ETV Bharat / state

ରଙ୍ଗୀନ ହେଲା ବଲାଙ୍ଗୀର, ରାଜନେତା-ସାଧାରଣ ଜନତା ମିଶି ପାଳିଲେ ହୋଲି - Holi 2024

author img

By ETV Bharat Odisha Team

Published : Mar 26, 2024, 4:35 PM IST

Updated : Mar 26, 2024, 4:54 PM IST

Holi Celebration in Balangir: ବଲାଙ୍ଗୀରରେ ଧୁମଧାମରେ ପାଳନ ହେଲା ରଙ୍ଗର ପର୍ବ ହୋଲି । ରାଜନେତାଠୁ ସାଧାରଣ ଲୋକେ ସମସ୍ତେ ସବୁଠୁ ଊର୍ଦ୍ଧ୍ବରେ ପାଳିଲେ ହୋଲି । ଦେଲେ ପରସ୍ପରଙ୍କୁ ଶୁଭେଚ୍ଛାର ବାର୍ତ୍ତା । ଅଧିକ ପଢନ୍ତୁ

Holi Celebration in Balangir
Holi Celebration in Balangir
ରଙ୍ଗୀନ ହେଲା ବଲାଙ୍ଗୀର, ରାଜନେତା-ସାଧାରଣ ଜନତା ମିଶି ପାଳିଲେ ହୋଲି

ବଲାଙ୍ଗୀର: ରଙ୍ଗର ପର୍ବ ହୋଲିରେ ରଙ୍ଗୀନ ହେଲା ବଲାଙ୍ଗୀର । ଭେଦଭାବ ଭୁଲି ଲୋକେ ହସ ଉଲ୍ଲାସରେ ପାଳିଲେ ହୋଲି । ପରସ୍ପରକୁ ରଙ୍ଗ ବୋଲି ଦେଲେ ଶୁଭେଚ୍ଛାର ବାର୍ତ୍ତା । ତେବେ ଗତକାଲିଠାରୁ ଲୋକେ ବିଭିନ୍ନ ଢଙ୍ଗରେ ଓ ପ୍ରଥା ପରମ୍ପରା ଅନୁସାରେ ଦୋଳ ପୂର୍ଣ୍ଣିମା ପାଳନ କରିଥିଲେ ଏବଂ ଆଜି ମଧ୍ୟ ଲୋକେ ହୋଲିକୁ ଖୁବ ଧୁମଧାମରେ ପାଳନ କରିଛନ୍ତି । ବଲାଙ୍ଗୀରର ରାଜ ପରିବାର ସାଧାରଣ ଜନତାଙ୍କ ସହିତ ମିଶି ହୋଲି ଖେଳିଥିବା ଦେଖିବାକୁ ମିଳିଛି ।

ହୋଲି ଅବସରରେ ରାଜାଠୁ ପ୍ରଜା, ଧନୀରୁ ଗରିବ, ନେତାଠୁ ସାଧାରଣ ଲୋକ ମିଳିତ ଭାବରେ ପାଳନ କରିଛନ୍ତି ହୋଲି ପର୍ବ । ତେବେ ଆଜି ବଲାଙ୍ଗୀର ରାଜନେତାମାନେ ମଧ୍ୟ ନିଜ କର୍ମୀ ଓ ସମର୍ଥକଙ୍କ ସହ ରଙ୍ଗ ଖେଳିଛନ୍ତି । ଏଥିରେ ଆଜି ବଲାଙ୍ଗୀର ଶୈଳେଶ୍ରି ପ୍ୟାଲେସରେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଏୟୁ ସିଂହଦେଓ ଓ ତାଙ୍କ ପରିବାର ହୋଲି ଖେଳିଛନ୍ତି । ଏୟୁ ସିଂହଦେଓଙ୍କ ସହ ତାଙ୍କ ବଡ ପୁଅ ତଥା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ମଧ୍ୟ ହୋଲି ଖେଳିଥିବା ଦେଖିବାକୁ ମିଳିଛି । ସେ ତାଙ୍କ କର୍ମୀ ଓ ସମର୍ଥକଙ୍କ ସହ ହୋଲି ଖେଳିଛନ୍ତି । ସେହିପରି ସମସ୍ତଙ୍କୁ ରଙ୍ଗ ଦେଇ ଏମାନେ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ।

ଏହା ବି ପଢନ୍ତୁ- ମୁଣ୍ଡ ଉପରେ ନିର୍ବାଚନ, କର୍ମୀଙ୍କ ଉତ୍ସାହ ବୃଦ୍ଧି ପାଇଁ ହୋଲି ଖେଳିଲେ ଅରୁପ ପଟ୍ଟନାୟକ

ଏନେଇ ପୂର୍ବତନ ମନ୍ତ୍ରୀ ଏୟୁ ସିଂହଦେଓ କହିଛନ୍ତି, "ଆମ ଏଠି ଥିବା ହୋଲି ପରମ୍ପରା ଓ ମାନ୍ୟତା ଭିନ୍ନ । ଆଜି ମନ୍ଦ ଉପରେ ସତ୍ୟର ବିଜୟ ହୋଇଛି । ଯେଉଁଥିରେ ଲୋକେ ଖୁସିରେ ପରସ୍ପରକୁ ରଙ୍ଗ ବୋଳିବା ସହ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି । ହୋଲି ପର୍ବ ଏକତାର ଡୋରିରେ ସମସ୍ତଙ୍କୁ ବାନ୍ଧି ରଖିଥାଏ । ସମସ୍ତେ ଖୁସିରେ ନିଜ ବନ୍ଧୁ ପରିଜନଙ୍କ ସହ ହୋଲି ଖେଳନ୍ତୁ । ରାଜ୍ୟବାସୀଙ୍କ ରଙ୍ଗର ପର୍ବ ହୋଲିର ଶୁଭେଚ୍ଛା ।" ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ସହରରେ ବୁଲି ସାଧାରଣ ଲୋକଙ୍କ ସହିତ ହୋଲି ଖେଳିଥିବା ଦେଖିବାକୁ ମିଳିଥିଲା ।

ହୋଲି ଉତ୍ସବ ଅବସରରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ହୋଲି ପର୍ବ ପାଳନ କରିବା ଦ୍ବାରା ଶାନ୍ତି ମୈତ୍ରୀ ଓ ଏକତା ଆସିଥାଏ । ସମସ୍ତଙ୍କୁ ହୋଲିର ଶୁଭେଚ୍ଛା ।" ସେପଟେ ବଲାଙ୍ଗୀରର ବରିଷ୍ଠ ରାଜନେତା ତଥା ବିଧାୟକ ନରସିଂହ ମିଶ୍ର ମଧ୍ୟ ନିଜ ଘରେ କର୍ମୀ ଓ ସାଧାରଣ ଲୋକଙ୍କ ସହ ହୋଲି ପାଳନ କରିଛନ୍ତି । ସମସ୍ତ ବଲାଙ୍ଗୀର ବାସୀଙ୍କୁ ସେ ହୋଲି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ସମସ୍ତେ ମିଳିମିଶି ବିକାଶ ପାଇଁ ଏକ ଡୋରିରେ ବାନ୍ଧି ହେବାକୁ ସେ ଆହ୍ବାନ ଦେଇଛନ୍ତି । ରାଜନୀତିର ଊର୍ଦ୍ଧ୍ବରେ ହୋଲି ପର୍ବ ପାଳନ କରି ବିକାଶ ପାଇଁ ଏକ ହେବାକୁ ସେ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Mar 26, 2024, 4:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.