ETV Bharat / state

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ପଶି ଡାକ୍ତରଙ୍କ ଉନ୍ମତ୍ତ କାଣ୍ଡ ! - କିରାଣୀଙ୍କୁ ଡାକ୍ତରଙ୍କ ଆକ୍ରମଣ

Attack in CDMO Office Sambalpur: ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବା CDMOଙ୍କ କାର୍ଯ୍ୟାଳୟରେ ପଶି କିରାଣୀଙ୍କୁ ଆକ୍ରମଣ କଲେ ଦୁଇ ନବନିଯୁକ୍ତ ଡାକ୍ତର ଓ ସେମାନଙ୍କ ସହଯୋଗୀ । କାର୍ଯ୍ୟରତ ଆକାଉଣ୍ଟାଣ୍ଟଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

Attack in CDMO Office Sambalpur
Attack in CDMO Office Sambalpur
author img

By ETV Bharat Odisha Team

Published : Mar 3, 2024, 6:49 AM IST

Attack in CDMO Office Sambalpur

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବା CDMOଙ୍କ କାର୍ଯ୍ୟାଳୟରେ ଡାକ୍ତରଙ୍କ ଉନ୍ମତ୍ତ କାଣ୍ଡ । ଗତକାଲି (ଶନିବାର) ଅପରାହ୍ନ ପ୍ରାୟ ସାଢେ 3ଟା ସମୟରେ 2 ଜଣ ଡାକ୍ତରଙ୍କ ସହ ଆଉ 2 ଜଣ ବ୍ୟକ୍ତି ଏକ କାରରେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ପଶି ଏଠାରେ କାମ କରୁଥିବା 2 ଜଣ କିରାଣୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଦୁଇ କିରାଣୀ ହେଉଛନ୍ତି ପ୍ରଶାନ୍ତ ମିଶ୍ର ଓ ଶୁକଦେବ ଦେବାଙ୍ଗନ । ସେହିଭଳି ଅଭିଯୁକ୍ତ ଡାକ୍ତର ଓ ସେମାନଙ୍କର ଦୁଇ ସହଯୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ସଙ୍ଗୀତା ଘୋଷଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

କେବଳ ଏତିକି ନୁହେଁ, କାର୍ଯ୍ୟାଳୟର ଜିନିଷ ପତ୍ର ଫୋପଡ଼ା ଫିଙ୍ଗା କରିବା ସହ ଆସବାବପତ୍ର ମଧ୍ୟ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଉଭୟ କିରାଣୀ ପ୍ରଶାନ୍ତ ମିଶ୍ର ଓ ଶୁକଦେବ ଦେବାଙ୍ଗନ ଏବଂ ଆକାଉଣ୍ଟାଣ୍ଟ ସଙ୍ଗୀତା ଘୋଷ ଆଣିଛନ୍ତି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଜାତା ରାଣୀ ମିଶ୍ର କହିଛନ୍ତି, "ମୁଁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରେଢ଼ାଖୋଲ ଯାଇଥିଲି । ଏତିକି ଜାଣିଛି ଯେ, ଆକ୍ରମଣ କରିଥିବା ଲୋକଙ୍କ ମଧ୍ୟରେ 2 ଜଣ ଡାକ୍ତର ଅଛନ୍ତି । ସେମାନେ ନୂତନ ଭାବେ ନିଯୁକ୍ତି ପାଇଥିବା ଡାକ୍ତର ବୋଲି ମୋତେ ଯାହା ସୂଚନା ମିଳିଛି ।" CDMPHO ଅଫିସ୍‌ର କିଛି ଷ୍ଟାଫ ସେହି ଡାକ୍ତରମାନଙ୍କୁ ଦୁର୍ବ୍ୟବହାର କରିବାରୁ ଏମିତି ଘଟଣା ଘଟିଥିବା ନେଇ ଡାକ୍ତରମାନଙ୍କ ପକ୍ଷରୁ କୁହାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଜାତା ରାଣୀ ମିଶ୍ର ସୂଚନା ଦେଇଛନ୍ତି । ତେବେ ସଠିକ କଥା କଣ ତାହା ଜଣାନାହିଁ ବୋଲି ସେ କହିଛନ୍ତି । ସେପଟେ ଏନେଇ ସମ୍ବଲପୁର ଟାଉନ ଥାନାରେ ଉଭୟ ପକ୍ଷରୁ ଏତଲା ଦିଆଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ଡ଼ାକ୍ତରଙ୍କୁ ମାଡ ଘଟଣା: ପ୍ରତିବାଦକୁ ଓହ୍ଲାଇଲେ ଡାକ୍ତର, ଦୁଇ ଗିରଫ

ପ୍ରକାଶଯୋଗ୍ୟ, ରାଜ୍ୟରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା ମଧ୍ୟ ଏବେ ବୃଦ୍ଧି ପାଇବାରେ ଲାଗିଛି । ଗତ ଡିସେମ୍ବର ମାସରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଜଣେ ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଡାକ୍ତର ବିଶ୍ବରଞ୍ଜନ ସାହୁ ଆଉଟ୍‌-ଡୋର ଡ୍ୟୁଟି ସାରି କଲେଜକୁ ଫେରୁଥିବା ସମୟରେ ଦୁଇ ଜଣ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଆଠଟି ଟିମ୍ ଗଠନ କରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗସ୍ତ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା କରିଥିଲା ପୋଲିସ । ତେବେ ଦୁଇ ଜଣଙ୍କୁ ଏଥିରେ ଗିରଫ କରାଯାଇଥିଲା । ସେହିପରି ଗିରଫ ମଧ୍ୟରୁ ଜଣେ ପେଶାଦାର ଅପରାଧୀ ଥିବାବେଳେ ତା ନାଁରେ ପୂର୍ବରୁ ଡକାୟତି ଭଳି ମାମଲା ରହିଥିବା ଜଣା ପଡ଼ିଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.