ETV Bharat / state

ଓଡ଼ିଶାରେ କଲେଜ ଏବଂ ବିଶ୍ବବିଦ୍ୟାଳୟରେ କରାଯିବ ବର୍ଷା ଜଳ ସଂରକ୍ଷଣ, UGC ଲେଖିଲା ଚିଠି - RAIN WATER HARVESTING

ବର୍ଷା ଜଳ ସଂରକ୍ଷଣକୁ ନେଇ ଓଡ଼ିଶାରେ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନସଚେତନା କରାଯିବ । ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ କଲେଜ ଅଧ୍ୟକ୍ଷ ଏବଂ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି କରାଯାଇଛି ।

rainwater harvesting
rainwater harvesting (ETV BHARAT ODISHA)
author img

By ETV Bharat Odisha Team

Published : Oct 15, 2024, 11:50 AM IST

ଭୁବନେଶ୍ବର: ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ଓ ଭୂତଳ ଜଳ ରିଚାର୍ଜ ବ୍ୟବସ୍ଥାକୁ ଅପଣାଇବେ ଶିକ୍ଷାନୁଷ୍ଠାନ । ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଏନେଇ ସ୍ୱତନ୍ତ୍ର ଭାବରେ ରୋଡ ମ୍ୟାପ୍ ପ୍ରସ୍ତୁତ କରିବେ। ଏହା ସହ ଶିକ୍ଷାନୁଷ୍ଠାନ ଗୁଡ଼ିକ ପକ୍ଷରୁ ଜନସଚେତନା କରାଯିବ । ଏହା ଦ୍ବାରା ଜଣେ ବ୍ୟକ୍ତି କିପରି କମ୍ ଖର୍ଚ୍ଚରେ ବର୍ଷା ଜଳକୁ ସଂରକ୍ଷଣ କରିପାରିବେ ସେନେଇ ଅଧିକ ସଚେତନତା ସୃଷ୍ଟି କରଯିବ । ଏନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (UGC) ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷ ଏବଂ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି କରାଯାଇଛି ।

ଗତ ସେପ୍ଟେମ୍ବର ୬ ତାରିଖରେ ସୁରଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା ବର୍ଷା ଜଳ ସଂରକ୍ଷଣ ଅଭିଯାନକୁ ଅଧିକ ବ୍ୟାପକ କରାଯିବା ନେଇ ଆରମ୍ଭ ହୋଇଛି ସ୍ଵତନ୍ତ୍ର ରୋଡ ମ୍ୟାପ । କେନ୍ଦ୍ର ସରକାର ସିଏସଆର ପାଣ୍ଠି, ସରକାରୀ କିମ୍ବା ବେସରକାରୀ ପାଣ୍ଠି, ଶିଳ୍ପାନୁଷ୍ଠାନ, ନାଗରିକ ସଂସ୍ଥା କ୍ଷେତ୍ରରୁ ଅର୍ଥ ବ୍ୟୟ କରି ଏହି ଜଳ ସଞ୍ଚୟ ଅଭିଯାନ କରାଯିବ । ଏଥିରେ ଭୂତଳ ଜଳ ସ୍ତର ବୃଦ୍ଧି କରିବାକୁ ପଡ଼ିବ । ବର୍ଷା ଜଳ ସଂରକ୍ଷଣ, ଆକ୍ୱାଫର ରିଚାର୍କ, ବୋରୱେଲ୍‌ ରିଚାର୍ଜ ଆଦି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛି ୟୁଜିସି ।

RAINWATER HARVESTING (ETV BHARAT ODISHA)
ମୁଖ୍ୟ ଉଦ୍ଦେଶ୍ୟ:-

ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ଓ ଭୂତଳ ଜଳ ରିଚାର୍ଜ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଭୂତଳ ଜଳ ସ୍ତରକୁ ବୃଦ୍ଧି କରିବା ଏବଂ ଜଳ ସଂରକ୍ଷଣ ବ୍ୟବସ୍ଥାକୁ ପ୍ରୋତ୍ସାହନ କରିବା । ତେଣୁ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ, ବିଶ୍ଵବିଦ୍ୟାଳୟ, ହଷ୍ଟେଲ, ଅଙ୍ଗନବାଡ଼ି କେନ୍ଦ୍ର, ଏଫ୍‌ପିଓ ଆଦିରେ ଜଳ ସଂରକ୍ଷଣ ବ୍ୟବସ୍ଥା କରିବାକୁ କୁହାଯାଇଛି ବୋଲି ୟୁଜିସି ପକ୍ଷରୁ ସୂଚନା ଦିଆଯାଇଛି।

rainwater harvesting
rainwater harvesting (ETV BHARAT ODISHA)
କାହିଁକି ବର୍ଷାଜଳ ସଂରକ୍ଷଣ ଜରୁରୀ ?

ବିଶେଷ ଭାବେ ଅତ୍ୟଧିକ ଖରା କାରଣରୁ ବର୍ଷା ଜଳ ବାଷ୍ପୀଭୂତ ହୋଇ ମେଘରେ ପରିଣତ ହୁଏ ଏବଂ ପରେ ବର୍ଷା ଆକାରରେ ମଧୁର ଜଳ ଭାବେ ତଳେ ପଡ଼ିଥାଏ । ଏହି ବୃଷ୍ଟିପାତରେ ପଡ଼ୁଥିବା ଅଧିକାଂଶ ପାଣି ସମୁଦ୍ର କିମ୍ବା ନାଳନର୍ଦ୍ଦମାରେ ମିଶିଯାଇଥାଏ । ଏହି ପାଣିକୁ ଉପଯୁକ୍ତ ଢଙ୍ଗରେ ସଦୁପଯୋଗ କରାଗଲେ ତାହାକୁ ବିଭିନ୍ନ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯାଇ ପାରିବ। ତେଣୁ ବର୍ଷା ପାଣିକୁ ବହିଯିବାକୁ ନଦେଇ ତାହାକୁ ସଂରକ୍ଷିତ ରଖିବାର ପ୍ରକ୍ରିୟାକୁ ‘ବର୍ଷାଜଳ ସଂରକ୍ଷଣ’ କୁହାଯାଏ ।

ଏହା ମଧ୍ୟ ପଢନ୍ତୁ-ଜଳଶକ୍ତି ଅଭିଯାନ-୨୦୨୪, ଜଳ ସଂରକ୍ଷଣ କ୍ଷେତ୍ରରେ ମହିଳାଙ୍କ ଭୂମିକାକୁ ନେଇ ଆଲୋଚନା - Jal Shakti Abhiyan 2024
ଏହା ମଧ୍ୟ ପଢନ୍ତୁ-ଘନେଇପାରେ ଜଳ ସଙ୍କଟ, ସଚେତନତା ବାର୍ତ୍ତା ବାଣ୍ଟିଲା ସବୁଜ ବାହିନୀ - Save Water

ଛାତ ଉପରେ ବର୍ଷାଜଳ ସଂରକ୍ଷଣ ?

ଛାତ ଉପରେ ବର୍ଷାଜଳ ସଂରକ୍ଷଣ ବା ରୁଫ୍‌‌ଟପ୍ ହାର୍ଭେଷ୍ଟିଂରେ ଛାତ ହିଁ ପାଣିକୁ ଧରି ରଖିବାର ସ୍ଥାନରେ ପରିଣତ ହୋଇଥାଏ। ବର୍ଷା ପାଣିକୁ ଘର ଛାତ ଉପରେ ସଂଗ୍ରହ କରାଯାଇ ପାରିବ । ପାଣିକୁ ଏକ ଟାଙ୍କିରେ ରଖାଯାଇପାରିବ କିମ୍ବା ନଳ ସାହାଯ୍ୟରେ ଏକ କୃତ୍ରିମ ରିଚାର୍ଜ ପ୍ରଣାଳୀ ମଧ୍ୟକୁ ପଠାଯାଇପାରିବ । ଏହି ପଦ୍ଧତି ଶସ୍ତା ହୋଇଥାଏ ଏବଂ ସଠିକ୍ ଭାବେ କାର୍ଯ୍ୟାନ୍ୱିତ କରାଗଲେ, ସମ୍ପୃକ୍ତ ଅଞ୍ଚଳର ଭୂତଳ ଜଳ ସ୍ତରକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ ବୋଲି ୟୁଜିସି ପକ୍ଷରୁ ସୂଚନା ଦିଆଯାଇଛି ।

ଏନେଇ ଶିକ୍ଷାବିତ ଜଲିଲ ଖାଁ କହିଛନ୍ତି ଯେ, ଭୂତଳ ଜଳସ୍ତର ବହୁତ ତଳକୁ ପଳାଇଲାଣି । ଜଳକୁ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି ତାହା ପ୍ରଶଂସନୀୟ । କଲେଜ ଓ ବିଶ୍ବ ବିଦ୍ୟାଳୟରେ ଯଦି ଏହି କାର୍ଯ୍ୟକ୍ରମ କରାଯିବ ତେବେ ପିଲା ମାନେ ଜଳ ସଂରକ୍ଷଣ କଣ ଜାଣିପାରିବେ । ଏହି ବ୍ୟବସ୍ଥା ଉତ୍କଳ ବିଶ୍ୱବିଦ୍ୟାଳୟରେ ରହିଛି । ଜଳକୁ ସଂରକ୍ଷଣ କରିବା ନିହାତି ଆବଶ୍ୟକ । ଯାହା ଫଳରେ ଜଳୁ ଆମେ ବିଭିନ୍ନ କାମରେ ବ୍ୟବହାର କରିପାରିବା । ଏହା ସହ ଭୂତଳ ଜଳ ବୃଦ୍ଧି ନେଇ ବିଭିନ୍ନ ପଦକ୍ଷେପ ନେବା ଆବଶ୍ୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.