ETV Bharat / state

ବିଶ୍ବବିଦ୍ୟାଳୟ ନିଯୁକ୍ତ କରୁନି ଲୋକପାଳ; ଖିଲାପି ତାଲିକାରେ ଓଡ଼ିଶାର ୮ ସରକାରୀ ୟୁନିଭର୍ସିଟି - Ombudsman Defaulting Universities

author img

By ETV Bharat Odisha Team

Published : Jul 3, 2024, 9:23 PM IST

Universities are not Appointing Ombudsman: ମାସ ମାସ ଧରି ୟୁଜିସିର ବାରମ୍ବାର ତାଗିଦ ସତ୍ତ୍ବେ ଲୋକପାଳ ନିଯୁକ୍ତ କରୁନାହାନ୍ତି ଅନେକ ବିଶ୍ବବିଦ୍ୟାଳୟ । ଦେଶରେ ଥିବା 46 ଖିଲାପି ବିଶ୍ବବିଦ୍ୟାଳୟ ତାଲିକାରେ ରହିଛନ୍ତି ଓଡ଼ିଶାରୁ 8 ସରକାରୀ ବିଶ୍ବବିଦ୍ୟାଳୟ । ଅଧିକ ପଢ଼ନ୍ତୁ

Ombudsman Defaulting Universities
Ombudsman Defaulting Universities (ETV Bharat Odisha)

ଭୁବନେଶ୍ବର: ଉଚ୍ଚ ଶିକ୍ଷାନୁଷ୍ଠାନ ମାନୁନାହାନ୍ତି ୟୁଜିସିର ନିୟମ । ଦେଶରେ ଖିଲାପକାରୀ ବିଶ୍ବବିଦ୍ୟାଳୟ ତାଲିକାରେ ରହିଛନ୍ତି 46ଟି ଉଚ୍ଚ ଶିକ୍ଷାନୁଷ୍ଠାନ । ଏପରିକି ଓଡ଼ିଶାରେ ଥିବା ସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟ ବାଦ ପଡ଼ିନି । ମାସ ମାସ ଧରି ବାରମ୍ବାର ତାଗିଦ ସତ୍ତ୍ବେ ମଧ୍ୟ ଅନେକ ବିଶ୍ବବିଦ୍ୟାଳୟରେ ନିଯୁକ୍ତ ହୋଇନାହାନ୍ତି ଲୋକପାଳ । ଏହାକୁ ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି ।

Ombudsman Defaulting Universities
Ombudsman Defaulting Universities (UGC)
Ombudsman Defaulting Universities
Ombudsman Defaulting Universities (UGC)

ଓଡ଼ିଶାର ଏହି ବିଶ୍ଵବିଦ୍ୟାଳୟରେ ନାହାନ୍ତି ଲୋକପାଳ:-

ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ଛାତ୍ରଛାତ୍ରୀଙ୍କ ଅଭିଯୋଗ ସମାଧାନ ନିୟମାବଳୀ ୨୦୨୩ ଅନୁସାରେ ଲୋକପାଳ ନିଯୁକ୍ତ କରିବାରେ ବିଫଳ ହୋଇଥିବା ବିଶ୍ବବିଦ୍ୟାଳୟଗୁଡ଼ିକର ତାଲିକା ଜାରି କରିଛି । ଖିଲାପି ବିଶ୍ବବିଦ୍ୟାଳୟ ତାଲିକାରେ ଓଡ଼ିଶାର ୮ଟି ସରକାରୀ ବିଶ୍ଵବିଦ୍ୟାଳୟ ରହିଛି । ସେହି ସରକାରୀ ବିଶ୍ବବିଦ୍ୟାଳୟ ଗୁଡ଼ିକ ହେଲା, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ, ଟ୍ରିପଲ ଆଇଟି, କଳାହାଣ୍ଡି ବିଶ୍ଵବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ, ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ, ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ଏବଂ ବିଜୁ ପଟ୍ଟନାୟକ ବିଶ୍ଵବିଦ୍ୟାଳୟ । ତେବେ ସେହିପରି ଭାବରେ ଦେଶର ମୋଟ ୪୬ଟି ସରକାରୀ ବିଶ୍ବବିଦ୍ୟାଳୟରେ ଲୋକପାଳ ନିଯୁକ୍ତ କରିନାହାନ୍ତି । ଏଥିରୁ ଘରୋଇ ବିଶ୍ବବିଦ୍ୟାଳୟ ମଧ୍ୟ ବାଦ ପଡିନି । ଦେଶରେ ୬ଟି ଘରୋଇ ବିଶ୍ଵବିଦ୍ୟାଳୟରେ ନାହାନ୍ତି ଲୋକପାଳ ।

ବିଶ୍ଵବିଦ୍ୟାଳୟରେ ଲୋକପାଳ ନିଯୁକ୍ତି ସୁବିଧା:-

ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଅଭିଯୋଗ ସମାଧାନ ପାଇଁ ଏକ କମିଟି ଗଠନର ବ୍ୟବସ୍ଥା ରହିଛି । ଯାହାଫଳରେ ନାମଲେଖା, ପରୀକ୍ଷା, ଦେୟ, ନିର୍ଯାତନା ଆଦି ସମ୍ପର୍କରେ ଛାତ୍ରଛାତ୍ରୀ ଅଭିଯୋଗ କରିପାରିବେ । ପ୍ରତ୍ୟେକ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅଭିଯୋଗର ସମାଧାନ ପାଇଁ ଜଣେ ଲୋକପାଳ ନିଯୁକ୍ତ କରିବାକୁ କୁହାଯାଇଥିଲା । ବିଶ୍ବବିଦ୍ୟାଳୟ କିମ୍ବା ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟ ବା ଅନୁଷ୍ଠାନର ଛାତ୍ରଛାତ୍ରୀ ଲୋକପାଳଙ୍କ ନିକଟରେ ଆବେଦନ କରିପାରିବେ । ଶିକ୍ଷାନୁଷ୍ଠାନର ଅଭିଯୋଗ ସମାଧାନ କମିଟି ଦ୍ବାରା ଅଭିଯୋଗର ସମାଧାନ ନିର୍ଦ୍ଧାରିତ ସମୟରେ ହୋଇନପାରିଲେ, ସେମାନଙ୍କୁ ଲୋକପାଳଙ୍କ ନିକଟରେ ଆବେଦନ ପାଇଁ ସୁଯୋଗ ମିଳିବ ।

ଏହା ମଧ୍ୟ ପଢ଼ନ୍ତୁ...ନାରୀଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ମହିଳା ସେଲ୍‌, ସୁରକ୍ଷିତ ହେବ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ - UGC Special Women Cell

ହେଲେ ୟୁଜିସି ନିର୍ଦ୍ଦେଶନାମାକୁ ମାନୁନାହାନ୍ତି ରାଜ୍ୟ ତଥା ଦେଶର ଅନେକ ସରକାରୀ ହେଉ ବା ବେସରକାରୀ ବିଶ୍ବବିଦ୍ୟାଳୟ । ଯାହାକୁ ନେଇ ବାରମ୍ବାର ତାଗିଦ କରିବା ସତ୍ତ୍ବେ ଦେଶର ଅନେକ ବିଶ୍ବବିଦ୍ୟାଳୟ ଲୋକପାଳ ନିଯୁକ୍ତ କରୁନଥିବା ଜଣାପଡୁଛି । ଖିଲାପକାରୀଙ୍କୁ ନେଇ ୟୁଜିସି ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଛି । ଦେଶରେ ଥିବା ସମସ୍ତ ରାଜ୍ୟର ଅଧିକାଂଶ ବିଶ୍ଵବିଦ୍ୟାଳୟ ଲୋକପାଳ ନିଯୁକ୍ତ କରିନାହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.