ETV Bharat / state

ରଥଯାତ୍ରା ଦେଖି ଫେରୁଥିବା ବେଳେ ବାଟରେ ଛକିଥିଲା ଯମ ! ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ - Two Friend Died In Road Accident

author img

By ETV Bharat Odisha Team

Published : Jul 10, 2024, 12:55 PM IST

Two Friend Died In Road Accident: ପୁରୀରୁ ରଥଯାତ୍ରା ଦେଖି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା । ଘଟଣାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ,

ରଥଯାତ୍ରା ଦେଖି ଫେରୁଥିବା ବେଳେ ବାଟରେ ଛକିଥିଲା ଯମ! ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ
ରଥଯାତ୍ରା ଦେଖି ଫେରୁଥିବା ବେଳେ ବାଟରେ ଛକିଥିଲା ଯମ! ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ (ETV Bharat Odisha)

ବଲାଙ୍ଗୀର: ଏମିତି ବି ଆସେ ମୃତ୍ୟୁ । ପୁରୀରୁ ରଥଯାତ୍ରା ଦେଖି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାର ଶିକାର ହେଲେ ଦୁଇ ସାଙ୍ଗ । ଘଟଣାରେ ଦୁଇ ସାଙ୍ଗଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ସାଙ୍ଗ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଯାହାକୁ ନେଇ ଏବେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ, ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚୁଡ଼ାପାଳି ଗାଁରୁ ଆସିଛି ଏଭଳି ଅଭାବନୀୟ ଘଟଣା । ଏହି ଗାଁ ଓ ପାଖ ଗାଁର ତିନି ଜଣ ସାଙ୍ଗ ପ୍ରକାଶ ସାହୁ, ବିକାଶ ସାହୁ ଓ ନବୀନ କୁଅଁର ପାଟଣାଗଡ଼ ଧୁବଳ ପଡ଼ାକୁ ରଥ ଯାତ୍ରା ଦେଖିବାକୁ ଏକ ବାଇକରେ ଯାଇଥିଲେ ଏବଂ ସେଠୁ ରାତିରେ ଫେରୁଥିବା ବେଳେ ତାଙ୍କ ବାଇକ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଯାହା ପରେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଜଣେ ସାଙ୍ଗକୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ସେପଟେ ଅନ୍ୟ ଦୁଇ ଆହତଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣେ ସାଙ୍ଗଙ୍କ ମୃତ୍ୟୁ ଘଟିଛି । ସେପଟେ ଆଉ ଜଣେ ସାଙ୍ଗଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ଥିବା ବେଳେ ଡାକ୍ତରଖାନାରେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

ମୃତ ଦୁଇ ସାଙ୍ଗ ହେଲେ ପ୍ରକାଶ ସାହୁ ଏବଂ ବିକାଶ ସାହୁ। ସେପଟେ ଅନ୍ୟ ଜଣେ ଗୁରୁତର ଆହତ ହେଲେ ନବୀନ କୁଅଁର । ତେବେ ସଂପୃକ୍ତ ଘଟଣା ପରେ ଚୁଡ଼ାପାଲି ଗାଁରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ପାଟଣାଗଡ଼ ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ସେହିପରି ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଛି ।

ଏହା ମଧ୍ୟ ପଢନ୍ତୁ: ରଥଯାତ୍ରା ଦେଖି ଫେରିବା ବେଳେ ଓଲଟି ପଡିଲା ଗାଡ଼ି; ୮ ଆହତ, ଜଣେ ଗୁରୁତର

ତେବେ ମୃତକଙ୍କ ସମ୍ପର୍କୀୟ ସହଦେବ ସାହୁ କହିଛନ୍ତି ଯେ ତାଙ୍କ ପୁତୁରା ବିକାଶ ସାହୁ ଓ ଅନ୍ୟ ଦୁଇ ଜଣ ତାଙ୍କ ସାଙ୍ଗ ଯାତ୍ରା ଦେଖିବାକୁ ଯାଇଥିଲେ ଏବଂ ଫେରିବା ବାଟରେ ରାସ୍ତାରେ ଭାରସାମ୍ୟ ହରାଇ ତାଙ୍କ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ତାଙ୍କ ପୁତୁରାଙ୍କ ତଥା ତାଙ୍କ ସାଙ୍ଗର ମୃତ୍ୟୁ ହୋଇଥିବାର ସେ କହିଛନ୍ତି । ସେହିପରି ଅନ୍ୟ ଜଣେ ଏବେ ବୁର୍ଲାରେ ଚିକିତ୍ସାଧୀନ ଥିବାର ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.