ETV Bharat / state

ବାଲିମେଳା ଜଳଭଣ୍ଡାରରେ ବୁଡ଼ି ଦୁଇ ନାବାଳିକା ମୃତ - ମାଲକାନଗିରି

Minor girls drown in reservoir: ବାଲିମେଳା ଜଳଭଣ୍ଡାରରେ ଅଘଟଣ । ପାଣିରେ ବୁଡ଼ି ଦୁଇ ନାବାଳିକା ମୃତ । ଅଧିକ ପଢନ୍ତୁ

ବାଲିମେଳା ଜଳଭଣ୍ଡାରରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟ

author img

By ETV Bharat Odisha Team

Published : Feb 17, 2024, 7:31 AM IST

ମାଲକାନଗିରି: ବାଲିମେଳା ଜଳଭଣ୍ଡାରରେ ଅଘଟଣ । ଗାଧୋଇବା ବେଳେ ପାଣିରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତର କେନ୍ଦୁଗୁଡା ଗାଁରେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଜଣଙ୍କ ମୃତଦେହକୁ ଉଦ୍ଧାର କରିଛି । ଏହି ଅଘଟଣ ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ମୁତାବକ, ଗୁରୁବାର ଅପରାହ୍ନରେ କେନ୍ଦୁଗୁଡା ଗାଁ ନିକଟ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ ୪ ଜଣ ନାବାଳିକା । ଗାଧୋଇବା ସମୟରେ ଜଳଭଣ୍ଡାରର ଗଭୀର ଜଳରାଶିରେ ନିଖୋଜ ହୋଇଯାଇଥିଲେ ଦୁଇ ନାବାଳିକା । ନିଖୋଜମାନେ ହେଲେ ସନିୟା ମୁଦୁଲିଙ୍କ ଝିଅ ସାବିତ୍ରୀ ମୁଦୁଲି (୭) , ଅନ୍ୟ ଜଣେ ଧନୁ କାଡ଼ଙ୍ଗିଆଙ୍କ ଝିଅ ଦବିଲି କାଡ଼ଙ୍ଗିଆ(୬) । ଦୁହେଁ ପାଣିରେ ବୁଡ଼ି ଯିବାପରେ ବହୁ ଖୋଜାଖୋଜି କରିଥିଲେ ଗ୍ରାମବାସୀ । ହେଲେ ଉଭୟଙ୍କ କୌଣସି ପତ୍ତା ମିଳିନଥିଲା । ଘଟଣାସ୍ଥଳରେ ଚିତ୍ରକୋଣ୍ଡା ଅଗ୍ନିଶମ ପହଞ୍ଚି ଖୋଜାଖୋଜି କରିଥିଲା । ଶେଷରେ ଶୁକ୍ରବାର ସକାଳେ ଦୁଇ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୋଲିସ । ସେପଟେ ଚିତ୍ରକୋଣ୍ଡା ପୋଲିସ ଓ କୁଡୁମୁଳୁଗୁମା ତହସିଲଦାର ପହଞ୍ଚି ମୃତକଙ୍କ ପରିବାର ସହ ଆଲୋଚନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଗାଧୋଇବା ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ନାବାଳିକାଙ୍କ ଜୀବନ

ଏହା ମଧ୍ୟ ପଢନ୍ତୁ...ଦୁଃଖରେ ପରିଣତ ହୋଇଗଲା ଖୁସି, ନଦୀରେ ବୁଡ଼ି ଗୋଟିଏ ପରିବାରର 5 ମୃତ

ସେହିପରି ପୂର୍ବରୁ ରାୟଗଡ଼ା ଜିଲ୍ଲା ସିଲିଟିଗୁଡା ଡ୍ୟାମରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ଛାତ୍ର ଜଣକଙ୍କ ନାଁ ଜି. ଚୈତନ୍ୟ କୁମାର (19) ହୋଇଥିବା ବେଳେ ସେ ରାୟଗଡ ସହର ସାଇପ୍ରିୟା ନଗରର ବାସିନ୍ଦା ଥିଲେ । ସେ ସ୍ଥାନୀୟ ଉତ୍କଳ ଗୌରବ ମଧୁସୂଦନ ଇଞ୍ଜିନିୟରିଂ କଲେଜର ଡିପ୍ଲୋମା ପଢୁଥିଲେ । ଚୈତନ୍ୟ ସାଙ୍ଗମାନଙ୍କ ସହ ସିଲିଟିଗୁଡା ଡ୍ୟାମକୁ ବୁଲିବାକୁ ଯାଇଥିଲେ । ସେଠାରେ ଅନ୍ୟ ସାଙ୍ଗମାନେ କ୍ରିକେଟ ଖେଳୁଥିବା ସମୟରେ ସେ ଡ୍ୟାମରେ ପହଁରି ମଝିକୁ ଚାଲି ଯାଇଥିଲେ ।

ସେଠାରେ ଜଳସ୍ତର ଗଭୀର ଥିବାବେଳେ ଆଉ ପହଁରି ନପାରି ବୁଡି ଯାଇଥିଲେ । ଡ୍ୟାମ୍ ଭିତରେ ସାଙ୍ଗମାନେ ଚୈତନ୍ୟକୁ ବହୁ ଖୋଜାଖୋଜି କରିଥିଲେ ହେଁ କୌଣସି ସନ୍ଧାନ ମିଳିନଥିଲା । ପରେ ରାୟଗଡା ଅଗ୍ନିଶମ ବାହିନୀ ଓ ଚାନ୍ଦିଲି ପୋଲିସକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଥିଲା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.