ETV Bharat / state

ନାରୀଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ମହିଳା ସେଲ୍‌, ସୁରକ୍ଷିତ ହେବ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ - UGC Special Women Cell

author img

By ETV Bharat Odisha Team

Published : May 13, 2024, 9:01 PM IST

Special Women Cell in College and University: ଛାତ୍ରୀ ଓ କାର୍ଯ୍ୟରତ ମହିଳାଙ୍କ ପାଇଁ ସୁରକ୍ଷିତ ହେବ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ । ଛାତ୍ରୀ ଓ କାର୍ଯ୍ୟରତ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ଵ ଦେଇଛି ୟୁଜିସି । ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ମହିଳାଙ୍କ ଲାଗି ସୁରକ୍ଷିତ ପରିବେଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢ଼ନ୍ତୁ

Special Women Cell in College and University
Special Women Cell in College and University (ETV Bharat Odisha)

ଭୁବନେଶ୍ବର: ସୁରକ୍ଷିତ ହେବ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ । ଛାତ୍ରୀ ଓ କାର୍ଯ୍ୟରତ ମହିଳାଙ୍କ ସୁରକ୍ଷା ପାଇଁ ଖୋଲିବ ସ୍ବତନ୍ତ୍ର ମହିଳା ସେଲ୍‌ । ଏଥିପାଇଁ ୟୁଜିସି ପକ୍ଷରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ମଧ୍ୟ ମାର୍ଗଦର୍ଶିକା ଜାରି କରିଛି ୟୁଜିସି । ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀ ଓ କାର୍ଯ୍ୟରତ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ଵ ଦେଇଛି ୟୁଜିସି । ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ମହିଳାଙ୍କ ଲାଗି ସୁରକ୍ଷିତ ପରିବେଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସୁରକ୍ଷା ନେଇ ସଂପୃକ୍ତ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ପଦକ୍ଷେପ ନେବେ । ଏନେଇ ୟୁଜିସି ପକ୍ଷରୁ ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି ।

ୟୁଜିସି ପକ୍ଷରୁ ଜାରି ମାର୍ଗଦର୍ଶିକାରେ କୁହାଯାଇଛି ଯେ, ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ନିଜର ଏକ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ସେଲ୍‌) ଗଠନ କରିବେ । ଅନ୍ୟପଟେ କାର୍ଯ୍ୟରତ ମହିଳାଙ୍କ ପାଇଁ ମଧ୍ୟ ଗଠନ ହେବ ସ୍ଵତନ୍ତ୍ର ମହିଳା ସେଲ୍‌ । ଏହି ସେଲ୍‌ ସମ୍ପୂର୍ଣ୍ଣ ଭାବରେ କଲେଜର କର୍ତ୍ତୃପକ୍ଷଙ୍କ ଅଧୀନରେ କାର୍ଯ୍ୟ କରିବ । ଏହା ସହିତ ଶିକ୍ଷାନୁଷ୍ଠାନ କ୍ୟାମ୍ପସର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ବିଭିନ୍ନ ସଚେତନତାର ବ୍ୟାନର ଏବଂ ପୋଷ୍ଟର ଲଗାଯିବ । ଯେଭଳି ଭାବରେ ପିଲାମାନଙ୍କ ନଜର ଏହି ପୋଷ୍ଟର ଗୁଡ଼ିକ ଉପରେ ଭଲ ଭାବରେ ପଡ଼ିପାରିବ । ଏହାସହ ଯୌନ ନିର୍ଯାତନାକୁ ନେଇ ସଚେତନତା ଅଧିକରୁ ଅଧିକ ଆବଶ୍ୟକ । କମିଟିର ମେମ୍ବରଙ୍କ ନମ୍ବର ଆଦି ନୋଟିସ ବୋର୍ଡରେ ରହିବା ଜରୁରୀ । ମହିଳାଙ୍କ ପାଇଁ ଟୋଲ୍‌ ଫ୍ରି ନମ୍ବର ୧୮୧ ଏବଂ ଏମରଜେନ୍ସି ରେସପନ୍ସ ସପୋର୍ଟ ନମ୍ବର ୧୧୨ ମଧ୍ୟ ଉଲ୍ଲେଖ ରହିବ । ଏପଟେ ୟୁଜିସି ପକ୍ଷରୁ ଜାରି କରାଯାଇଥିବା ସମସ୍ତ ମାଗଦର୍ଶିକା ଶିକ୍ଷାନୁଷ୍ଠାନର ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିବା ଆବଶ୍ୟକ ବୋଲି ୟୁଜିସି ଜଣାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଦୃଢ଼ୀଭୂତ ହେବ ଡାକ୍ତରୀ ଶିକ୍ଷା; କ୍ୟାପିଟାଲ ହସ୍ପିଟାଲରେ ପିଜି ପାଇଁ ଆଉ ଦୁଇଟି ବିଭାଗକୁ ଅନୁମତି - PG Course in Capital Hospital

ଏପଟେ ରାଗିଂକୁ ରୋକିବା ପାଇଁ ମଧ୍ୟ ୟୁଜିସି ପଦକ୍ଷେପ ନେଇଛି । ଜିଲ୍ଲାସ୍ତରରେ ଗଠନ ହେବ ଆଣ୍ଟି ରାଗିଂ କମିଟି । ଜିଲ୍ଲାପାଳ ବା ଡେପୁଟି କମିଶନର କମିଟର ମୁଖ୍ୟ ରହିବେ । ଏହି କମିଟିରେ ସଦସ୍ୟ ଭାବେ ବିଶ୍ବବିଦ୍ୟାଳୟ, କଲେଜ, ଶିକ୍ଷାନୁଷ୍ଠାନର ମୁଖ୍ୟ ଏବଂ ଜିଲ୍ଲା ଏସ୍‌ପି, ଏସ୍‌ଏସ୍‌ପି ମଧ୍ୟ ରହିବେ । ରାଜ୍ୟରେ ଅନେକ ସମୟରେ ଛାତ୍ରୀ ଓ କାର୍ଯ୍ୟରତ ମହିଳାଙ୍କ ପ୍ରତି ଅତ୍ୟାଚାର ବଢୁଥିବାର ଅଭିଯୋଗ ବିଭିନ୍ନ ସମୟରେ ଆସୁଛି । ଏହାସହ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷଙ୍କ ସମେତ ଅଧ୍ୟାପକମାନଙ୍କ ନାମରେ ମଧ୍ୟ ଯୌନ ନିର୍ଯାତନା ଅଭିଯୋଗ ଆସୁଛି । ତେବେ ଏ ସବୁକୁ ଆଧାର କରି ୟୁଜିସି ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଛାତ୍ରୀ ଓ କାର୍ଯ୍ୟରତ ମହିଳାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ମହିଳା ସେଲ୍‌ ଖୋଲିବାକୁ ନିର୍ଦ୍ଦେଶ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.