ETV Bharat / state

କାମ ବାହାନାରେ ଡାକି ନେଲେ, ହୋଟେଲରେ ରଖି 4ଦିନ ଧରି ଯୁବତୀଙ୍କୁ ଗଣଦୁଷ୍କର୍ମ - Rourkela Gang Rape Case

author img

By ETV Bharat Odisha Team

Published : Jul 26, 2024, 6:15 PM IST

Rourkela Gang Rape Case: ରାଉରକେଲାରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ । 4 ଦିନ ଧରି ଏକ ହୋଟଲରେ ବନ୍ଦ ରଖି ପୀଡ଼ିତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଛନ୍ତି ଅଭିଯୁକ୍ତ । ଅଧିକ ପଢ଼ନ୍ତୁ

Rourkela Gang Rape Case
Rourkela Gang Rape Case (ETV Bharat Odisha)

ରାଉରକେଲା: କାମକୁ ଯିବା ବାହାନାରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ । ପୀଡ଼ିତା ମନ୍ଦିରରୁ ଫେରୁଥିବା ବେଳେ କାମକୁ ଯିବା ବାହାନାରେ ପୀଡ଼ିତାଙ୍କୁ ଉଠାଇ ନେଇଥିଲେ ଅଭିଯୁକ୍ତ । ଦୀର୍ଘ 4 ଦିନ ଧରି ଏକ ହୋଟଲରେ ବନ୍ଦ ରଖି ପୀଡ଼ିତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । କୌଶଳ କ୍ରମେ ଖସିଆସି ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ତେବେ ସ୍ମାର୍ଟସିଟି ରାଉରକେଲାରେ ଏଭଳି ଲୋମଟାଙ୍କୁରା ଅପରାଧର ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ବୁଲିଯିବା ପାଇଁ ଡାକି ନେଇ ଗଣଦୁଷ୍କର୍ମ:

ସୂଚନା ଅନୁସାରେ, ସୁନ୍ଦରଗଡ଼ ବଣାଇ ଅନ୍ତର୍ଗତ ଭାଲୁଡୁଙ୍ଗୁରିର ଏତୁଆ ଓରାମ(୩୯) ଏବଂ ଶଙ୍କର କିସାନ(୪୫) ଦିନ ମଜୁରିଆ ଭାବରେ କାମ କରୁଥିଲେ । ବଣାଇ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପରେ କାମ କରିବା ସମୟରେ ଜଣେ ଯୁବତୀଙ୍କ ସହ ସେମାନଙ୍କର ପରିଚୟ ହୋଇଥିଲା । ପରେ ସେମାନଙ୍କ ମଧ୍ୟରେ ବନ୍ଧୁ ଭାବରେ ଘନିଷ୍ଠତା ବଢିଥିଲା । ଗତ ୧୯ ତାରିଖର ଦିନ ପ୍ରାୟ ୧୦ ଟାରେ ଯୁବତୀ ଜଣଙ୍କ ମନ୍ଦିରରୁ ଫେରି ଘରକୁ ଯିବା ପାଇଁ ବଣାଇ ଥାନା ଅନ୍ତର୍ଗତ ନରେନ୍ଦ୍ର ଛକରେ ଅଟୋକୁ ଅପେକ୍ଷା କରିଥିଲେ । ଏହି ସମୟରେ ଏତୁଆ ଓ ଶଙ୍କର ଏକ ମୋଟର ସାଇକେଲରେ ରାଉରକେଲା ସହର ବୁଲିବାକୁ ଯିବା ପାଇଁ ଯୁବତୀଙ୍କୁ କହିଥିଲେ । ତେବେ ପୂର୍ବରୁ ପରିଚିତ ଥିବାରୁ ସେମାନଙ୍କ ଉପରେ ଭରସା କରି ଯୁବତୀ ବୁଲିବାକୁ ଯିବା ପାଇଁ ରାଜି ହୋଇଥିଲେ ।

ଏକାଧିକ ସ୍ଥାନରେ ୪ଦିନ ଧରି ଗଣଦୁଷ୍କର୍ମ:

ତେବେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ସିଧାସଳଖ ବଣାଇରୁ ରାଉରକେଲା ନେଇ ଆସିଥିଲେ । ଏହାପରେ ପ୍ଲାଣ୍ଟ୍‌ସାଇଟ୍ ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟରେ ଏକ ହୋଟେଲରେ ରଖି ରାତି ସାରା ଗଣଦୁଷ୍କର୍ମ କରିଥିଲେ । ଏହାର 2 ଦିନ ପରେ ଅର୍ଥାତ୍ ୨୧ ତାରିଖରେ ପୀଡ଼ିତାଙ୍କୁ ହୋଟେଲ୍‌ରୁ ସ୍ଥାନୀୟ ବାଲୁଘାଟର ଜଣେ ସମ୍ପର୍କୀୟ ଅଟୋ ଚାଳକଙ୍କ ଘରକୁ ନେଇ ଯାଇଥିଲେ । ସେଠାରେ ମଧ୍ୟ ଉଭୟ ଅଭିଯୁକ୍ତ ବାରମ୍ବାର ଯୁବତୀଙ୍କ ସବ ଦୁଷ୍କର୍ମ କରିଥିଲେ । ତେବେ ୨୩ ତାରିଖ ସକାଳେ ଘରେ କେହି ନଥିବାର ସୁଯୋଗ ନେଇ ପୀଡ଼ିତା କୌଶଳ କ୍ରମେ ଖସି ପଳାଇ ଆସି ଆଇଟିଆଇ ଛକ ନିକଟରେ ଅସହାୟ ଭାବେ ବୁଲୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ, ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ - Kendrapara Minor Boy Rape Case

ଯୁବତୀଙ୍କ ପୋଷାକ ଓ ହାବଭାବକୁ ଦେଖି କିଛି ସ୍ଥାନୀୟ ବ୍ୟକ୍ତି ପଚରାଉଚରା କରିବାରୁ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ସେମାନେ ପୀଡ଼ିତାଙ୍କୁ ରଘୁନାଥପାଲି ଥାନାର ଜିମା ଦେଇଥିଲେ । ଏହାପରେ ପୋଲିସ୍ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ପରିସରରେ ଥିବା ‘ସଖୀ’ ଆଶ୍ରୟସ୍ଥଳୀରେ ରଖିଥିଲା। ୨୪ ତାରିଖ ଦିନ ପୀଡ଼ିତାଙ୍କ ଲିଖିତ ଅଭିଯୋଗ ପରେ ପ୍ଲାଣ୍ଟ୍‌ସାଇଟ ପୋଲିସ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଖୋଜି ବାହାର କରି ଗତକାଲି ବଣାଇ ଅଞ୍ଚଳରୁ ଧରିବାରେ ସଫଳ ହୋଇଛି । ଏବଂ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.