ETV Bharat / state

ଅଂଶୁଘାତ ନା ଆଉ କିଛି ! ରାଜ୍ୟରେ ଅସ୍ବାଭାବିକ ଭାବେ ଗଲାଣି 30ରୁ ଊର୍ଦ୍ଧ୍ବ ଜୀବନ - Unnatural deaths in Odisha

author img

By ETV Bharat Odisha Team

Published : Jun 2, 2024, 6:11 PM IST

Unnatural deaths in Odisha: ରାଜ୍ୟରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ୩୦ ଟପିଲାଣି । ଯାହା ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇଛି । ଅଧିକ ପଢ଼ନ୍ତୁ

Unnatural deaths in Odisha
Unnatural deaths in Odisha (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ୩୦ ଟପିଲାଣି । ଗତକାଲି ସୁଦ୍ଧା ଅସ୍ବାଭାବିକ ମୃତ୍ୟୁ ହୋଇଥିବା ୨୮ ଜଣଙ୍କର ପୋଷ୍ଟମର୍ଟମ ସରିଥିବାବେଳେ ରାଉରକେଲାରେ ଅସ୍ବାଭାବିକ ମୃତ୍ୟୁ ହୋଇଥିବା ଆଉ ୩ ଜଣ ବ୍ୟକ୍ତିଙ୍କ ମୃତ ଶରୀର ଆଜି ପୋଷ୍ଟମର୍ଟମ ପାଇଁ ଆସିଥିବା ଜଣାପଡ଼ିଛି । ଏହିଭଳି ମୋଟ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ହୋଇଛି ।

ଏନେଇ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, "ଶୁକ୍ରବାର ଦିନ ଅସ୍ବାଭାବିକ ମୃତ୍ୟୁ ହୋଇଥିବା ୧୬ ଜଣଙ୍କର ପୋଷ୍ଟମର୍ଟମ ହୋଇଥିଲା । ଗତକାଲି ଆଉ ୧୨ ଜଣଙ୍କର ପୋଷ୍ଟମର୍ଟମ ହୋଇଛି । ଅସ୍ବାଭାବିକ ମୃତ୍ୟୁ ଅଭିଯୋଗ ଆସିଛି । ଏସବୁ କେସ୍‌ ସିଧାସଳଖ ଅଂଶୁଘାତ ସହ ଲିଙ୍କ୍‌ କରାଯାଇ ପାରିବ ନାହିଁ । ପୋଷ୍ଟମର୍ଟମ ରିପୋର୍ଟ ଓ ପାରିପାର୍ଶ୍ଵିକ ଯାଞ୍ଚ ପରେ ମୃତ୍ୟୁର ପ୍ରକୃତ କାରଣ କୁହାଯାଇପାରିବ । ଆଜି ମଧ୍ୟ ସେଭଳି କିଛି ମୃତ୍ୟୁ ଅଭିଯୋଗ ଆସିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ସବୁ କିଛି ସ୍ପଷ୍ଟ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ରାଉରକେଲାରେ ସ୍ବାସ୍ଥ୍ୟ ବିଭାଗ ଟିମ, ଅଂଶୁଘାତକୁ ନେଇ ଦେଲେ ସ୍ପଷ୍ଟୀକରଣ - Health Department Team Visit

ସୁନ୍ଦରଗଡ଼ ବିଶେଷ କରି ରାଉରକେଲାରେ ଏଭଳି ଅସ୍ବାଭାବିକ ମୃତ୍ୟୁ ବଢ଼ୁଥିବାରୁ ସ୍ବାସ୍ଥ୍ୟ ବିଭାଗର ୬ ଜଣିଆ ଟିମ୍‌ ରାଉରକେଲା ଯାଇଛନ୍ତି । ଏହି ଟିମ ମଧ୍ୟରେ ରହିଛନ୍ତି ଜନସ୍ବାସ୍ଥ୍ୟ ବିଭାଗର ୩ ୱିଙ୍ଗ୍‌ ସଦସ୍ୟ, ସୁନ୍ଦରଗଡ଼ର ୨ ଜଣ ଫୋରେନସିକ୍‌ ସଦସ୍ୟ ଏବଂ ସମ୍ବଲପୁର କମ୍ୟୁନିଟି ମେଡିସିନ ବିଭାଗର ଜଣେ ସଦସ୍ୟ । ତେବେ ହାଇଏକ୍ସପୋଜରରେ ବାହାରକୁ ନବାହାରିବା ପାଇଁ ପୂର୍ବରୁ ଜନସାଧାରଣଙ୍କୁ ଅପିଲ କରାଯାଇଛି । ଅତି ଆବଶ୍ୟକ ପଡିଲେ, ସତର୍କତା ଅବଲମ୍ବନ କରି ଘରୁ ବାହାରିବାକୁ କୁହାଯାଇଛି । ଏନେଇ ସମସ୍ତ ହସ୍ପିଟାଲରେ ବ୍ୟବସ୍ଥା କରାଯାଇଛି । ହେଲେ ଲୋକ ହିଟଷ୍ଟ୍ରୋକ୍‌ ପାଇବା ମାତ୍ରେ, ତୁରନ୍ତ ହସ୍ପିଟାଲ ଆସିବା ଆବଶ୍ୟକ । ଯଦି ଅଧିକ ରୋଗୀ ଆସିବେ, ବିକଳ୍ପ ବ୍ୟବସ୍ଥା ବି କରାଯିବ । ଏନେଇ ସ୍ବାସ୍ଥ୍ୟ ସଚିବ ମଧ୍ୟ ବିଭିନ୍ନ ହସ୍ପିଟାଲ ସିଡିଏମ୍‌ଓଙ୍କୁ ଚିଠି ଲେଖି ଏହି ବାବଦରେ ସଜାଗ ରହିବା ପାଇଁ ଅବଗତ କରାଇଛନ୍ତି । ଅଂଶୁଘାତଜନିତ ମୃତ୍ୟୁ ହାରକୁ ହ୍ରାସ କରିବା ପାଇଁ ତୁରନ୍ତ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯିବା ନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସନ୍ଦେହଜନକ ଭାବରେ ତାତିରୁ ଅସୁସ୍ଥତା ଓ ମୃତ୍ୟୁ ପାଇଁ ମେଡିକାଲ ଅଫିସରଙ୍କ ଦ୍ବାରା ତାତି ସମ୍ବନ୍ଧୀୟ ମୃତ୍ୟୁର ଅନୁସନ୍ଧାନ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.