ETV Bharat / state

କାଶୀପୁରରେ ଅଜଣା ରୋଗ ଆତଙ୍କ: ୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ପୁଣି ୪ ଶିଶୁ ହସ୍ପିଟାଲରେ ଭର୍ତ୍ତି - Kashipur Unknown disease

author img

By ETV Bharat Odisha Team

Published : Jun 14, 2024, 12:54 PM IST

Unknown disease break out in Kashipur block of Rayagada district: କାଶୀପୁରରେ ଅଜଣା ରୋଗ ଆତଙ୍କ । ୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା । ୪ ଜଣ ମେଡିକାଲରେ ଭର୍ତ୍ତି । ଯାଞ୍ଚ କଲେ ସ୍ୱାସ୍ଥ୍ୟ ଟିମ୍ । ଅଧିକ ପଢନ୍ତୁ

KASHIPUR UNKNOWN DISEASE
KASHIPUR UNKNOWN DISEASE (ETV Bharat Odisha)

ରାୟଗଡା: ବର୍ଷା ଋତୁ ଆରମ୍ଭ ନହେଉଣୁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପିଛି ଅଜଣା ରୋଗ । ଏହି ରୋଗରେ ଆକ୍ରାନ୍ତ ହୋଇ ଏବେସୁଦ୍ଧା ୫ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଶିଶୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପଟେ ସ୍ଥିତି ଅନୁଧ୍ୟାନ ପାଇଁ ସ୍ବତନ୍ତ୍ର ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ରାସ୍ତାଘାଟ ପାନୀୟ ଜଳ ସମସ୍ୟା ଯୋଗୁଁ ଏଭଳି ରୋଗ ବ୍ୟାପୁଥିବା କହି ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ।

କାଶୀପୁରରେ ଅଜଣା ରୋଗ ଆତଙ୍କ:

ଚଳିତ ବର୍ଷ ମଧ୍ୟ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଖେଳିଯାଇଛି ଅଜଣା ରୋଗ ଆତଙ୍କ ଲୋକଙ୍କ ଚିନ୍ତା ବଢାଇ ଦେଇଛି । ଅଜଣା ରୋଗରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ସୁଦ୍ଧା ୫ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ମୃତ ଶିଶୁମାନେ ହେଲେ ପଳାସି ମାଝୀ (୧୨), କାଳି ମାଝୀ (୧୫), ଦାଶି ମାଝୀ(୧୨), ନରେନ୍ଦ୍ର ମାଝୀ(୬) ଓ ପୂର୍ଣ୍ଣି ମାଝୀ (୯) । ଅନ୍ୟପଟେ ଆକ୍ରାନ୍ତ ଶିଶୁ ମାନେ ହେଲେ ପବିତ୍ର ମାଝୀ (୮), ମହେନ୍ଦ୍ର ମାଝୀ (୫) ଓ ଜୟରାମ ମାଝୀ (୫) । ଏହି ତିନି ଜଣଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆଉ ଜଣେ ବୃଦ୍ଧ ହରି ମାଝୀ (୬୧) ମଧ୍ୟ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଉପାନ୍ତ ଅଞ୍ଚଳରେ ଅଜଣା ରୋଗ ଆତଙ୍କ, ଗଡ଼ିଲାଣି 4ଶିଶୁଙ୍କ ମୁଣ୍ଡ - Children Sick With Unknown Disease

କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ମୁନୁଷପଦର ଗ୍ରାମରେ ଗତ ୩ ତାରିଖରୁ ଅଜଣା ରୋଗ ବ୍ୟାପିବା ଆରମ୍ଭ ହୋଇଛି । ପ୍ରଥମେ ଏହି ରୋଗରେ କେବଳ କେବଳ ଶିଶୁମାନେ ଆକ୍ରାନ୍ତ ହୋଇଥିଲେ । ତେବେ ଏବେ ବୃଦ୍ଧମାନଙ୍କଠାରେ ମଧ୍ୟ ଏହି ରୋଗ ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଏହି ରୋଗରେ ଆକ୍ରାନ୍ତ ହୋଇ ଗତ ୬ ତାରିଖରେ ପ୍ରଥମେ ପୂର୍ଣ୍ଣି ମାଝୀ ମୃତ୍ୟୁବରଣ କରିଥିବାବେଳେ ୮ ତାରିଖରେ ଦାଶି ଓ ୯ ତାରିଖରେ ନରେନ୍ଦ୍ରଙ୍କ ମୃତ୍ୟୁ ଘଟିଛି । ସେହିପରି ବୁଧବାର ଦିନ କାଳି ଓ ଗୁରୁବାର ଦିନ ପଳାସିଙ୍କର ଜୀବନ ଯାଇଛି ।

୧୦ ତାରିଖ ଠାରୁ ଅନ୍ୟ ୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ବୁଧବାର ଦିନ ସେମାନଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାରବର୍ଗ ଭର୍ତ୍ତି କରାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ଗୁରୁବାର ଦିନ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସେଠାରେ ସମସ୍ତଙ୍କ ଚିକିତ୍ସା ଚାଲିଛି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଲାଲମୋହନ ରାଉତରାୟ ।

ଅଜଣା ରୋଗ ସମ୍ବନ୍ଧରେ କଣ କହୁଛନ୍ତି ଡାକ୍ତର:

ଅନୁଧ୍ୟାନ ପରେ ଗଳାରେ କିଛି ସଂକ୍ରମଣ ରୋଗ ହେତୁ ଏହିଭଳି ରୋଗ ବ୍ୟାପିଥିବା ଓ ପରୀକ୍ଷଣ ପାଇଁ ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଯାଇଥିବା କହିଛନ୍ତି ଡାକ୍ତର । ରିପୋର୍ଟ ଆସିବା ପରେ ରୋଗ ସମ୍ପର୍କରେ ଜଣାପଡ଼ିବ ବୋଲି କହିଛନ୍ତି । ସେହିଭଳି କୋରାପୁଟ ସ୍ଥିତ ଏସ.ଏଲ.ଏନ ମେଡିକାଲ କଲେଜର ଏକ ଡାକ୍ତରୀ ଟିମ୍ ସେହି ଗାଁ ଗସ୍ତ କରିଛନ୍ତି । ଅନ୍ୟପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରତିନିଧି ଦଳ ମଧ୍ୟ ଗସ୍ତ କରି ନମୁନା ସଂଗ୍ରହ କରିଛନ୍ତି । ତେବେ ମେଡିକାଲ ଚିକିତ୍ସା କରିବା ବଦଳରେ ପୂଜା ପାଠ ଓ ଗୁଣି ଗାରେଡ଼ି କରିବା ସହିତ ଚିକିତ୍ସାରେ ବିଳମ୍ବ ଘଟିବା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ରୋଗ ୧୨ ଦିନ ହେବ ବ୍ୟାପିଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ନିକଟରେ ସୂଚନା ନଥିଲା ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.