ETV Bharat / state

7000 ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସମ୍ବଲପୁର ଆରଆଇ ଓ ଅମିନ, ଗତକାଲି 20 ଲାଞ୍ଚୁଆ ଅଧିକାରୀଙ୍କ ତଥ୍ୟ ମାଗିଥିଲା SIT - sambalpur RI Amin in Vigilance net

author img

By ETV Bharat Odisha Team

Published : Aug 20, 2024, 3:46 PM IST

Updated : Aug 20, 2024, 4:12 PM IST

Vigilance arrests Tulasa Padhan RI Kesheibahal in sambalpur distcrict along with Mukesh Sahu Amin of the same office: ଜମିଜମା ସମ୍ପର୍କିତ ଇନକ୍ବାରୀ ପାଇଁ ପୂର୍ବରୁ 2 ଅଭିଯୁକ୍ତ 3 ହଜାର ଟଙ୍କା ଲାଞ୍ଚ ନେଇ ସାରିଥିଲେ l ଆଜି ଏହି ବାବଦରେ ଆଉ 7 ହଜାର ଟଙ୍କା ନେଉଥିବା ସମୟରେ ଉଭୟ ଅଭଯୁକ୍ତ ଭିଜିଲାନ୍ସ ଦ୍ୱାରା ଧରା ପଡିଛନ୍ତି । ପୂର୍ବରୁ ଓଡି଼ଶାରେ ଭିଜିଲାନ୍ସ ରେଡ୍ ମାମଲାରେ ତଥ୍ୟ ମାଗିଥିଲେ SIT । ଚଢାଉ ହୋଇଥିବା 20 ଅଧିକାରୀଙ୍କ ତଥ୍ୟ ମାଗିଛନ୍ତି SIT । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ସମ୍ବଲପୁର ଆରଆଇ ଓ ଅମିନ
ଭିଜିଲାନ୍ସ ଜାଲରେ ସମ୍ବଲପୁର ଆରଆଇ ଓ ଅମିନ (ETV Bharat Odisha)

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଆଇ ଓ ଅମିନ । ଜମିଜମା ସମ୍ପର୍କରେ ଇନକ୍ବାରୀ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ 7 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ଲାଞ୍ଚ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର କେସେଇବାହାଲର ଆରଆଇ ( Revenue Inspector) ତୁଳସା ପ୍ରଧାନ ଓ ଅମିନ ମୁକେଶ ସାହୁ ।

କେସେଇବାହାଲର ଆରଆଇ ତୁଳସା ପ୍ରଧାନ
କେସେଇବାହାଲର ଆରଆଇ ତୁଳସା ପ୍ରଧାନ (ETV Bharat Odisha)

ଅଭିଯୋଗ କାରୀ ବ୍ୟକ୍ତିଙ୍କ ଠାରୁ ଜମିଜମା ସମ୍ପର୍କିତ ଇନକ୍ବାରୀ ପାଇଁ ପୂର୍ବରୁ 2 ଅଭିଯୁକ୍ତ 3 ହଜାର ଟଙ୍କା ଲାଞ୍ଚ ନେଇ ସାରିଥିଲେ l ଆଜି ଏହି ବାବଦରେ ଆଉ 7 ହଜାର ଟଙ୍କା ନେଉଥିବା ସମୟରେ ଉଭୟ ଅଭଯୁକ୍ତ ଭିଜିଲାନ୍ସ ଦ୍ୱାରା ଧରା ପଡିଛନ୍ତି l ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ 2 ଟି ସ୍ଥାନରେ ଚଢ଼ାଉ ଚାଲିଛି l

ଅମିନ ମୁକେଶ ସାହୁ
ଅମିନ ମୁକେଶ ସାହୁ (ETV Bharat Odisha)

ଏହା ବି ପଢନ୍ତୁ- ଟ୍ୟାକ୍ସ ଆଦାୟ ନାଁରେ ନେଉଥିଲେ ଲାଞ୍ଚ, ଭିଜିନାନ୍ସ ଜାଲରେ CT GST ଆସିଷ୍ଟାଣ୍ଟ କମିସନର - CT GST OFFICER ON VIGILANCE NET

ଏହି ସମ୍ପର୍କ ରେ ସମ୍ବଲପୁର ଭିଜିଲାନ୍ସ କେସ ନମ୍ବର 21dt. 19.08.2024 U/ସ 7 PC ( Amendment ) Act, 2018 ମାମଲା ରୁଜ୍ଜୁ ହୋଇଛି l ଏନେଇ ଅଧିକ ତଦନ୍ତ ଜାରି ରହିଛି l

ନିକଟରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ ଲାଞ୍ଚୁଆ ଯୋଗାଣ ଅଫିସର । ଅତରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ । ରେଡ଼ ସମୟରେ କଟକ, ଭୁବନେଶ୍ୱରରେ ଆଲିସାନ ଘର, ୨ ଦାମୀ ପ୍ଲଟ , 850 ଗ୍ରାମ ସୁନା, 2 କୋଟିରୁ ଊର୍ଦ୍ଧ୍ବ ଟଙ୍କା ଡିପୋଜିଟ ଓ ଲକ୍ଷେ ଟଙ୍କା ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଭିଜିଲାନ୍ସ ସ୍ଵତନ୍ତ୍ର ଜଜଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ସମେତ କଟକ, ଭୁବନେଶ୍ୱରର 5ଟି ସ୍ଥାନରେ ଚଢ଼ାଉ କରିଥିଲେ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ ।

ଏହା ବି ପଢନ୍ତୁ- ଭିଜିଲାନ୍ସ ଜାଲରେ ବଡ଼ ବଡ଼ ସରକାରୀ ବାବୁ, କାହିଁକି 20 ଜଣଙ୍କ ତଥ୍ୟ ମାଗିଲା SIT? - SIT Seeks Black Money Reports

ସେହିପରି ଓଡି଼ଶାରେ ଭିଜିଲାନ୍ସ ରେଡ୍ ମାମଲାରେ ତଥ୍ୟ ମାଗିଲେ SIT । ଚଢାଉ ହୋଇଥିବା 20 ଅଧିକାରୀଙ୍କ ତଥ୍ୟ ମାଗିଛନ୍ତି SIT । ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ SIT ଉପାଧ୍ୟକ୍ଷ ଜଷ୍ଟିସ ଅର୍ଜିତ ପଶାୟତ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । କଳାଧନ ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ ଉପାଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

ନିକଟରେ ଟ୍ୟାକ୍ସର ଭୟ ଦେଖାଇ ଲାଞ୍ଚ ଅସୁଲ ପଡିଥିଲା ମହଙ୍ଗା । ଭିଜିଲାନ୍ସ ରାଡାରରେ ସିଟି ଜିଏସଟି ସହ କମିସନର । ବିନୟ ଭୁଷଣ ତ୍ରିପାଠୀ । ତାଙ୍କ ଘରେ ଭିଜିଲାନ୍ସ ସର୍ଚ୍ଚ ଅପରେସନ ହୋଇଥିଲା । ଆୟ ବହିର୍ଭୂତ ସମ୍ପତ୍ତି କେତେ ରଖିଛନ୍ତି ଖୋଜୁଛନ୍ତି ଭିଜିଲାନ୍ସ ଟିମ୍ । ଏନେଇ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତାଙ୍କ ନାଁରେ ବେଆଇନ ଭାବେ ଜବତ ଜିନିଷ ବିକ୍ରି କରି ସରକାରୀ ଟଙ୍କା ଚଳୁର ଅଭିଯୋଗ ରହିଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Aug 20, 2024, 4:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.