଙ୍କିତ ନଦୀ କୂଳିଆ ଚାଷୀ । ପୂର୍ବରୁ ନଦୀର ବନ୍ୟା ଜଳରେ ପାଖା ପାଖି 12ରୁ ଅଧିକ ଚାଷୀଙ୍କ ଜମି ବୁଡିସାରି ବାଲିଚର ହୋଇସାରିଥିବା ବେଳେ, ଚଳିତ ବର୍ଷ ମଧ୍ୟ ଏହି ଉଦନ୍ତୀ ନଦୀର ବନ୍ୟା ଜଳ କୂଳ ଖାଉଛି । ନଦୀ କୂଳରେ ପଥର ପ୍ୟାକିଂ ବ୍ୟବସ୍ଥା କରାଯାଇନଥିବାରୁ ବନ୍ୟା ଜଳ ଚାଷ ଜମିରେ ମାଡି ଯାଉଛି । ଫଳରେ ଚାଷୀ କୂଳ ବନ୍ୟା ଜଳକୁ ନେଇ ଚିନ୍ତାରେ ଅଛନ୍ତି ।

UDANTI RIVER (ETV BHARAT ODISHA)

ପ୍ରତିବର୍ଷ କୂଳ ଖାଉଛି ନଦୀ:

ପ୍ରତିବର୍ଷ ଉଦନ୍ତୀ ନଦୀର ପ୍ରଥମ ବନ୍ୟା ଜଳ ପ୍ରଭାବିତ ଯୋଗୁଁ ମଖାପଦର, ଗଣ୍ଡାବାହେଲି ଓ ବରଗାଁ ଗ୍ରାମପଞ୍ଚାୟତର ସହ ସହ ଚାଷୀଙ୍କ ଜମି ଦିନକୁ ଦିନ ନଦୀ ସ୍ରୋତ ଭିତରକୁ ଚାଲି ଯାଉଛି । ସିନାପାଲି ବ୍ଲକର କାପସି ନଦୀ କୂଳରେ କ୍ଷୁଦ୍ର ଜଳ ସେଚନ ବିଭାଗ ନଦୀ ଖଣିରେ ପଥର ହୁଡ଼ା ତିଆରି କରିବାରୁ କିଛି ଚାଷୀ ତଥା ସିନାପାଲି ସହରବାସୀ ରକ୍ଷା ପାଇ ଯାଇଛନ୍ତି । ହେଲେ ଉଦନ୍ତୀ ନଦୀରେ ପଥର ପ୍ୟାକିଂ ବ୍ୟବସ୍ଥା ନଥିବାରୁ ପ୍ରତିବର୍ଷ ବନ୍ୟା ସମୟରେ ନଦୀ କୂଳ ଖାଉଥିବା ଘଟଣା ସାମ୍ନାକୁ ଆସିଥାଏ । ତେଣୁ ଅନେକ ଚାଷୀ ତାଙ୍କ ଚାଷ ଜମି ହରାଇ ବସିଥାନ୍ତି । ବେଳ ଥାଉ ଥାଉ ନଦୀ କୂଳ ମାନଙ୍କରେ ନଦୀ ହୁଡା କରାଯାଇ ପଥର ପ୍ୟାକିଂର ବ୍ୟବସ୍ଥା ପାଇଁ ଚାଷୀ ମାନେ ଦାବି କରିଛନ୍ତି । ଅପରପକ୍ଷେ କ୍ଷୁଦ୍ର ଜଳ ସେଚନ ବିଭାଗ ଖଡ଼ିଆଳ ଡିଭିଜନର ସହକାରୀ ଯନ୍ତ୍ରୀ ନଦୀ କୂଳ ଖାଉଥିବା ସମସ୍ୟା ଆସେ ତାହେଲେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି ।

କଣ କହୁଛନ୍ତି ଚାଷୀ:

ଏନେଇ ଜଣେ ଚାଷୀ କହିଛନ୍ତି, ''ବର୍ଷା ହେଲେ ନଦୀ ପାଣି ମାଡି ଆସୁଛି । ଫଳରେ ଜମି ବୁଡିଯାଉଛି । ଆଡି ବନ୍ଧ କରାନଗଲେ ଭବିଷ୍ୟତରେ ବହୁତ ଅସୁବିଧା ହେବ । ଆଗରୁ ବହୁ ଜମି ନଦୀ ଗର୍ଭରେ ନୀଲ ହୋଇଯାଇଛି । ପଥର ପ୍ୟାକିଂ ବ୍ୟବସ୍ଥା କରାନଗଲେ ଆହୁରି ଜମି ମଧ୍ୟ ବୁଡିଯିବ ।''

ପଦକ୍ଷେପ ନିଆଯିବ କହିଲେ ଯନ୍ତ୍ରୀ:

ଖଡ଼ିଆଳ କ୍ଷୁଦ୍ର ଜଳ ସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ କହିଛନ୍ତି, ''ଅଧିକ ବର୍ଷା ଯୋଗୁଁ ଯଦି କ୍ଷୁଦ୍ର ଜଳ ସେଚନ ବିଭାଗର ଡ୍ୟାମର ଯେଉଁ କେନାଲ ଯାଇଛି, କେନାଲ ହୁଡାର ଯଦି କ୍ଷୟକ୍ଷତି ହୁଏ, ଏଫଡିଆର ତରଫରୁ ଯଦି ସେମିତି କିଛି ଅଭିଯୋଗ ଆସେ ତାହାଲେ ପଦକ୍ଷେପ ନିଆଯିବ ।''

ଏହା ମଧ୍ୟ ପଢନ୍ତୁ-ଦୟା ନଦୀବନ୍ଧ ପଥର ପ୍ୟାକିଂ କାମରେ ଅନିୟମିତତା ଅଭିଯୋଗ

ପଥର ପ୍ୟାକିଂ ପାଇଁ ଉଠୁଛି ଦାବି:

ନୂଆପଡ଼ା ଜିଲ୍ଲା ସିନାପାଲି ସହର କାପସି, କପିଆ, ମଖାପଦର, ଚଉଁରା, ଝାଙ୍କରଗୁଡା, ଲିଆଡ଼ ଦେଇ ପ୍ରବାହିତ ହେଉଛି ଉଦନ୍ତୀ ନଦୀ । ନଦୀରେ ପଥର ପ୍ୟାକିଂ ବ୍ୟବସ୍ଥା ନଥିବାରୁ ବନ୍ୟା ଜଳ ଦିନକୁ ଦିନ ଗତି ପଥ ବଦଳେଇବାରେ ଲାଗିଛି । ଉଦନ୍ତୀ ନଦୀର ପ୍ରଥମ ବନ୍ୟା ଜଳ ଗତ ବର୍ଷର ବନ୍ୟା ଅପେକ୍ଷା ଏଥର ମଖାପଦର ଗ୍ରାମପଞ୍ଚାୟତ ମୁହାଁ ହେବାରେ ଲାଗିଛି । ମଖାପଦର ଗ୍ରାମ ପଞ୍ଚାୟତ ସମେତ କପିଆ, ମଖାପଦର, ଚଉଁରା, ଝାଙ୍କରଗୁଡା ଗାଁ ପଟକୁ ଗତି ପଥ ବଦଳେଇବାରେ ଲାଗିଛି । ପୂର୍ବରୁ ଏହି ବନ୍ୟା ଜଳରେ ପାଖା ପାଖି 12 ରୁ ଅଧିକ ଚାଷୀଙ୍କ ଜମି ବୁଡିଯାଇଥିଲା ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.