ETV Bharat / state

କାମାକ୍ଷାନଗର ଉପ-ଜିଲ୍ଲାପାଳଙ୍କ ବାସଭବନରେ ଭିଜିଲାନ୍ସ ରେଡ୍ - VIGILANCE RAIDS ON SUB COLLECTOR

ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ସରକାରୀ ବାସଭବନ, ପୈତୃକ ଘର ଏବଂ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ।

କାମାକ୍ଷାନଗର ଉପ-ଜିଲ୍ଲାପାଳଙ୍କ ବାସଭବନରେ ଭିଜିଲାନ୍ସ ଚାଢ଼ାଉ
କାମାକ୍ଷାନଗର ଉପ-ଜିଲ୍ଲାପାଳଙ୍କ ବାସଭବନରେ ଭିଜିଲାନ୍ସ ଚାଢ଼ାଉ (ETV Bharat odisha)
author img

By ETV Bharat Odisha Team

Published : Nov 18, 2024, 11:01 AM IST

Updated : Nov 18, 2024, 2:41 PM IST

ଢେଙ୍କାନାଳ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ବାସଭବନରେ ଭିଜିଲାନ୍ସ ଚାଢ଼ାଉ କରିଛି । ରାଜ୍ୟ ଭିଜିଲାନ୍ସ ସେଲ୍‌ ପକ୍ଷରୁ ଏକକାଳୀନ ୧୦ଟିମ୍‌ ଆଜି ସକାଳୁ ନାରାୟଣଙ୍କ ଅଫିସ, ସରକାରୀ ବାସଭବନ ସମେତ ଏକାଧିକ ସ୍ଥାନରେ ଚାଢ଼ାଉ କରି ସର୍ଚ୍ଚ ଜାରି ରଖିଛି । କାମାକ୍ଷାନଗରରେ ଥିବା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ ସମେତ ଭଦ୍ରକ ଜିଲ୍ଲା ବାସୁଦେବପୁର ସ୍ଥିତ ପୈତୃକ ଘର, ରାଜଧାନୀ ଭୁବନେଶ୍ୱର ଥିବା ଘର ଓ କିଛି ନିକଟ ସମ୍ପର୍କୀୟଙ୍କ ବାସଭବନରେ ଭିଜିଲାନ୍ସ ଟିମ୍‌ ଏକକାଳୀନ ଚାଢ଼ାଉ କରି ତଲାସି ଜାରି ରଖିଛି ।

ସକାଳୁ ସକାଳୁ ଭିଡିଲାନ୍ସର ଏକ ବଡ ଟିମ କାମାକ୍ଷାନଗରରେ ପହଞ୍ଚିଥିଲେ । ସେମାନେ ପ୍ରଥମେ ଉପ-ଜିଲ୍ଲାପାଳଙ୍କ ଅଫିସ ଓ ତାଙ୍କ ସରକାରୀ ବାସଭବନରେ ପହଞ୍ଚି ତଲାସି ଆରମ୍ଭ କରିଥିଲେ । ଏହି ଚଢ଼ାଉରେ ୭ ଜଣ ଡ଼ିଏସପି, ୩ ଜଣ ଇନିସପେକ୍ଟର, ୮ ଜଣ ଏଏସଆଇଙ୍କ ସମେତ ପ୍ରାୟ ୫୦ଜଣ ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ସାମିଲ ରହିଛନ୍ତି । ନାରାୟଣ ନାୟକଙ୍କୁ ତାଙ୍କ ଭୁବନେଶ୍ୱର ସ୍ଥିତ ନିଜସ୍ୱ ବାସଭାବନରୁ ଠାବ କରିବା ପରେ ଭିଜିଲାନ୍ସ ଟିମ୍‌ ଅଟକ କରିଛି । ନାରାୟଣ ଭୁବନେଶ୍ବରରେ ଥିବାରୁ ତାଙ୍କ ଅନୁପସ୍ଥିତିରେ କାମାକ୍ଷାନଗର ସରକାରୀ ବାସଭବନରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭାଙ୍ଗିଥିଲା ଭିଜିଲାନ୍ସ ଟିମ୍‌ ।

କାମାକ୍ଷାନଗର ଉପ-ଜିଲ୍ଲାପାଳଙ୍କ ବାସଭବନରେ ଭିଜିଲାନ୍ସ ଚାଢ଼ାଉ (ETV Bharat odisha)

ଏହା ମଧ୍ୟ ପଢନ୍ତୁ:- ରିମୋର୍ଟ ଲକ୍ କରି ରହୁଥିଲେ ସରକାରୀ ବାବୁ, ଘରେ ପହଞ୍ଚିଗଲା ଭିଜିଲାନ୍ସ

ଏହା ମଧ୍ୟ ପଢନ୍ତୁ ...ଭିଜିଲାନ୍ସ ଜାଲରେ କେନ୍ଦୁଝର ବୈତରଣୀ ବେସିନ ମୁଖ୍ୟଯନ୍ତ୍ରୀ, ୧୦ରୁ ଅଧିକ ସ୍ଥାନରେ ରେଡ୍

ତେବେ ସକାଳୁ ଭିଜିଲାନ୍ସ ଟିମ୍‌ ଚଢାଉ ସହ ଜବତ ସାମଗ୍ରୀର ମୂଲ୍ୟାୟନ କରୁଛି । ଭିଜିଲାନ୍ସ ହାତରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ସମ୍ପତ୍ତି ସମ୍ପର୍କିତ ପ୍ରମାଣପତ୍ର ଲାଗିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ସୁଦ୍ଧା, କଣ ସବୁ ଜବତ ହୋଇଛି ଓ ଏହାର ମୂଲ୍ୟ କେତେ ହେବ, ସେ ସମ୍ପର୍କରେ ଭିଜିଲାନ୍ସ ବିଭାଗ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦେଇନି । ଜବତ ସାମଗ୍ରୀର ମୂଲ୍ୟାୟନ କରିବା ପରେ ଏହାର ପରିମାଣ ସମ୍ପର୍କରେ ଭିଜିଲାନ୍ସ ସ୍ପଷ୍ଟ କରିପାରେ । ସେହି ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇପାରେ । ତାଙ୍କ ଗିରଫଦାରୀ ଆଶଙ୍କା ମଧ୍ୟ ରହିଛି ।

କାମାକ୍ଷାନଗର ଉପ-ଜିଲ୍ଲାପାଳଙ୍କ ବାସଭବନରେ ଭିଜିଲାନ୍ସ ଚାଢ଼ାଉ
କାମାକ୍ଷାନଗର ଉପ-ଜିଲ୍ଲାପାଳଙ୍କ ବାସଭବନରେ ଭିଜିଲାନ୍ସ ଚାଢ଼ାଉ (ETV Bharat odisha)

ଏହା ମଧ୍ୟ ପଢନ୍ତୁ ... ଭିଜିଲାନ୍ସ ଜାଲରେ ଖାଦ୍ୟ ସୁରକ୍ଷା ଅଧିକାରୀ, ଫ୍ୟାକ୍ଟ୍ରି ଲାଇସେନ୍ସ ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ - FSO IN VIGILANCE NET

ଏହା ମଧ୍ୟ ପଢନ୍ତୁ ...ବନ୍ଧା ହେଲେ ମୁଖ୍ୟଯନ୍ତ୍ରୀ ଏନଭି ହରିହର, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ - NV Harihara Rao arrested

ଇଟିଭି ଭାରତ, ଢେଙ୍କାନାଳ

Last Updated : Nov 18, 2024, 2:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.