ETV Bharat / state

ଗଞ୍ଜାମରେ ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ସମସ୍ୟାରେ ପଶୁପାଳକ - ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ

Veterinary doctors protest: ଗତ ୧୨ ଦିନ ଧରି ଗଞ୍ଜାମ ଜିଲ୍ଲାରେ ଆନ୍ଦୋଳନରେ ବସିଛନ୍ତି ପ୍ରାଣୀ ଚିକିତ୍ସକ । ଫଳରେ ପ୍ରାଣୀ ଚିକିତ୍ସା ଗୁରୁତର ପ୍ରଭାବିତ ହୋଇଛି । ଅଧିକ ପଢନ୍ତୁ

Veterinary doctor association protest
Veterinary doctor association protest
author img

By ETV Bharat Odisha Team

Published : Jan 30, 2024, 12:36 PM IST

ପ୍ରାଣୀ ଚିକିତ୍ସା ସେବା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

ବ୍ରହ୍ମପୁର: ଦୀର୍ଘ ୨୨ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ରାଜ୍ୟରେ ପ୍ରାଣୀ ଚିକିତ୍ସକଙ୍କୁ ସରକାର ଅବହେଳା କରିଆସୁଛନ୍ତି । ସେମାନଙ୍କୁ ପଦୋନ୍ନତି ନ ମିଳିବା ଏବଂ ବିଭାଗର ରୂପାନ୍ତରୀକରଣ ସମେତ ବିଭିନ୍ନ ଦାବି ନେଇ ଗତ ୧୨ ଦିନ ଧରି ଗଞ୍ଜାମ ଜିଲ୍ଲାରେ ଆନ୍ଦୋଳନରେ ବସିଛନ୍ତି ପ୍ରାଣୀ ଚିକିତ୍ସକ । ଯାହାଫଳରେ ପ୍ରାଣୀ ଚିକିତ୍ସା ପ୍ରଭାବିତ ହୋଇଛି । ଜିଲ୍ଲାର ୩୮ ଗୋଟି ପ୍ରାଣୀ ଚିକିତ୍ସାଳୟରେ ଗୃହପାଳିତ ପଶୁପକ୍ଷୀର ଚିକିତ୍ସା ତଥା କୃତ୍ରିମ ପ୍ରଜନନ ପ୍ରକ୍ରିୟା ପ୍ରଭାବିତ ହୋଇଛି ।

ଜିଲ୍ଲାର ସମସ୍ତ ଚିକିତ୍ସକ କଳା ବ୍ୟାଚ ପରିଧାନ କରି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେଇଥିବା ବେଳେ ଏଥିଯୋଗୁଁ ଜିଲ୍ଲାରେ ପ୍ରାଣୀମାନଙ୍କୁ ଆବଶ୍ୟକସ୍ଥଳେ ଉପଯୁକ୍ତ ଚିକିତ୍ସା ମିଳି ପାରୁନାହିଁ । ଫଳରେ ବିଭିନ୍ନ ପ୍ରକାର ପ୍ରାଣୀଙ୍କୁ ପାଳନ କରି ଜୀବିକା ନିର୍ବାହ କରି ଆସୁଥିବା ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବଳ ଏତିକି ନୁହେଁ ରାଜ୍ୟ ସରକାରଙ୍କ ପ୍ରାଣୀ ଚିକିତ୍ସା ବିଭାଗରେ ରହିଥିବା ବିଭିନ୍ନ ଯୋଜନା ମଧ୍ୟ ଚାଷୀଙ୍କ ନିକଟରେ ଏଭଳି ଆନ୍ଦୋଳନ ଯୋଗୁଁ ପହଞ୍ଚି ପାରୁନାହିଁ । ଏପରିକି ଗତ ୧୨ ଦିନ ଧରି ପ୍ରାଣୀ ଚିକିତ୍ସା ସେବା ସଂଘର ଆନ୍ଦୋଳନ ଯୋଗୁଁ ପ୍ରାଣ ହରାଇଥିବା ବୀମାଭୁକ୍ତ ଗୃହପାଳିତ ପଶୁ କିମ୍ବା ପ୍ରାଣୀମାନଙ୍କ ସରକାରୀ ନିୟମ ଅନୁଯାୟୀ ବ୍ୟବଚ୍ଛେଦ ହୋଇନାହିଁ । ଏଥିଯୋଗୁଁ ବ୍ୟାଙ୍କରୁ ଋଣ ଆଣି ପ୍ରାଣୀମାନଙ୍କୁ ପାଳନ କରୁଥିବା ବ୍ୟକ୍ତିବିଶେଷ ଏହାକୁ ନେଇ ଚିନ୍ତାରେ ରହିଥିବା କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁୃ-୧୦ଦିନ ଧରି ସମୂହ ଛୁଟିରେ ପ୍ରାଣୀ ଚିକିତ୍ସକ, ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଚେତାବନୀ

ସେପଟେ ପ୍ରାଣୀ ଚିକିତ୍ସା ସେବା ସଂଘର ଦାବି ପ୍ରତି ସରକାର ଦୃଷ୍ଟି ନ ଦେଲେ ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ହେଲେ ଆନ୍ଦୋଳନକୁ ୧୨ ଦିନ ବିତି ଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଚିକିତ୍ସକଙ୍କ ସହିତ କୌଣସି ଆଲୋଚନା ମଧ୍ୟ କରିନାହାନ୍ତି । ତେଣୁ ଦାବି ପୂରଣ ନେଇ ଆଲୋଚନା କରିବା ସହ ଆନ୍ଦୋଳନର ସମାଧାନ ନିମନ୍ତେ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଗଞ୍ଜାମ ଜିଲ୍ଲାର ପ୍ରାଣୀ ଚିକିତ୍ସକମାନେ ଦାବି କରିଛନ୍ତି । ଜିଲ୍ଲାରେ ଏହି ଆନ୍ଦୋଳନରେ ପ୍ରାୟ ୯୪ ଜଣ ପ୍ରାଣୀ ଚିକିତ୍ସକ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.