ETV Bharat / state

ଦୁଇ ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣା; ଦୁଇ ମୃତ, 60 ଆହତ - Road Accident

author img

By ETV Bharat Odisha Team

Published : May 29, 2024, 10:57 AM IST

Updated : May 29, 2024, 11:21 AM IST

Jajpur And Nuapada Road Accident: ଯାଜପୁର ଏବଂ ନୂଆପଡାରେ ଦୁଇ ପୃଥକ ପୃଥକ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ,

ଦୁଇ ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣା; ଦୁଇ ମୃତ
ଦୁଇ ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣା; ଦୁଇ ମୃତ (ETV Bharat Odisha)

ଯାଜପୁର/ନୂଆପଡ଼ା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଲିଗଲା ଦୁଇ ବ୍ୟକ୍ତିଙ୍କ ଜୀବନ । ଯାଜପୁର ଏବଂ ନୂଆପଡାରେ ଦୁଇ ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟିଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଯାଜପୁର ୧୬ନଂ ଜାତୀୟ ରାଜପଥ କଡେଇ ଛକ ନିକଟରେ ହାଇୱା-ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେହିପରି ନୂଆପଡା ବୋଡେନ ଥାନା ବିଜୁ ଏକ୍ସପ୍ରେସ ଓୟେ ଅମେରା ଗାଁ ଛକ ନିକଟରେ ୩ଟି ଟ୍ରକ ମଧ୍ୟରେ ଧକ୍କା ହୋଇଥିବା ବେଳେ ଜଣେ ଡ୍ରାଇଭରଙ୍କ ଜୀବନ ଚାଲିଯାଇଛି ।

ଯାଜପୁରରେ ବସ ଦୁର୍ଘଟଣାଗସ୍ତ

ସୂଚନା ଅନୁସାରେ, ବସଟି ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ବେଳେ ଯାଜପୁର ୧୬ନଂ ଜାତୀୟ ରାଜପଥ କଡେଇ ଛକ ନିକଟରେ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାତ୍ରୀବାହୀ ବସ ପଛପଟୁ ହାଇୱା ଧକ୍କା ଦେଇଥିଲା । ବସଟିର ନାମ ନିନି ହୋଇଥିବା ବେଳେ ଏହା ବାରିପଦାରୁ ଯାତ୍ରୀ ନେଇ ଭୁବନେଶ୍ଵର ଅଭିମୁଖେ ଯାଉଥିଲା । ବସରେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ ରହିଥିବା ବେଳେ ଏଥିରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀ ମାନଙ୍କୁ ବଡଚଣା ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଖବର ପାଇ ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ନୂଆପଡାରେ ସଡ଼କ ଦୁର୍ଘଟଣା

ସୂଚନା ଅନୁସାରେ, ବୋଡେନ ଥାନା ବିଜୁ ଏକ୍ସପ୍ରେସ ଓୟେ ଅମେରା ଗାଁ ଛକ ନିକଟରେ ୩ଟି ଟ୍ରକ ଦୃତଗାମୀରେ ମାଲ ବଝେଇ ଟ୍ରକ ଆଗ ପଛ ହୋଇଆସୁଥିଲା । କୌଣସି କାରଣ ବଶତଃ ମଝି ଟ୍ରକ ଭାରସାମ୍ୟ ହରାଇ ଆଗରେ ଥିବା ଟ୍ରକକୁ ପଛପଟୁ ଧକା ଦେଇଥିଲା । ଫଳରେ ଜଣେ ଟ୍ରକ ଡ୍ରାଇଭର ଟ୍ରକ ଭିତରେ ଚାପିହୋଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ହେଲ୍ପର । ମୃତ ଟ୍ରକ ଡ୍ରାଇଭର ଜଣକ ହେଲେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡୋବିଶି ଗାଁର ତିରୁପତି ସିଂ ବୋଲି ଜଣାପଡ଼ିଛି । ଖବର ପାଇ ବୋଡେ଼ନ ପୋଲିସ, ବୋଡେ଼ନ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବୋଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି ।

ସୂଚନା ଥାଉ କି, ସରକାରଙ୍କ ବିଜୁ ଏକ୍ସପ୍ରେସ ଓୟେରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଗତ ବର୍ଷକ ମଧ୍ୟରେ ବିଜୁ ଏକ୍ସପ୍ରେସ ଓୟେ ନୂଆପଡା ଜିଲ୍ଲାରେ ଶତାଧିକ ଲୋକଙ୍କ ଅକାଳରେ ଜୀବନ ଚାଲିଯାଇଥିବା ଜଣାପଡିଛି । ଦୁର୍ଘଟଣାକୁ କିଭଳି ଭାବରେ ରୋକାଯାଇ ପାରିବ ସରକାର ଏଥିପ୍ରତି ଗୁରୁତ୍ୱ ଦେବା ଜରୁରୀ ହୋଇପଡିଥିବା ସାଧାରଣରେ ମତ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ: ପୁଣେ କାର ଦୁର୍ଘଟଣା; ମେ 31 ଯାଏଁ ରିମାଣ୍ଡରେ ଅଭିଯୁକ୍ତର ପିତା ଓ ଜେଜେ

ଯାଜପୁର, ନୂଆପଡା, ଇଟିଭି ଭାରତ

Last Updated : May 29, 2024, 11:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.