ETV Bharat / state

ମୋହନା ଓ ପାରଳାଖେମୁଣ୍ଡିରୁ ନାମାଙ୍କନ ଭରିଲେ ଦୁଇ ସ୍ବାଧୀନ ପ୍ରାର୍ଥୀ - ODISHA ASSEMBLY ELECTION 2024 - ODISHA ASSEMBLY ELECTION 2024

ODISHA ASSEMBLY ELECTION 2024: ମୋହନା ଏବଂ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ନାମାଙ୍କନ ଭରିଲେ ଦୁଇ ସ୍ବାଧୀନ ପ୍ରାର୍ଥୀ । ପାରଳାଖେମୁଣ୍ଡିରୁ ସାମ୍ବାଦିକ ତଥା ମାଇନରିଟି ଫୋରମର ଗଜପତି ଜିଲ୍ଲା ଆବାହକ ଆମୋଦ କୁମାର ବର୍ଦ୍ଧନ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ମୋହନାରୁ କରିଛନ୍ତି ବିଜେଡିରୁ ଇସ୍ତଫା ଦେଇଥିବା ଆଦିବାସୀ ଯୁବନେତା ମଜେସ ଦଳବେହେରା । ଅଧିକ ପଢ଼ନ୍ତୁ

Election 2024
Election 2024
author img

By ETV Bharat Odisha Team

Published : Apr 20, 2024, 9:53 PM IST

Election 2024

ଗଜପତି: ଗଜପତି ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀ ମୋହନା ଏବଂ ପାରଳାଖେମୁଣ୍ଡି ପାଇଁ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ଦାଖଲ କରିଛନ୍ତି । ପାରଳାଖେମୁଣ୍ଡି ଆସନ ପାଇଁ ସାମ୍ବାଦିକ ତଥା ମାଇନରିଟି ଫୋରମର ଗଜପତି ଜିଲ୍ଲା ଆବାହକ ଆମୋଦ କୁମାର ବର୍ଦ୍ଧନ ନିଜର ସମର୍ଥକଙ୍କ ସହ ଯାଇ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ବିଜେଡିରୁ ଇସ୍ତଫା ଦେଇଥିବା ଆଦିବାସୀ ଯୁବନେତା ମଜେସ ଦଳବେହେରା ମୋହନା ନିର୍ବାଚନ ମଣ୍ଡଳୀରୁ ସ୍ବାଧିନ ପ୍ରାର୍ଥୀ ଭାବେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

ଆଜି ପ୍ରାର୍ଥୀପତ୍ର ଦାଖଲ କରିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ ଅନ୍ୟଜଣେ ଖ୍ରୀଷ୍ଟିୟାନ ସଂପ୍ରଦାୟର । ତେଣୁ ଏହି ଦୁଇ ପ୍ରାର୍ଥୀ ଉଭୟ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ଏହି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା କହିଛନ୍ତି । ଗଜପତି ଜିଲ୍ଲାରେ ବିଶେଷ କରି ଅଣସଂରକ୍ଷିତ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବହୁ ସଂଖ୍ୟାରେ ଦଳିତ ଆଦିବାସୀ ଓ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକେ ରହିଥିଲେ ମଧ୍ୟ ସେମାନଙ୍କୁ କୌଣସି ଦଳ ଗୁରୁତ୍ବ ଦେଉନାହାନ୍ତି କି ପ୍ରାର୍ଥୀ କରୁନାହାନ୍ତି ବୋଲି ଉଭୟ ଅଭିଯୋଗ କରିଛନ୍ତି । ତେଣୁ ସେମାନଙ୍କ ଉନ୍ନତି ସଠିକ ଭାବେ ହୋଇପାରୁନାହିଁ । ଏହାକୁ ଦୃଷ୍ଟିରେ ରଖି ଗତ କିଛିଦିନ ତଳେ ମାଇନରିଟି ଫୋରମ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ କ୍ଷୋଭ ପ୍ରକାଶ କରାଯାଇଥିଲା ।

ତେବେ ଚଳିତ ନିର୍ବାଚନରେ ଜିତିଲେ ଅନେକ ଲକ୍ଷ୍ୟ ରଖିଥିବହା କହିଛନ୍ତି ସ୍ବାଧିନ ପ୍ରାର୍ଥୀ ଭାବେ ନୋମିନେସନ ଦାଖଲ କରିଥିବା ଆମୋଦ କୁମାର ବର୍ଦ୍ଧନ । ସେ ନିଜ ସହିତ ଏକ ପ୍ରତିଜ୍ଞା ପତ୍ର ମଧ୍ୟ ଧରିଛନ୍ତି । ଏଥିରେ ରହିଛି, ଗଜପତି ଜିଲ୍ଲା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ବାରା ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ଘୋଷଣା କରିବା । ସେ କହିଛନ୍ତି, "ଗଜପତି ହେଉଛି ଓଡ଼ିଶା ପ୍ରଦେଶ ଗଠନର ମୂଳଦୁଆ । କିନ୍ତୁ ମାହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ଦେହାନ୍ତ ପରେ ଜିଲ୍ଲାକୁ ସମ୍ପୂର୍ଣ୍ଣ ରୂପେ ଆବହେଳା ଓ ଅଣଦେଖା କରାଯାଇଛି । ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ପ୍ରମୁଖ ଶିଳ୍ପ ଏବଂ କାରଖାନା ସ୍ଥାପନ କରିବା, ଯାହାଦ୍ବାରା ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତି ରୋଜଗାର ପାଇବେ ଏବଂ ଦାଦନ ସମସ୍ୟାର ସମାଧାନ ହୋଇପାରିବ । କାରଣ ଜିଲ୍ଲାରେ ଦାଦନ ଶ୍ରମିକ ମୃତ୍ୟୁ ଦିନକୁଦିନ ତୀବ୍ର ଗତିରେ ବୃଦ୍ଧି ପାଉଛି ।"

ଏହା ମଧ୍ୟ ପଢ଼ନ୍ତୁ...କୋରାପୁଟରେ ବଳ ଦେଖାଇଲା କଂଗ୍ରେସ, ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଲେ ପ୍ରାର୍ଥୀ - koraput parliamentary constituency

ସେହିପରି ତାଙ୍କ ପ୍ରତିଜ୍ଞା ପତ୍ରରେ ଆହୁରି ରହିଛି, ଜିଲ୍ଲାରେ ଏକ ମେଡିକାଲ କଲେଜର ପ୍ରତିଷ୍ଠା କରିବା, ଗମନାଗମନର ସୁବିଧା ପାଇଁ ଉନ୍ନତମାନର ସମ୍ପ୍ରସାରିତ ରାସ୍ତା ନିର୍ମାଣ ଏବଂ ଟ୍ରାଫିକ ସମସ୍ୟାର ଦୂରୀକରଣ ପାଇଁ ବାଇପାସ୍‌ ରୋଡ଼ କାର୍ଯ୍ୟ ହାତକୁ ନେଇ ଅତିଶୀଘ୍ର ସମାପ୍ତ କରିବା । ଗଜପତି ଜିଲ୍ଲାର ଜୀବନଧାରା ରୂପେ ପରିଚିତ ମହେନ୍ଦ୍ରତନୟା ଏବଂ ବଂଶଧାରା ନ‌ଦୀ ଉପରେ ବ୍ୟାରେଜ୍ ନିର୍ମାଣ କରିବା, ଯାହାଦ୍ବାରା ଉଭୟ କୃଷକ, ସାଧାରଣ ଜନତା ଏବଂ ଜୀବଜନ୍ତୁ ପର୍ଯ୍ୟାପ୍ତ ପରିମାଣର ଜଳ ପାଇପାରିବେ । 'ଏଠାରେ ଅଧ୍ୟୟନ କର, ଏଠାରେ ରୋଜଗାର କର' ଯୋଜନା ଆଧାରରେ ଗଜପତି ଜିଲ୍ଲାର ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ୟତା ଦେଇ ଜିଲ୍ଲାରେ (B.Ed) କଲେଜ ପ୍ରତିଷ୍ଠା କରିବା । ଫଳରେ ଛାତ୍ରଛାତ୍ରୀମାନେ ଆନ୍ଧ୍ରପ୍ରଦେଶ ଭଳି ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବେ ନାହିଁ । ପ୍ରତି ଗାଁରେ ଯାତାୟାତ ପାଇଁ ପକ୍କାରୋଡ, ବିଶୁଦ୍ଧ ପାନୀୟଜଳ ବିଦ୍ୟୁତ୍‌ ସଂଯୋଗ ଏବଂ ପକ୍କାଘର ନିର୍ମାଣ କରିବା । ଆଦିବାସୀ, ଗରିବ, ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଡାକ୍ତରୀ, ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷା ଯୋଗାଇବା ଏବଂ ଜିଲ୍ଲାରେ ଖାଲିପଡ଼ିଥିବା ବିଭିନ୍ନ ସରକାରୀପଦବୀ, ଖାଲିପଡ଼ିଥ‌ିବା ଡାକ୍ତର ଓ ନର୍ସ ପଦବୀ ତୁରନ୍ତ ପୂରଣ କରାଯାଇ ଯୁବକଯୁବତୀଙ୍କୁ ରୋଜଗାରକ୍ଷମ କରିବା ତାଙ୍କର ଲକ୍ଷ୍ୟ ଥିବା ସେ କହିଛନ୍ତି ।

ସେପଟେ ମୋହନା ଅଞ୍ଚଳର ବିକାଶ ପାଇଁ ଯେଉଁ ନେତୃତ୍ବର ଆବଶ୍ୟକତା ରହିଛି, ତାହା ଆଜି ଯାଏଁ ପୂରଣ ହୋଇପାରିନାହିଁ । ତେଣୁ ସେ ପ୍ରାର୍ଥୀ ହୋଇଥିବା ମଜେସ୍‌ ଦଳବେହେରା କହିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.