ETV Bharat / state

କୃଷ୍ଣପ୍ରସାଦରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ; ବିକାଶମୂଳକ କାର୍ଯ୍ୟ ନେଇ ମାଳ ମାଳ ପ୍ରତିଶ୍ରୁତି - Nitin Gadkari at Krushnaprasad - NITIN GADKARI AT KRUSHNAPRASAD

Nitin Gadkari joins public rally at Krushnaprasad: ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଖୁବଶୀଘ୍ର ଏହି 2 ବ୍ରିଜ ନିର୍ମାଣ ଶେଷ କରି ଅଞ୍ଚଳବାସୀଙ୍କ ଦୁଃଖ ଦୂର କରିବାକୁ ଦେଲେ ପ୍ରତିଶ୍ରୁତି । ଅଧିକ ପଢନ୍ତୁ

କୃଷ୍ଣପ୍ରସାଦରେ କେନ୍ଦ୍ରମନ୍ତ୍ରୀ ଗଡ଼କରି
କୃଷ୍ଣପ୍ରସାଦରେ କେନ୍ଦ୍ରମନ୍ତ୍ରୀ ଗଡ଼କରି (ETV BHARAT ODISHA)
author img

By ETV Bharat Odisha Team

Published : May 9, 2024, 9:18 PM IST

କୃଷ୍ଣପ୍ରସାଦରେ କେନ୍ଦ୍ରମନ୍ତ୍ରୀ ଗଡ଼କରି (ETV BHARAT ODISHA)

ପୁରୀ: ନିର୍ବାଚନକୁ ନେଇ ବାତାବରଣ ଏବେ ସରଗରମ । ଓଡ଼ିଶାରେ ବିଜେପି ସରକାର ଗଠନ କରିବା ଲକ୍ଷ୍ୟ ରଖିଥିବା ବେଳେ ଦଳର ବରିଷ୍ଠ ନେତା ଓ କେନ୍ଦ୍ର ମନ୍ତ୍ରୀ ଓଡ଼ିଶାକୁ ଘନ ଘନ ଗସ୍ତ କରି ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ପୁରୀ ଗସ୍ତ କରି ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ଖୁବଶୀଘ୍ର କୃଷ୍ଣପ୍ରସାଦ ବାସୀଙ୍କ ଦୁଃଖ ଦୂର ହେବ ବୋଲି କହିବା ସହ ଦେଇଛନ୍ତି ଅନେକ ପ୍ରତିଶ୍ରୁତି ।

ବିକାଶମୂଳକ କାର୍ଯ୍ୟ ନେଇ କେନ୍ଦ୍ରମନ୍ତ୍ରୀ ଗଡ଼କରିଙ୍କ ମାଳ ମାଳ ପ୍ରତିଶୃତି
ବିକାଶମୂଳକ କାର୍ଯ୍ୟ ନେଇ କେନ୍ଦ୍ରମନ୍ତ୍ରୀ ଗଡ଼କରିଙ୍କ ମାଳ ମାଳ ପ୍ରତିଶୃତି (ETV BHARAT ODISHA)

ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦରେ ଏକ ବିରାଟ ଜନସଭାରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଯୋଗ ଦେଇଛନ୍ତି । ଆଗାମୀ ନିର୍ବାଚନ ଭୋଟରମାନେ ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଭରସା ରଖି ବିଜେପିକୁ ବିପୁଳ ସଂଖ୍ୟାରେ ଜିତାଇବାକୁ ଅପିଲ କରିଛନ୍ତି ଗଡ଼କରି । କୃଷ୍ଣପ୍ରସାଦରେ ନିର୍ବାଚନ ସଭା ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇ କହିଛନ୍ତି, "ସ୍ଵାଧୀନତାର 75 ବର୍ଷ ପରେ ବି କୃଷ୍ଣପ୍ରସାଦ ବାସୀଙ୍କ ଦୁଃଖ ଦୂର ହୋଇପାରିନାହିଁ । ପୂର୍ବରୁ ଥିବା କଂଗ୍ରେସ ଓ ଏବେ ରାଜ୍ୟରେ ଥିବା ବିଜେଡି ଦରକାର କୃଷ୍ଣପ୍ରସାଦ ବାସୀଙ୍କୁ ପ୍ରତାରଣା କରିଛନ୍ତି । କୃଷ୍ଣପ୍ରସାଦ ବାସୀଙ୍କ ମୁଖ୍ୟ ସମସ୍ୟା ଯୋଗାଯୋଗ ହୋଇଥିବା ବେଳେ ଏହାକୁ କୌଣସି ସରକାର ସମାଧାନ କରିବାରେ ସଫଳ ହୋଇନାହାନ୍ତି । କିନ୍ତୁ ବିଜେପି ସରକାର କୃଷ୍ଣପ୍ରସାଦ ବାସୀଙ୍କ ଦୁଃଖ ଦୂର କରିବ ।"

ବ୍ରିଜ ନିର୍ମାଣ ନେଇ ପ୍ରତିଶ୍ରୁତି: ସାତପଡ଼ାରୁ ମହିଶା ଏବଂ ମହିସାରୁ ଜହ୍ନି କୁଦାକୁ ଦୁଇଟି ବ୍ରିଜ ନିର୍ମାଣ କରାଯିବ । ଏନେଇ ମଞ୍ଜୁରୀ ଦେଇ ସାରିଛନ୍ତି । ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଓ ବ୍ରିଜ ନିର୍ମାଣ ପାଇଁ ମୃତ୍ତିକା ପରୀକ୍ଷଣ ଆରମ୍ଭ ହୋଇଛି । ଖୁବଶୀଘ୍ର କୃଷ୍ଣ ପ୍ରସାଦ ବାସୀଙ୍କ ଦୁଃଖ ଦୂର ହେବ । ଚିଲିକାରେ ବ୍ରିଜ ନିର୍ମାଣ ହେବ । ତେବେ ଏହା କେବଳ ବିଜେପିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବ୍ରହ୍ମଗିରିର ବିଜେପି ବିଧାୟକ ପ୍ରାର୍ଥିନୀ ଉପାସନା ମହାପାତ୍ରଙ୍କ ଯୋଗୁଁ ସମ୍ଭବ ହୋଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଗତ ଜାନୁଆରୀ ମାସରେ ସମ୍ବିତ ଓ ଉପାସନା ଏହି ସମସ୍ୟାର ସମାଧାନ ପାଇଁ ତାଙ୍କୁ ଭେଟିଥିଲେ । ଆଉ କୃଷ୍ଣପ୍ରସାଦ ବାସୀଙ୍କ ଦୁର୍ଦ୍ଦଶାକୁ ସେ ଅନୁଭବ କରିବା ସହ ତୁରନ୍ତ ଏହି ବ୍ରିଜ ପ୍ରକଳ୍ପ ପାଇଁ ମଞ୍ଜୁରୀ ଦେଇଥିଲେ । ତେବେ ଏଥିପାଇଁ କୃଷ୍ଣପ୍ରସାଦ ବାସୀ ଆଗାମୀ ନିର୍ବାଚନରେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଉପାସନାଙ୍କୁ ବିପୁଳ ଭୋଟ ଦେଇ ଜିତାଇ ବିକାଶ କାର୍ଯ୍ୟକୁ ଆହୁରି ଆଗକୁ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଭୋଟରଙ୍କୁ ଅନୁରୋଧ କରିଛନ୍ତି ।

ଏହା ବି ପଢନ୍ତୁ- ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ନୀତିନ, ନିର୍ବାଚନୀ ସଭାରେ ଦେବେ ଯୋଗ

ନରେନ୍ଦ୍ର ମୋଦିଙ୍କ ସରକାର ଗରିବ ଲୋକଙ୍କ ସରକାର । ଗରିବ ଲୋକଙ୍କ କିଭଳି ଉନ୍ନତି ହେବ, ଗ୍ରାମାଞ୍ଚଳରେ ମୌଳିକ ସମସ୍ୟା କିଭଳି ଦୂର ହେବ ତାହା ମୋଦିଜିଙ୍କ ଲକ୍ଷ୍ୟ । ଏଣୁ ଆଗାମୀ ନିର୍ବାଚନରେ ମୋଦିଜିଙ୍କ ହାତମୁଠାକୁ ମଜଭୁତ କରିବା ପାଇଁ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଭୋଟରଙ୍କୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି । ପୁରୀ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦର ଚାରି ଛକ ପଡ଼ିଆରେ ଅନୁଷ୍ଠିତ ବିଜୟ ସେତୁ ସଂକଳ୍ପ ସମାବେଶ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ଏହି ସବୁ ପ୍ରତିଶ୍ରୁତି ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପୁରୀର ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ରଙ୍କ ସହ ବିଜେପିର ବହୁ ନେତା ଓ କର୍ମୀ ସାମିଲ ହେଇଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମ୍ବିତ ପାତ୍ର କହିଛନ୍ତି, "ଆସନ୍ତା 5 ବର୍ଷ ମଧ୍ୟରେ କୃଷ୍ଣ ପ୍ରସାଦ ବାସୀଙ୍କ ଦୁଃଖ ଦୂର ହେବ । ଚିଲିକାରେ ବ୍ରିଜ ନିର୍ମାଣ ହେବ । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପଣ କରିବେ ।" ଏଣୁ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ତାଙ୍କୁ ଓ ଉପାସନା ମହାପାତ୍ରଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ଭୋଟରମାନେ ଜିତାଇବାକୁ ସମ୍ବିତ ଅନୁରୋଧ କରିଛନ୍ତି ।

ପୁରୀବାସୀଙ୍କ ଲାଗି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଅନ୍ୟ ପ୍ରମୁଖ ପ୍ରତିଶ୍ରୁତି:-

  • ଭୁବନେଶ୍ୱରରେ ହେବ ରିଂ ରୋଡ୍ । ରିଂ ରୋଡ୍ ୬ ଲେନ୍ ବିଶିଷ୍ଟ ହେବ ଓ ଏଥିଲାଗି ଖର୍ଚ୍ଚ ହେବ ୬ ହଜାର ୫୦୦ କୋଟି ଟଙ୍କା । ରିଂ ରୋଡ୍ କାମ ଆସନ୍ତା ଅକ୍ଟୋବରରୁ ଆରମ୍ଭ ହେବ । ରିଂ ରୋଡ୍ ଦ୍ୱାରା କଟକ ଭୁବନେଶ୍ୱର ଓ ଖୋର୍ଦ୍ଧା ମଧ୍ୟରେ ଯିବା ଆସିବା ସୁବିଧା ହେବ । ଚିଲିକା ଉପରେ ପୋଲ ନିର୍ମାଣ ନେଇ ଗଡ଼କରୀ ଘୋଷଣା କରିଛନ୍ତି ।
  • ପୁରୀ ରାମେଶ୍ୱର ରାସ୍ତାକୁ 4 ଲେନ ସହ କଟକରୁ ପାରାଦୀପ ରାସ୍ତାକୁ ୪ ଲେନ୍‌ ୨୩୭୦ କୋଟିରେ ନିର୍ମାଣ ହେବ କହିଛନ୍ତି ନୀତିନ ଗଡ଼କରୀ ।
  • 2 ଶହ କୋଟିରେ ପାରାଦୀପରେ ଏୟାରପୋର୍ଟ ପାଇଁ ନିଷ୍ପତ୍ତି ହୋଇଛି । ରାୟପୁରରୁ ବିଶାଖାପାଟଣା ୬ ଲେନ୍‌ ରାସ୍ତା ନିର୍ମାଣ ହେବ । ଡିସେମ୍ବର ସୁଦ୍ଧା ଏହାର କାମ ସରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
  • ରାୟପୁର ବିଶାଖାପାଟଣା ୬ ଲେନ୍ ରାସ୍ତା ହେବ । ମୁମ୍ବାଇ କୋଲକାତା ୪ ଲେନ୍ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ମୁମ୍ବାଇ କୋଲକାତା ରାସ୍ତାର ୪୫୦ କିମି ଓଡ଼ିଶାରେ ରହିବ । ରାଞ୍ଚି ଓ ସମ୍ବଲପୁର ମଧ୍ୟରେ ୪ ଲେନ୍ ୨୮୦ କିମି ରାସ୍ତା ୬ ହଜାର ୩୦୦ କୋଟିରେ ନିର୍ମାଣ ହେବ ।
  • ସମ୍ବଲପୁର ସହରରେ ୩୫ କିମିର ରିଂ ରୋଡ୍ ହେବ ଓ ଅକ୍ଟୋବରରୁ କାମ ଆରମ୍ଭ ହେବ ।
    ଟାଙ୍ଗୀ ଦୀଘା ରାସ୍ତାରେ ବ୍ରିଜ କରାଯାଇ ଦୁଇ ଏନଏଚକୁ ସଂଯୋଗ କରାଯିବ । ୨ଟି ପୋଲ ହେବ ଓ ୨ ଲେନ୍ ବିଶିଷ୍ଟ ହେବ ଉଭୟ ପୋଲ । ଏଥିଲାଗି ଡିପିଆର୍ ପ୍ରସ୍ତୁତି ଚାଲିଛି ।
  • ରାମେଶ୍ୱର ପୁରୀ କୋଣାର୍କ ଦୀଘା ୪ ଲେନ୍ ରାସ୍ତା ହେବ । ଏହି ୧୭୭ କିମି ରାସ୍ତା ପାଇଁ ୮ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨ ହଜାର କୋଟିରେ ୬୫ କିମିର ୪ ଲେନ୍ ଜାମୁଝାଡ଼ି ଧାମରା ରାସ୍ତା ନିର୍ମାଣ ହେବ ।
  • କଟକ ପାରାଦୀପ ୮୭ କିମିର ରାସ୍ତା ୪ ଲେନ୍ ବିଶିଷ୍ଟ ହେବ । କଟକ ପାରାଦୀପ ୪ ଲେନ୍ ରାସ୍ତା ପାଇଁ ଖର୍ଚ୍ଚ ହେବ ୨ ହଜାର ୩୭୦ କୋଟି ଟଙ୍କା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.