ETV Bharat / state

'ଗାଁକୁ ଚାଲ' ଅଭିଯାନ, ଗଞ୍ଜାମରେ ଲୋକଙ୍କୁ ସଚେତନ କରିବେ ବିଜେପି କର୍ମୀ - ବିଜେପିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Village Chalo Campaign: ଲୋକଙ୍କ ନିକଟତର ହେବା ପାଇଁ ବିଜେପିର 'ଗାଁକୁ ଚାଲ' ଅଭିଯାନ । ଗାଁ ଗାଁରେ ଲୋକଙ୍କୁ ସଚେତନ କରାଇବେ ବିଜେପି ନେତା ଓ କର୍ମୀ । ଅଧିକ ପଢନ୍ତୁ

Village Chalo Campaign
Village Chalo Campaign
author img

By ETV Bharat Odisha Team

Published : Feb 1, 2024, 12:00 PM IST

Village Chalo Campaign

ବ୍ରହ୍ମପୁର: ବିଜେପି ପକ୍ଷରୁ ଆରମ୍ଭ ହେବ 'ଗାଁକୁ ଚାଲ' ଅଭିଯାନ । ଗାଁ ଗାଁରେ ଲୋକଙ୍କୁ ସଚେତନ କରାଇବେ ବିଜେପି ନେତା ଓ କର୍ମୀ । ଏନେଇ ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ବ୍ରହ୍ମପୁର ସହରର ରାଜସ୍ବ ଡ଼ାକ ବଙ୍ଗଳା ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଡ଼.ସୁବାଷ ସାହୁ ଏଥିରେ ସଭାପତିତ୍ବ କରିଥିଲେ ।

ତେବେ 'ଗାଁକୁ ଚାଲ' ଅଭିଯାନ ସମ୍ପର୍କରେ ବିଜେପି ଦଳର ରାଜ୍ୟ ଉପସଭାନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, 'ନିର୍ବାଚନ ପାଖେଇ ଆସୁଥିବାବେଳେ ତୃଣମୂଳ ସ୍ତରକୁ ଯାଇ ସଙ୍ଗଠନକୁ ମଜବୁତ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ କଲ୍ୟାଣ ଯୋଜନା ଲୋକଙ୍କ ନିକଟରେ ପହଞ୍ଚିଛି କି ନାହିଁ ତାହା ତଦାରଖ ସହ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଯାଉଛି । ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଯେପରି ଓଡ଼ିଶାରେ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟୀ ହେବ । ଏଥି ସହ ଓଡ଼ିଶାରେ ଡ଼ବଲ୍ ଇଞ୍ଜିନ୍ ସରକାର ହେବ ସେଥିପାଇଁ କାର୍ଯ୍ୟକର୍ତ୍ତାଙ୍କୁ "ଗାଁ କୁ ଚାଲ" ଅଭିଯାନ ଆହ୍ବାନ ଦିଆଯାଇଛି । '

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦି ଦେଉଥିବା ଅର୍ଥ ଏବଂ ବିଭିନ୍ନ ଯୋଜନା ରାଜ୍ୟରେ ସରକାର ବାଟବଣା କରୁଛି । ସେହି ବାଟବଣାକୁ ରାସ୍ତାରୁ ହଟେଇ ଲୋକମାନେ ଯେଉଁ ଭଳି ଭାବେ ନ୍ୟାୟ ଏବଂ ତାଙ୍କ ଅଧିକାର ପାଇପାରିବେ ସେଥିପାଇଁ ଏହି କର୍ମଶାଳା ଅନୁଷ୍ଠିତ ହୋଇଛି । ରାଜ୍ୟ ସରକାରଙ୍କୁ ବାରମ୍ବାର ମାଗିବା ପରେ ମଧ୍ୟ ରାଜ୍ୟ ସରକାର ଚାଷୀଙ୍କର ପୂର୍ଣ୍ଣାଙ୍ଗ ସୂଚୀ କେନ୍ଦ୍ର ସରକାରଙ୍କ ପାଖରେ ଦେଇପାରିଲେ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଘର କେନ୍ଦ୍ର ସରକାର ୩୫ ଲକ୍ଷ ଘର ଓଡ଼ିଶାକୁ ଦେଲେ କିନ୍ତୁ ରାଜ୍ୟ ସରକାର ସମସ୍ତେ ଘର ପାଇଲେ କହି ୮ ଲକ୍ଷ ଘର ଫେରାଇ ଦେଲେ । କିନ୍ତୁ ଲୋକେ ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଘର ପାଇନାହାନ୍ତି । ଲୋକଙ୍କୁ ସୁବିଧାରୁ ବଞ୍ଚିତ କରିବାର ଦଳ ହେଉଛି ବିଜୁ ଜନତା ଦଳ ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଲେଖାଶ୍ରୀ ସାମନ୍ତସିଂହାର ।

ଏହା ମଧ୍ୟ ପଢନ୍ତୁ-ଫେବୃଆରୀ ୯ରୁ ବିଜେପିର 'ଗାଁକୁ ଚାଲ ଅଭିଯାନ'

ରାଜ୍ୟରେ ବିଜେପି ସରକାର ଆସିଲେ ଗଞ୍ଜାମ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ହେବ । ବେରୋଜଗାରୀ ବନ୍ଦ ହେବା ସହ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା ବନ୍ଦ ହେବ ବୋଲି ସେ କହିଛନ୍ତି । ବିଜୁ ଜନତା ଦଳ ତାଙ୍କ ନିର୍ବାଚନୀ ଇସ୍ତାହାରରେ ସବୁବେଳେ ଜଳସେଚନକୁ ଅଗ୍ରାଧିକାର ଦିଆଯିବ ବୋଲି କହୁଥିବା ବେଳେ ରାଜ୍ୟରେ ଜଳସେଚନ ଠିକ୍ ଭାବରେ ଅଦ୍ୟାବଧି ହୋଇପାରିଲା ନାହିଁ । ରାଜ୍ୟରେ ପ୍ରତ୍ୟେକ ବ୍ଲକରେ ଶୀତଳଭଣ୍ଡାର ହେବ ବୋଲି କହିଥିବା ବିଜୁ ଜନତା ଦଳ ସରକାରଙ୍କ ଶୀତଳଭଣ୍ଡାର ଆଜି ଶୀତଳଭଣ୍ଡାରକୁ ଚାଲିଯାଇଛି ବୋଲି ଲେଖାଶ୍ରୀ ସାମନ୍ତସିଂହାର କ୍ଷୋଭ ପ୍ରକାଶ କରିଥିଲେ । ତେବେ ଏହି ବୈଠକରେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ନେତା ବିଭୂତି ଭୂଷଣ ଜେନା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ,ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.