ETV Bharat / state

ବର୍ଷା ଆରମ୍ଭରୁ ବ୍ୟାପିଲାଣି ଝାଡ଼ାବାନ୍ତି; ବଲାଙ୍ଗୀରରେ ଗଲାଣି ଜୀବନ ! - Diarrhoea in Balangir

author img

By ETV Bharat Odisha Team

Published : Jul 20, 2024, 10:38 PM IST

Diarrhoea in Balangir: ବଲାଙ୍ଗୀର ଜିଲ୍ଲା ଲଖପାଳି ଗ୍ରାମରେ ବ୍ୟାପିଲା ଝାଡ଼ାବାନ୍ତି । ଗତ 20 ଦିନରେ 30ରୁ ଅଧିକ ଆକ୍ରାନ୍ତ । 2 ଜଣଙ୍କ ମୃତ୍ୟୁ ଅଭିଯୋଗ । ଏବେ ବି ଅନେକ ଗୁରୁତର । ଅଧିକ ପଢ଼ନ୍ତୁ

Diarrhoea in Balangir
Diarrhoea in Balangir (ETV Bharat Odisha)

ବଲାଙ୍ଗୀର: ବର୍ଷା ଆରମ୍ଭରୁ ଚିନ୍ତା ବଢ଼ାଇଲାଣି ଝାଡ଼ାବାନ୍ତି । ବଲାଙ୍ଗୀର ଜିଲ୍ଲା ପୁଇନ୍ତଳା ବ୍ଲକ ଅନ୍ତର୍ଗତ ଲଖପାଳି ଗ୍ରାମରେ ବ୍ୟାପିଲା ଝାଡ଼ାବାନ୍ତି । ବିଗତ 20 ଦିନ ମଧ୍ୟରେ 30ରୁ ଅଧିକ ଆକ୍ରାନ୍ତ ଓ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଆସିଲା ଅଭିଯୋଗ । ଏବେ ମଧ୍ୟ 6 ଜଣ ବଲାଙ୍ଗୀର ବିବିଏମ୍‌ସିଏଚ୍‌ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା । ଗାଁରେ ଡାକ୍ତରୀ ଦଳ ପହଞ୍ଚି ଘରକୁ ଘର ବୁଲି କରୁଛନ୍ତି ଯାଞ୍ଚ ଓ ଚିକିତ୍ସା ।

ତେବେ ଚଳିତ ମାସ (ଜୁଲାଇ) 2 ତାରିଖରୁ ଏଠାରେ ଝାଡ଼ାବାନ୍ତି ବ୍ୟାପିଥିବାବେଳେ ଏଯାଏଁ ଏଥିରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେହିପରି ଏବେ ବି ଗାଁର 6 ଜଣ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି । ତେବେ ମୃତକମାନେ ବେଳମତି ରଣା ଓ ମୋହିନୀ ବିଶ୍ବାଳ ବୋଲି ଗ୍ରାମବାସୀ କହିଛନ୍ତି । ସେପଟେ ଗାଁରେ 700ରୁ ଊର୍ଦ୍ଧ୍ବ ଲୋକ ରହୁଥିବାବେଳେ ପିଇବା ପାଣି ପାଇଁ ତିନୋଟି ନଳକୂପ ଓ ଗୋଟିଏ ସୋଲାର ଚାଳିତ ପାଣି ଟାଙ୍କି ବ୍ୟବସ୍ଥା ଅଛି । ପ୍ରାୟ ନଳକୂପ ଅଚଳ ଥିବାବେଳେ ଲୋକେ ପିଇବା ପାଣି ପାଇଁ ସୋଲାର ଚାଳିତ ପାଣି ଟାଙ୍କି ଉପରେ ହିଁ ନିର୍ଭର କରିଥାନ୍ତି । ସେପଟେ ଏହି ଟାଙ୍କି ଦୀର୍ଘ ବର୍ଷ ହେବ ସଫା ହୋଇନଥିବା କିମ୍ବା ଔଷଧ ଦିଆ ଯାଉନଥିବା ଅଭିଯୋଗ ମଧ୍ୟ ଆସିଛି । ସେହିପରି ଗାଁ ମୁଣ୍ଡରେ ବଲାଙ୍ଗୀର ସହରର ଡମ୍ପିଂ ୟାର୍ଡ ରହିଛି । ଏଠିକାର ଦୂଷିତ ପାଣି ଗାଁର ପୋଖରୀ ଇତ୍ୟାଦିରେ ମିଶୁଥିବାରୁ ଲୋକେ ଏହି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ମଧ୍ୟ ଅନେକ ଅଭିଯୋଗ କରିଛନ୍ତି ।

ତେବେ ଗତ 2 ତାରିଖରୁ ଏଠି ସବୁ ଘରେ ଲୋକ ଝାଡା ବାନ୍ତି ସହ ଜ୍ବରରେ ପଡିବା ଆରମ୍ଭ ହୋଇଥିଲା । ଗତକାଲି (ଶୁକ୍ରବାର) ଜଣେ ମହିଳା ବେଳମତି ରଣାଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଜଣେ ଯୁବତୀ ମୋହିନୀ ବିଶ୍ବାଳଙ୍କର ମୃତ୍ୟୁ ହୋଇଥିବା ମୃତକଙ୍କ ସମ୍ପର୍କୀୟ ସନ୍ତୋଷ ରଣା କହିଛନ୍ତି । ସେହିପରି ଆଜିଯାଏ ଗାଁର ପ୍ରାୟ 30 ଜଣ ଏହି ରୋଗରେ ପୀଡିତ ଥିବା ବେଳେ 6 ଜଣ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିବା ସେ କହିଛନ୍ତି । ଅନ୍ୟପଟେ ଗାଁର ଜଣେ ମହିଳା ସୁମିତ୍ରା ରଣାଙ୍କ କହିବା ମୁତାବକ ତାଙ୍କ ଘରେ ମଧ୍ୟ ସବୁ ଶିଶୁଙ୍କୁ ପ୍ରଥମେ ଝାଡାବାନ୍ତି ହୋଇଥିଲା । ତାଙ୍କର ଚିକିତ୍ସା ପରେ ସେମାନେ ଏବେ ସୁସ୍ଥ ଥିବାବେଳେ ଗୋଟିଏ ପୁଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛି ।

ସେପଟେ ଏହି ଅଭିଯୋଗ ପରେ ଗାଁରେ ଡାକ୍ତରୀ ଟିମ ପହଞ୍ଚି ଘରକୁ ଘର ବୁଲି ଯାଞ୍ଚ କରୁଛନ୍ତି । ସେହିପରି ସମସ୍ତ ଆକ୍ରାନ୍ତଙ୍କୁ ଔଷଧ ଦେବା ସହ ସବୁ ଲୋକଙ୍କୁ ସଚେତନ କରୁଥିବାର କହିଛନ୍ତି ଡାକ୍ତର ରେଣୁଲତା ହୋତା । ସେହିପରି 6 ଜଣ ମେଡିକାଲରେ ଭର୍ତ୍ତି ଥିବାବେଳେ ଏବେ ଏଠିକାର ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ସେ କହିଛନ୍ତି । ସେପଟେ ମୃତ୍ୟୁ ହୋଇଥିବା ଦୁଇ ଜଣଙ୍କର ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଥିଲା ବୋଲି ସେ କହିଛନ୍ତି । ସେହିପରି ଅନ୍ୟ ବିଭାଗୀୟ ଅଧିକାରୀ ମଧ୍ୟ ଗାଁକୁ ଆସି ଏଠିକାର ସାନିଟାଇଜେସନ କାମ ଉପରେ ପଦକ୍ଷେପ ନେଉଥିବାର ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମାଲକାନଗିରିରେ ବ୍ୟାପୁଛି ଝାଡାବାନ୍ତି; ତତ୍ପର ସ୍ୱାସ୍ଥ୍ୟ ବିଭାଗ, ସ୍ୱଚ୍ଛ ପାଣି ଓ ଖାଦ୍ୟ ଉପରେ ଗୁରୁତ୍ୱ - diarrhea cases in malkangiri

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.