ETV Bharat / state

ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କୁ ବିରୋଧ, କୁଶପୁତ୍ତଳିକା ଦାହ କଲେ ଉତ୍ୟକ୍ତ ଲୋକେ - villagers burnt effigy of achyuta

author img

By ETV Bharat Odisha Team

Published : May 19, 2024, 2:02 PM IST

Villagers opposed Achyuta Samanta: ନିର୍ବାଚନ ପୂର୍ବରୁ କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ବିରୋଧ । ଅଚ୍ୟୁତ ସାମନ୍ତଙ୍କ କୁଶପୁତ୍ତଳିକା ଦାହ କଲେ ଲୋକେ । ଅଧିକ ପଢନ୍ତୁ

VILLAGERS BURNT EFFIGY OF ACHYUTA
VILLAGERS BURNT EFFIGY OF ACHYUTA (ETV BHARAT ODISHA)

ବୌଦ୍ଧ: ରାତି ପାହିଲେ ରାଜ୍ୟରେ ଅନୁଷ୍ଠିତ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । 5ଟି ଲୋକସଭା ଓ 35 ବିଧାନସଭା ଆସନରେ ହେବ ମତଦାନ । ବୌଦ୍ଧ ଜିଲ୍ଲାର ଦୁଇଟି ଯାକ ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ । ଶାନ୍ତି ଶୃଙ୍ଖଳାର ସହିତ ମତଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ବେଳେ ଗତ ସନ୍ଧ୍ୟାରେ କିସ୍ ବିଦ୍ୟାଳୟ ସମ୍ମୁଖରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ କୁଶପୁତ୍ତଳିକା ଦାହ କରିଥିଲେ ସ୍ଥାନୀୟ ବାସିନ୍ଦା ।

ଶନିବାର ବୌଦ୍ଧ ନିର୍ବାଚନ ମଣ୍ଡଳୀର ଲୁଣିବାହାଲଠାରେ ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ନିର୍ମାଣ ହୋଇଥିବା କିସ୍ ବିଦ୍ୟାଳୟ ସମ୍ମୁଖରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଅନୁଷ୍ଠାନ ପାଇଁ ଲୁଣିବାହାଲ ଅଞ୍ଚଳର ଗୋଚର ଜମିକୁ ଅନୈତିକ ଉପାୟରେ ସାଂସଦଙ୍କ ସଂସ୍ଥା ଅକ୍ତିଆର କରି ସେଠାରେ ବେଆଇନ ନିର୍ମାଣ କରିଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରି ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଶାଗ ମାଛ ଦରରେ ଜମି କ୍ରୟ ପରେ ସାଂସଦଙ୍କ ସଂସ୍ଥା ଗୋଚର ଓ ଶ୍ମଶାନ ଜମିକୁ ଅନୈତିକ ହଡ଼ପ କରିବା ଅଭିଯୋଗ ସହିତ ଆଦିବାସୀ ଛାତ୍ରଙ୍କୁ ଶିକ୍ଷାଦାନ ନାଁରେ ଶୋଷଣ କରାଯାଉଥିବା ତଥା ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଉ ନଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୁରୁଣା କଟକ ପୋଲିସ ପହଞ୍ଚି ଉତ୍ୟକ୍ତ ଜନତାଙ୍କ ସହିତ ଆଲୋଚନା କରିଥିବାବେଳେ ଏ ସମ୍ପର୍କରେ କିସ୍ ସଂସ୍ଥାର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଆସନ୍ତାକାଲି ଭୋଟ ଗ୍ରହଣ ଥିବା ବେଳେ ଏହାପୂର୍ବରୁ ଅଚ୍ୟୁତ ସାମସ୍ତଙ୍କୁ ବିରୋଧ ଭୋଟ ବ୍ୟାଙ୍କ ଉପରେ ପ୍ରଭାବ ପକାଇପାରେ ବୋଲି ଆଶଙ୍କା ରହିଛି ।

ଏହା ମଧ୍ୟ ପଢନ୍ତୁ-ଚାଷୀ ମାରଣ ନୀତିକୁ କଂଗ୍ରେସର ବିରୋଧ, ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କ କୁଶପୁତ୍ତଳିକା ଦାହ

କନ୍ଧମାଳ କଂଗ୍ରେସ ସାଂସଦ ପ୍ରାର୍ଥୀ ଅମିର ଚାନ୍ଦ ନାଏକ କହିଛନ୍ତି, ''ଶିକ୍ଷା ଓ ସ୍ବାସ୍ଥ୍ୟ ହେଉଛି ଅଚ୍ୟୁତ ସାମନ୍ତଙ୍କ ବ୍ୟବସାୟ । ଶିକ୍ଷା ନାମରେ ସେ ଯେଉଁ ଅନୁଷ୍ଠାନ କରିଛନ୍ତି ସେମାନେ ଷ୍ଟାଇପେଣ୍ଡରେ ପାଠ ପଢୁଛନ୍ତି । ସେ କହୁଛନ୍ତି ପିଲାମାନଙ୍କୁ ମାଗଣାରେ ପାଠ ପଢାଉଛନ୍ତି । ନିଜର ବ୍ୟବସାୟ ବଢାଇବାକୁ ନିଜେ ସାଂସଦ ହୋଇଛନ୍ତି । ସେ ସେବା କରନ୍ତିନି ବ୍ୟବସାୟ କରନ୍ତି ।''

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.