ETV Bharat / state

ଗଡୁନି ଲକ୍ଷ୍ମୀ ବସ, ପଡି ପଡି ଖତ ଖାଉଛି; ଦେଖନ୍ତୁ ଗ୍ରାଉଣ୍ଡ ରିପୋର୍ଟ - Laccmi Bus Getting Damaged

author img

By ETV Bharat Odisha Team

Published : Jun 27, 2024, 4:18 PM IST

Laccmi Bus Getting Damaged In Rayagada: ଖତ ଖାଉଛି ଲକ୍ଷ୍ମୀ ବସ । ଗତ ବର୍ଷ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ଗାଁକୁ ଯୋଡିବା ପାଇଁ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିଥିବା ବେଳେ ଏବେ ଠପ୍ ହୋଇପଡିଛି ବସ ସେବା । ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିବା ବେଳେ କାର୍ଯ୍ୟକାରୀ ହେଉନି ବସ ସେବା । ଯାହା ଫଳରେ ବସ ଗୁଡିକ ଖତ ଖାଇଲାଣି । ରାୟଗଡ଼ାରୁ ଦେଖନ୍ତୁ ଏହି ରିପୋର୍ଟ,

ମିଳୁନି ପରମିଟ, ହେଉନି କାର୍ଯ୍ୟକ୍ଷମ; ଖତ ଖାଉଛି ଲକ୍ଷ୍ମୀ ବସ
ମିଳୁନି ପରମିଟ, ହେଉନି କାର୍ଯ୍ୟକ୍ଷମ; ଖତ ଖାଉଛି ଲକ୍ଷ୍ମୀ ବସ (ETV Bharat Odisha)

ରାୟଗଡ଼ା: ପଞ୍ଚାୟତକୁ ବ୍ଲକ ଏବଂ ବ୍ଲକକୁ ଜିଲ୍ଲା ସଦର ମହକୁମା ସହିତ ଯୋଡିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ଲକ୍ଷ୍ମୀ ବସ୍ ଯୋଜନା । ଏହି ଯୋଜନା କାର୍ଯ୍ୟକାରୀ ହେବାର ୮ ମାସ ବିତି ଯାଇଥିଲେ ସୁଧା ଅନେକ ବସକୁ ରୁଟ ପରିମିଟ ନ ମିଳିବା ଫଳରେ ଖତ ଖାଇବାକୁ ବସିଲାଣି ବସ ଗୁଡ଼ିକ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାରେ । ଏଠାରେ ଅନେକ ବସ ଏବେ କାର୍ଯ୍ୟକାରୀ ହୋଇପାରୁନଥିବା ବେଳେ ବସ ଗୁଡ଼ିକ ଖତ ଖାଇବାକୁ ବସିଲାଣି ।

ଖତ ଖାଇବାକୁ ଲାଗିଲାଣି ଲକ୍ଷ୍ମୀ ବସ

ସୂଚନା ଅନୁସାରେ, ଗତ ୨୦୨୩ ନଭେମ୍ବର ୨୫ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭଚୁଆଲ ମାଧ୍ୟମରେ ଲକ୍ଷ୍ମୀ ବସ ସେବା ଯାଜନାର ଶୁଭାରମ୍ଭ ହୋଇଥିଲା । ଉକ୍ତ ଯୋଜନାରେ ରାୟଗଡ଼ା ଜିଲ୍ଲାକୁ ୫୨ଟି ବସ୍ ଯୋଗାଇ ଦିଆଯାଇଥିଲା । ଜିଲ୍ଳାର ମୋଟ ୧୮୨ ପଞ୍ଚାୟତର ମଧ୍ୟରୁ ମାତ୍ର ୩୯ ରୁଟ ଚିହ୍ନଟ କରାଯାଇ ଏହିସବୁ ରୁଟରେ ବସ ଗୁଡ଼ିକ ଚଲାଇବା ପାଇଁ ଯୋଜନା ରହିଥିଲା । ଏଥିସହ ଏହି ବସ ଗୁଡ଼ିକ ଚଳପ୍ରଚଳ ପାଇଁ ପ୍ରାୟ ୩୦୦ଟି ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା । ହେଲେ ବର୍ତ୍ତମାନ ଯୋଗାଇ ଦିଆଯାଇଥିବା ୫୨ଟି ଲକ୍ଷ୍ମୀ ବସ ମଧ୍ୟରୁ ୧୧ଟି ବସ୍‌କୁ ଜିଲା ପରିବହନ ବିଭାଗ ତରଫରୁ ପରମିଟ ଦିଆଯାଇ ନ ଥିବାରୁ ବସ୍‌ ଗୁଡ଼ିକ ଖତ୍ ଖାଇବାକୁ ଲାଗିଲାଣି ।

ସରକାର ପରିବର୍ତ୍ତନ ପରେ ଠପ୍ ହୋଇଛି ଲକ୍ଷ୍ମୀ ବସ ସେବା

ନବୀନ ସରକାରଙ୍କ ସମୟରେ ଏହି ଯୋଜନା ଫଳରେ ଗ୍ରାମାଞ୍ଚଳରେ ବହୁ ଲୋକ ଉପକୃତ ହେଉଥ‌ିବା ଦେଖିବାକୁ ମିଳୁଥିଲା । କିନ୍ତୁ ନୂତନ ସରକାର ଆସିବା ପରଠାରୁ ଅଧିକାଂଶ ରୁଟରେ ଯାତାୟାତ ସୁବିଧା ଏବଂ ବସ ନ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ ଏହି ବସ ଗୁଡ଼ିକ ଆରଏମସି ୟାର୍ଡରେ ପଡ଼ିରହିଛି । ବସ୍ ଭିତରେ ଚକାଚକ୍ୟ ଦୃଶ୍ୟ ଦେଖୁବାକୁ ମିଳୁଥିବା ବେଳେ ଟାୟାରଗୁଡ଼ିକ ଖରାପ ହେବାକୁ ବସିଲାଣି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ ।

ଏହା ମଧ୍ୟ ପଢନ୍ତୁ: ବଦଳିଲା ଲକ୍ଷ୍ମୀ ବସର ନାମ, 'ମୁଖ୍ୟମନ୍ତ୍ରୀ ବସ ସେବା' ନାମରେ ଚାଲିବ: ପରିବହନ ମନ୍ତ୍ରୀ

ଗତବର୍ଷ ଆରମ୍ଭ ହୋଇଥିଲା ଲକ୍ଷ୍ମୀ ବସ୍ ସେବା

ସୂଚନା ଯୋଗ୍ୟ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଗତବର୍ଷ ନଭେମ୍ବର ୨୫ତାରିଖରେ ରାୟଗଡ଼ା ଜିଲ୍ଲାରେ ଆରମ୍ଭ କରିଥିଲେ ଏହି ଲକ୍ଷ୍ମୀବସ୍ ସେବା । ଏହି ଯୋଜନାରେ ଜିଲ୍ଲାର ୧୧ ଗୋଟି ବ୍ଲକ ପାଇଁ ୫୨ ଗୋଟି ବସ୍ ଯୋଗାଇଥିଲେ ସତ, କିନ୍ତୁ ଯୋଜନା କାରଯ୍ୟକାରୀ ହୋଇ ଆଠ ମାସ ବିତିଯାଇଥିଲେ ସୁଦ୍ଧା ଅନେକ ବସ୍ କୁ ପରିମିଟ ନ ମିଳିବାରୁ ଖତଖାଇବାକୁ ବସିଲାଣି ବସ୍ ଗୁଡାକ । ସେପଟେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନ କରିବା ସହ ଅନୁମତି ପାଇଁ ଆବେଦନ କଲେ ବିଚାରକୁ ନିଆଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶିବଶଙ୍କର ଶିବଶଙ୍କର ଚୌଧୁରୀ କହିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.