ETV Bharat / state

ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ: ଚିକିତ୍ସା ଅଭାବରୁ ମରୁଛନ୍ତି ପଶୁପକ୍ଷୀ - ପ୍ରାଣୀ ଚିକିତ୍ସକ ଆନ୍ଦୋଳନ

Veterinary Doctors Protest: ଜାନୁଆରୀ 18 ତାରିଖରୁ 4 ଦଫା ଦାବି ନେଇ ଆନ୍ଦୋଳନରେ ବସି ରହିଛନ୍ତି ପ୍ରାଣୀ ଚିକିତ୍ସକ । ଚିକିତ୍ସା ଅଭାବରୁ ଅନେକ ପଶୁପକ୍ଷୀଙ୍କ ମୃତ୍ୟୁ ହେଉଥିବା ବେଳେ ଏହାକୁ ବିରୋଧ କରି ବରଗଡ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟକୁ ଘେରିଲେ ପଶୁପାଳକ ଓ ଏସଏଚଜି ମହିଳା । ଅଧିକ ପଢନ୍ତୁ

Veterinary doctors Protest
ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ
author img

By ETV Bharat Odisha Team

Published : Feb 6, 2024, 9:55 AM IST

ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ

ବରଗଡ଼: 4 ଦଫା ଦାବି ନେଇ ଗତ 18 ତାରିଖରୁ ସାମୁହିକ ଛୁଟିରେ ଯାଇ ଆନ୍ଦୋଳନରେ ବସିରହିଛନ୍ତି ପ୍ରାଣୀ ଚିକିତ୍ସକ । 15ରୁ ଅଧିକ ଦିନ ହେଲା ଏହି ଆନ୍ଦୋଳନ ଜାରି ରହିଥିବା ବେଳେ ନିରୀହ ପଶୁପକ୍ଷୀମାନଙ୍କୁ ନିଜ ଜୀବନ ଦେଇ ଏହାର ମୂଲ୍ୟ ସୁଝିବାକୁ ପଡୁଛି । ଅନେକ ରୋଗାକ୍ରାନ୍ତ ପଶୁପକ୍ଷୀ ଚିକିତ୍ସା ଅଭାବରୁ ପ୍ରାଣ ହରାଉଛନ୍ତି । ଫଳରେ ପଶୁପାଳକମାନେ ଏହାକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି । ବ୍ୟାଙ୍କରେ ଋଣ କରି ଅନେକ ଚାଷୀ ଗାଈ, କୁକୁଡା ଭଳି ଫାର୍ମ କରିଥିବା ବେଳେ ବ୍ୟବସାୟରେ କ୍ଷତି ହେଉଥିବା ଦେଖିବାକୁ ମିଳିଛି । ଏହାକୁ ବିରୋଧ କରି ସୋମବାର ବରଗଡରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ଆନ୍ଦୋଳନ କରିଛନ୍ତି ଏକାଧିକ ଚାଷୀ ଓ SHG ମହିଳାମାନେ ।

ଚାଷୀ ଓ SHG ମହିଳାମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ କହିଛନ୍ତି, "ଦୀର୍ଘ ଦିନ ହେଲା ପ୍ରାଣୀ ଚିକିତ୍ସକମାନେ ଆନ୍ଦୋଳନରେ ରହିଥିବା ବେଳେ ରୋଗାକ୍ରାନ୍ତ ପ୍ରାଣୀଙ୍କ ଚିକିତ୍ସା କରାଯାଉନାହିଁ । ଯେଉଁଥିପାଇଁ ଚିକିତ୍ସା ଅଭାବରୁ ଅନେକ ପଶୁପକ୍ଷୀଙ୍କ ଜୀବନ ଯାଉଥିବା ବେଳେ ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖାଦେଇଛି ପଶୁପକ୍ଷୀଙ୍କ ମଡକ । ପ୍ରାଣୀ ଚିକିତ୍ସକମାନଙ୍କ ଦାବିକୁ ରାଜ୍ୟ ସରକାର ଆଦୌ କର୍ଣ୍ଣପାତ କରୁନଥିବାବେଳେ କର୍ମଚାରୀ ଏବଂ ସରକାରଙ୍କ ମଧ୍ୟରେ ଲାଗିରହିଥିବା ଛକାପଞ୍ଜା ଭିତରେ ନିରୀହ ପ୍ରାଣୀ ଓ ଚାଷୀ ବଳି ପଡୁଛନ୍ତି । ମଣିଷ ଚିକିତ୍ସା ଯେତିକି ଜରୁରୀକାଳୀନ ସେବା ଅଟେ ପ୍ରାଣୀ ଚିକିତ୍ସା ମଧ୍ୟ ସେତିକି ଜରୁରୀ ସେବା । ମାତ୍ର ଏତେ ଦିନ ହେଲାଣି ନା ସରକାର ଏପରି ପରିସ୍ଥିତି ଉପରେ ଧ୍ୟାନ ଦେଉଛନ୍ତି ନା ଆନ୍ଦୋଳନରତ ପ୍ରାଣୀ ଚିକିତ୍ସକ । ଏହି ଆନ୍ଦୋଳନରେ ନିରୀହ ପଶୁମାନଙ୍କର ଜୀବନକୁ ବାଜିରେ ଲଗାଇବା ମଣିଷତ୍ଵର ପରିଚୟ ନୁହେଁ । ଏହା ଆଦୌ ଗ୍ରହଣୀୟ ନୁହେଁ ।"

ଏହାମଧ୍ୟ ପଢନ୍ତୁ... ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ, ବୌଦ୍ଧରେ ପ୍ରାଣୀ ଚିକିତ୍ସା ସମ୍ପୂର୍ଣ୍ଣ ଠପ୍

ସେମାନେ ଆଉ ମଧ୍ୟ କହିଛନ୍ତି ଯେ, ଚିକିତ୍ସା ଅଭାବରୁ କୁକୁଡ଼ା, ଗାଈ, ଛେଳି, ମେଣ୍ଢା ଆଦି ପଶୁ ପକ୍ଷୀର ମୃତ୍ୟୁ ଘଟୁଥିବା ବେଳେ ରୋଗାକ୍ରାନ୍ତ ପ୍ରାଣୀଙ୍କ ଚିକିତ୍ସା ପାଇଁ ଡାକ୍ତର ଓ କର୍ମଚାରୀ ଆସୁନାହାନ୍ତି । ଯାହାଫଳରେ ବହୁ ପ୍ରାଣୀଙ୍କ ଜୀବନ ଚାଲିଗଲାଣି l ଏପରି ପରିସ୍ଥିତିରେ କିଭଳି ନିଜ ଲୋନ ଟଙ୍କା ସୁଝିବେ ସେନେଇ ଚିନ୍ତା ପ୍ରକଟ କରିଛନ୍ତି ଚାଷୀ ଓ ମହିଳା ଗୋଷ୍ଠୀ ।

ଅନ୍ୟପଟେ ଏନେଇ ପ୍ରାଣୀ ଚିକିତ୍ସକ କହିଛନ୍ତି, ପ୍ରାଣୀଙ୍କ ଜୀବନକୁ ମୂଲ୍ୟହୀନ ଭାବି ସରକାର ନିଜେ ଏହି ସମସ୍ୟାର ସମାଧାନ ଶୀଘ୍ର କରୁନାହାନ୍ତି । ଏହା ଦୁଃଖର ବିଷୟ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.