ETV Bharat / state

ମାଓ କ୍ୟାମ୍ପରେ ଜାତିବାଦ ନେଇ ପାତରଅନ୍ତର ! ମହିଳା ମାଓବାଦୀଙ୍କ ସମେତ ଆତ୍ମସମର୍ପଣ କଲେ ୨ ମାଓବାଦୀ - HARDCORE MAOISTS SURRENDERED

author img

By ETV Bharat Odisha Team

Published : Aug 31, 2024, 10:04 AM IST

Two Hardcore Maoists Surrendered: ବରଗଡ଼ ଏସପି ଓ ଆଇଜିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି ଦୁଇ ହାର୍ଡକୋର୍ ମାଓବାଦୀ । ବଖାଣିଲେ କେବେ ମାଓ କ୍ୟାମ୍ପରେ ସାମିଲ ହୋଇଥିଲେ, କାହିଁକି ସାମିଲ ହୋଇଥିଲେ ? ଅଧିକ ପଢ଼ନ୍ତୁ

Maoists Surrenders
Maoists Surrenders (ETV Bharat Odisha)

ବରଗଡ଼: ମାଓ ପ୍ରବଣ ବରଗଡ ଜିଲ୍ଲାରେ ପୋଲିସ ବିଭାଗକୁ ମିଳିଲା ବଡ ଧରଣର ସଫଳତା । ଆଜି ବରଗଡ ଜିଲ୍ଲା ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି ଦୁଇ ହାର୍ଡକୋର ମାଓବାଦୀ । ଜିଲ୍ଲାର ପଦ୍ମପୁର ଉପଖଣ୍ଡ ପାଇକମାଳ ଗନ୍ଧମାର୍ଦନ ପାହାଡରେ ପୋଲିସ ଏବଂ ଯବାନଙ୍କର ଲଗାତାର ବ୍ୟାପକ ସର୍ଚ୍ଚ ଅପରେସନ ଏବଂ ଗୁଳିବିନିମୟର ପରିଣାମ ସ୍ୱରୂପ ଆଜି ଯେଉଁ ୨ ମାଓବାଦୀଙ୍କ ମୁଣ୍ଡରେ ଲକ୍ଷାଧିକ ଟଙ୍କାର ଇନାମ ରଖାଯାଇଥିଲା । ସେହି ୨ ହାର୍ଡକୋର ମାଓବାଦୀ ନିଜେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ୨ ମାଓବାଦୀଙ୍କ ମଧ୍ୟରୁ ଜଣେ ମହିଳା ମାଓବାଦୀ ରହିଛନ୍ତି ।

HARDCORE MAOISTS SURRENDERED (Etv Bharat)

୨ ମାଓବାଦୀଙ୍କ ଆତ୍ମସମର୍ପଣ :

ତେବେ ୨ ମାଓବାଦୀ ବରଗଡ଼ ଏସପି ଏବଂ ଆଇଜି ହିମାଂଶୁ ଲାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏରିଆ କମିଟି ମେମ୍ବର (ACM) କେଡରର 35 ବର୍ଷୀୟା ମହିଳା ମାଓବାଦୀ ଆମିଲା ଓରଫ୍ ପୂଜା ତାଟି ଯାହାଙ୍କ ମୁଣ୍ଡରେ ସରକାର 4ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ । ହେଲେ ସେ ଆଜି ମାଓବାଦୀ ସଂଗଠନ ଛାଡି ନିଜକୁ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିଛନ୍ତି । 2010 ମସିହାରୁ ମହିଳା ମାଓବାଦୀ ଜଣକ ଗନ୍ଧମାର୍ଦ୍ଧନ ପାହାଡ଼ ଇଲାକା ବରଗଡ଼ ଓ ବଲାଙ୍ଗିର ଜିଲ୍ଲାରେ ସକ୍ରୀୟ ରହିଥିବା ବେଳେ ବରଗଡ଼ ଜିଲ୍ଲାରେ 35ଟି ମାଓ କାରନାମାରେ ସାମିଲ ଥିବାନେଇ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । ମହିଳା ମାଓବାଦୀ ଜଣକ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲା ଗଙ୍ଗଳୁର ଥାନା ଅନ୍ତର୍ଗତ ପର୍ଣ୍ଣାଲ ଗ୍ରାମର ହୋଇଥିବା ବେଳେ ସେ ଓଡ଼ିଶା ସରକାରଙ୍କ ବରଗଡ଼ ଜିଲ୍ଲା ପୋଲିସ ବିଭାଗରେ ଆତ୍ମସମର୍ପଣ କରିଛନ୍ତି ।

2012 ମସିହାରୁ ଥିଲେ ସକ୍ରିୟ :

ସେହିପରି 31 ବର୍ଷିୟ ରଘୁ ଓରଫ୍ ସୈତୁ ପଦମ୍ ମାଓବାଦୀ ସଙ୍ଗଠନରେ ଯୋଗଦେଇ 2012 ମସିହାରୁ ଗନ୍ଧମାର୍ଦ୍ଧନ ପାହାଡରେ ସକ୍ରିୟ ଥିଲା । ରଘୁ ମଧ୍ୟ ଏରିଆ କମିଟି ମେମ୍ବର (ACM) କେଡରର ବରଗଡ ବଲାଙ୍ଗୀର ମହାସମୁନ୍ଦ ଡିଭିଜନ ଅଫ ମାଓଇଷ୍ଟ ସଂଗଠନରେ ଥିଲା । ରଘୁଙ୍କ ନାମରେ ବରଗଡ ଜିଲ୍ଲାର ଅନେକ ଥାନାରେ ହତ୍ୟା ମାମଲା ସହିତ ସମୁଦାୟ 8 ଗୋଟି ଭିନ୍ନ ମାମଲା ରହିଥିବାବେଳେ ତାଙ୍କ ନାମରେ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଅନେକ ମାମଲା ରହିଛି ।

ଏସବୁ କାର୍ଯ୍ୟକଲାପରେ ଥିଲେ ସାମିଲ:

ଉଭୟ ମାଓବାଦୀ ଅନେକ ମାଓ କାର୍ଜ୍ୟାକଳାପରେ ସାମିଲ ଥିବାବେଳେ ବଲାଙ୍ଗୀର ଜିଲ୍ଲା ଖପରାଖୋଳ ଥାନା ଅନ୍ତର୍ଗତ ତେଲେନପାଳି ଗ୍ରାମରେ ୨୦୧୧ ମସିହା ଅଗଷ୍ଟ ୧୪ ତାରିଖରେ ରାଜକିଶୋର ପଣ୍ଡାଙ୍କ ହତ୍ୟାକାଣ୍ଡ ଘଟଣାରେ, ୨୦୧୧ ନଭେମ୍ବର ୧୪ ଖୁରୀପାଣି ଗ୍ରାମର ୱାର୍ଡ ମେମ୍ବର କୃଷ୍ଣ ପୁଞ୍ଜିଙ୍କ ହତ୍ୟା ଘଟଣା, ୨୦୧୮ ମାର୍ଚ୍ଚ ୧୭ ମସିହାରେ ବରଗଡ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ସାଲେପାଳି ଗ୍ରାମର ବିଜୟ ସାହୁଙ୍କ ହତ୍ୟା ଘଟଣାରେ ସାମିଲ ଥିଲେ । ଗନ୍ଧମାର୍ଦ୍ଧନ ପାହାଡ ଜଙ୍ଗଲ ଭିତରେ ପୋଲିସ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା 5 ଥର ଗୁଳିବିନିମୟରେ ଉଭାୟ ସାମିଲ ରହିଥିଲେ । ଖପରାଖୋଲ କେନ୍ଦୁ ଫଡିରେ ନିଆଁ ଲଗାଇବାରେ ମଧ୍ୟ ଉଭୟଙ୍କ ହାତ ରହିଥିବା ଆତ୍ମସମର୍ପଣ କରିଥିବା ଉଭୟ ମାଓବାଦୀ ସ୍ଵୀକାର କରିଛନ୍ତି ।

ସାଥୀ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଅପିଲ:

ଉଭୟ ମାଓବାଦୀ ଆତ୍ମସମର୍ପଣ କରିବା ପରେ ତାଙ୍କ ସୂତ୍ରକୁ ଆଧାର କରି ପୋଲିସ ଗନ୍ଧମାର୍ଦ୍ଧନ ପାହାଡ଼ରେ ସର୍ଚ୍ଚ ଅପରେସନ ଜାରି ରଖି ମାଓବାଦୀଙ୍କ ଏକ କ୍ୟାମ୍ପକୁ କବଜା କରିବାରେ ସଫଳ ହୋଇଥିଲା ଓ ସେଠାରୁ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଉଦ୍ଧାର କରିଛି ପୋଲିସ । 9MMର ୨ଟି ବନ୍ଧୁକ, 9 mmର ୧୫ଟି ଜୀବନ୍ତ ଗୁଲି, ଅନେକ ମାଓ ପୁସ୍ତକ, ମାଓ ବସ୍ତ୍ର , ମେଲେରିଆ ଟେଷ୍ଟ କିଟ, ଇଂଜେକସନ ସିରିଞ୍ଜ ଓ ରୋଷେଇ ସାମଗ୍ରୀ ଆଦି ସହିତ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଚି । ବରଗଡ଼ ଏସପି ଏବଂ ଆଇଜି ହିମାଂଶୁ ଲାଲଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଥିବା ଇଭୟ ମାଓବାଦୀ ଅନ୍ୟ ସାଥି ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରି ସମାଜର ମୂଖ୍ୟ ସ୍ରୋତକୁ ଫେରି ଆସିବା ପାଇଁ ଅନୁରୋଧ କରିଛନ୍ତି । ତେବେ ସେମାନଙ୍କ ଆଜି ଆତ୍ମସମର୍ପଣକୁ ନେଇ ବରଗଡ଼ ଜିଲ୍ଲା ପୋଲିସ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଆଇଜି ହିମାଂଶୁ ଲାଲ ମାଓବାଦୀମାନଙ୍କୁ ମୂଖ୍ୟ ସ୍ରୋତରେ ସାମିଲ ହୋଇ ହିଂସାର ରାସ୍ତା ଛାଡ଼ି ଦିଅନ୍ତୁ ନ ହେଲେ ସମାପ୍ତ ହୋଇଯିବେ ବୋଳି ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଆତ୍ମସମର୍ପଣ କରିଥିବା ଉଭୟ ମାଓବାଦୀମାନେ ମଧ୍ୟ ନିଜର ଅନ୍ୟ ମାଓ ସାଥୀମାନଙ୍କୁ ଆତ୍ମସମର୍ପଣ କରିବାକୁ ଅପିଲ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସରକାରଙ୍କ ଦ୍ଵାରା ଯୋଗାଇଦିଆଯାଇଥିବା ବିଭିନ୍ନ ଯୋଜନାର ସୁଯୋଗ ନେବାକୁ ଅନୁରୋଧ କରିଛନ୍ତି ।

ମହିଳା ଜଣକ କାହିଁକି ମାଓବାଦୀରେ ହୋଇଥିଲେ ସାମିଲ ?

ଆତ୍ମସମର୍ପଣ କରିଥିବା 35 ବର୍ଷୀୟା ମହିଳା ମାଓବାଦୀ ଆମିଲା ଓରଫ୍ ପୂଜା ତାଟିଙ୍କ ନିଜ ଗ୍ରାମ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲା ଗଙ୍ଗଳୁର ଥାନା ଅନ୍ତର୍ଗତ ପର୍ଣ୍ଣାଲ ଗ୍ରାମ । ତାଙ୍କ କହିବା ଅନୁଯାୟୀ, ସେ ଯେତେବେଳେ ମାତ୍ର 12 ବର୍ଷ ବୟସର ଥିଲେ ତାଙ୍କ ଗ୍ରାମରେ ଜାତିବାଦକୁ ନେଇ ନାନା ଅତ୍ୟାଚାର କରାଯାଉଥିଲା । ସେମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଅସହ୍ୟ ହୋଇପଡିଥିଲା ଏବଂ ପୂଜାଙ୍କ ପରିବାର ମଧ୍ୟ ଏହି ଜାତିବାଦ ଚିନ୍ତାଧାରାରେ ଅତ୍ୟାଚାରିତ ହୋଇଥିଲେ । ଗର୍ଭବତୀ ଥିବା ପୂଜାଙ୍କ ବଡ ଭଉଣୀଙ୍କୁ ସେହି ଗ୍ରାମର ଗଉନ୍ତିଆ ପରିବାରର ଲୋକେ ପେଟକୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲେ । ସେତେବେଳେ ପୂଜା ଛୋଟ ଥିଲେ । ତାଙ୍କୁ ସେହି ଘଟଣାଟି ମନ ଏବଂ ହୃଦୟରୁ ଦୋହଲାଇ ଦେଇଥିଲା । ସେହି ଦିନଠାରୁ ସେ ଗ୍ରାମର ବଡବଡିଆ ଲୋକଙ୍କ ବିରୋଧରେ ଲଢିବାକୁ ମନସ୍ଥ କରିଥିଲେ ଓ ଶେଷରେ ସେ ଖୁବ କମ ବଯସରୁ ମାଓବାଦୀରେ ସାମିଲ ହୋଇଯାଇଥିଲେ । ଜାତିଆଣ ନେଇ ଲୋକଙ୍କୁ କରାଯାଉଥିବା ଅନ୍ୟାୟ ଅତ୍ୟାଚାର ଓ ବାଛ ବିଚାର ସହିତ ଗାରିବଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ଲଢିବା ଉଦ୍ଦେଶ୍ୟରେ ପୂଜା ମାଓବାଦୀରେ ସାମିଲ ହୋଇଥିବା ଜଣାଇଛନ୍ତି ।

କାହିଁକି କଲେ ଆତ୍ମସମର୍ପଣ ?

ମାଓ ସଙ୍ଗଠନରେ ଦୀର୍ଘ ବର୍ଷ ଧରି କାମ କଲାପରେ ସେଠାରେ ମଧ୍ୟ ସେହି ଜାତିବାଦକୁ ନେଇ ପାତର ଅନ୍ତର ଶୀକାର ହୋଇଥିଲେ ପୂଜା । ଶାରୀରିକ ଓ ମାନସିକ ଭାବେ ଅନ୍ୟାୟ ଅତ୍ୟାଚାରକୁ ଅଙ୍ଗେ ନିଭାଇବା ସହିତ ନିର୍ଦୋଷଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବରଦାସ୍ତ କରିନପାରି ପୁଣି ସମାଜର ମୁଖ୍ୟ ସ୍ରୋତରେ ଫେରି ଆସିବାକୁ ଇଚ୍ଛା କରିଥିଲେ ପୂଜା । ମାଓ ସଙ୍ଗଠନରେ ସକ୍ରିୟ ସଦସ୍ୟଙ୍କ କାର୍ଯ୍ୟକଳାପ ଓ ବରିଷ୍ଠତାକୁ ଆଧାର କରି ପ୍ରୋମୋଶନ ମଧ୍ୟ କରାଯାଇଥାଏ । ମାତ୍ର ଖୁବ ସକ୍ରିୟ ଥିବା ସତ୍ତ୍ବେ ଜାତିଆଣକୁ ନେଇ ସେଠାରେ ମଧ୍ୟ ଅଣଦେଖା କରାଯାଇଥିଲା । ପ୍ରୋମୋଶନ କରା ନଯିବା ପୂଜାକୁ ଆନ୍ଦୋଳିତ କରିଥିଲା ।

ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଛାଡ଼ିଲେ ମାଓ କ୍ୟାମ୍ପ:

ଅନ୍ୟପଟେ ଗନ୍ଧମାର୍ଦନ ପାହାଡର ଘଞ୍ଚ ଜଙ୍ଗଲରେ ବିଗତ 6 ମାସ ଭିତରେ ଲଗାତାର ପୋଲିସର କମ୍ବିଂ ଅପରେସନ ଓ ଗୁଳିବିନିମୟ ଯୋଗୁଁ କ୍ୟାମ୍ପ ଛାଡି ମାଓବାଦୀମାନଙ୍କୁ ପଛଘୁଞ୍ଚା ଦେବାକୁ ପଡୁଥିଲା । ଘଞ୍ଚ ଜଙ୍ଗଲ ଭିତରେ କୌଣସି ଠିକଣାରେ ସେମାନେ ସ୍ଥାୟୀ ଭାବେ କ୍ୟାମ୍ପ କରିପାରୁନଥିଲେ ଓ ପୋଲିସର ସ୍କାନରରେ ଆସିଯାଉଥିଲେ । ପୋଲିସ ସହିତ ଗୁଳି ବିନିମୟରେ ଛତ୍ରଭଙ୍ଗ ଦେବାକୁ ପଡୁଥିଲା । ଅନ୍ୟପଟେ ଓଡିଶା ସରକାର ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଅପିଲ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଯେଉଁ ସବୁ ଯୋଜନା କରିଛନ୍ତି ତାହା ଉତ୍ତମ ଜୀବନଯାପନ ପାଇଁ ଯଥେଷ୍ଟ ଥିବାରୁ ସେ ନିଜକୁ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଶେଷରେ ଓଡିଶାର ବରଗଡ ଜିଲ୍ଲା ପୋଲିସ ବିଭାଗରେ ଆଜି (ଶୁକ୍ରବାର) ଆତ୍ମସମର୍ପଣ କରିଛନ୍ତି ।

ଅନ୍ୟାୟ ଅତ୍ୟାଚାର ପାଇଁ ମାଓ କ୍ୟାମ୍ପରେ ସାମିଲ ହୋଇଥିଲି:

ଏନେଇ ଆତ୍ମସମର୍ପଣ କରିଥିବା ପୂଜା ତାଟି କହିଛନ୍ତି, "୨୦୦୮ରେ ମୁଁ ମାଓମାଦୀରେ ସାମିଲ ହୋଇଥିଲି । ୨୦୨୪ ପର୍ଯ୍ୟନ୍ତ କାମ କରିଛି । କ୍ୟାମ୍ପରେ ବୁହୁତ ସମସ୍ୟା ଆସିଲା । ତେଣୁ ନକ୍ସଲବାଦକୁ ଛାଡ଼ି ବରଗଡ଼ ଆଇଜିଙ୍କ ପାଖରେ ଆତ୍ମସମର୍ପଣ କରିଛି । ଆଜିଠାରୁ ନୂଆ ଜୀବନ ଯିଇବୁ । ଗାଁରେ ରହିବା ସମୟରେ ଆମ ସହ ବହୁତ ଅନ୍ୟାୟ ଅତ୍ୟାଚାର କରାଯାଇଥିଲା । ତେଣୁ ନକ୍ସଲରେ ସାମିଲ ହୋଇଥିଲି । ଆଜି ଆତ୍ମସମର୍ପଣ କରି ବହୁତ ଖୁସି ଲାଗୁଛି । ଅନ୍ୟମାନଙ୍କ ମଧ୍ୟ ଅପିଲ କରୁଛୁ ମାଓ କ୍ୟାମ୍ପ ଛାଡି ନୂଆ ଜୀବନ ଜିଅନ୍ତୁ ।"

ଆତ୍ମସମର୍ପଣ କଲେ ମାଓବାଦୀଙ୍କ ପାଇଁ କ'ଣ ରହିଛି ସରକାରଙ୍କ ସୁବିଧା ?

ମାଓବାଦୀ ସଙ୍ଗଠନରେ ସାମିଲ ହୋଇଥିବା ପୁରୁଷ ମାଓବାଦୀ କିମ୍ବା ମହିଳା ମାଓବାଦୀମାନେ ନିଜକୁ ଆତ୍ମସମର୍ପଣ କଲେ ଓଡିଶା ସରକାରଙ୍କ ପକ୍ଷରୁ ଅନେକ ଯୋଜନା ରହିଛି । ଆତ୍ମସମର୍ପଣ କରୁଥିବା ବିଭିନ୍ନ କ୍ୟାଡରର ମାଓବାଦୀମାନଙ୍କ ପାଇଁ ସରକାରଙ୍କ ଭିନ୍ନ ଭିନ୍ନ ଯୋଜନା ରହିଛି । କ୍ୟାଟେଗୋରୀ-1 , କ୍ୟାଟେଗୋରୀ 2 A , କ୍ୟାଟେଗୋରୀ 2 B, ଆଦି ବିଭିନ୍ନ କ୍ୟାଡର ଅନୁଯାୟୀ ଆତ୍ମସମର୍ପଣ ପରେ ତାଙ୍କୁ ସରକାରଙ୍କ ସେହି ସୁବିଧା ମିଳିବ । ତେବେ ବରଗଡ ଜିଲ୍ଲାରେ ଆଜି ଆତ୍ମସମର୍ପଣ କରିଥିବା ଉଭୟ ମାଓବାଦୀଙ୍କୁ 3 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ନଗତ ଦିଆଯିବାର ବ୍ୟବସ୍ଥା ରହିଛି । ପ୍ରତିମାସରେ 10 ହଜାର ଟଙ୍କା ଲେଖାଏ ଷ୍ଟାଇପେଣ୍ଡ ଆକାରରେ 3 ବର୍ଷ ପର୍ଯ୍ୟନ୍ତ ପାଇପାରିବେ । ଘର ପାଇଁ ଜମି ବାବଦକୁ 25 ହଜାର ଟଙ୍କା ପାଇପାରିବେ । ଘର ନିର୍ମାଣ ପାଇଁ 45 ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପାଇପାରିବେ । ବିବାହ ପାଇଁ 25 ହଜାର ଟଙ୍କାର ଆର୍ଥିକ ସହାୟତା । ପାଠପଢା ପାଇଁ ମାସିକୁ 3 ହଜାର ଟଙ୍କା ଲେଖାଏ 3 ବର୍ଷ ପର୍ଯ୍ୟନ୍ତ ସରକାର ଯୋଗେଇଦେବ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.