ETV Bharat / state

ଆଜିଠୁ ଦୁଇ ଦିନିଆ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ; ସାମିଲ ହେବେ ନଡ୍ଡା, କଣ ରହିଛି ଏଜେଣ୍ଡା, ୨୫ବର୍ଷ ଶାସନ ପାଇଁ ପ୍ରସ୍ତୁତ ହେବ ରୋଡ଼ମ୍ୟାପ ! - Bjp extended executive meeting

author img

By ETV Bharat Odisha Team

Published : Jul 19, 2024, 10:19 AM IST

Updated : Jul 19, 2024, 12:58 PM IST

Bjp extended executive meeting to start from today: କାର୍ଯ୍ୟକାରିଣୀ ବୈଠକରେ ସ୍ଥିତି ସମୀକ୍ଷା କରାଯିବ, ଆଗକୁ କଣ କରାଯିବ ତାକୁ ନେଇ ରୋଡ ମ୍ୟାପ ପ୍ରସ୍ତୁତି କରାଯିବ। ବିଜେପି ଯେଉଁ ସବୁ ଶପଥ ନେଇଥିଲେ ନିର୍ଦ୍ଧାରିତ ସମୟ ଭିତରେ ପୂରଣ ହେବ ଏବଂ ଏବେ ମଧ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି । ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା କଥା ହେଉ, କି ରତ୍ନଭଣ୍ଡାର ,କିମ୍ବା ସୁଭଦ୍ରା ଯୋଜନା ସବୁ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ବୈଠକ ପୂର୍ବରୁ କହିଥିଲେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର । ଅଧିକ ପଢନ୍ତୁ

Etv Bharat
Etv Bharat (ETV Bharat Odisha)

ଭୁବନେଶ୍ବର: ଆଜିଠୁ ପୁରୀରେ ଦୁଇ ଦିନିଆ ପରିବର୍ଦ୍ଧିତ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ କାର୍ଯ୍ୟକାରିଣୀ ବୈଠକ । ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ଆଜି ସକାଳେ ପ୍ରଥମେ ଅନୁଷ୍ଠିତ ହେବ ରାଜ୍ୟ ପଦାଧିକାରୀ ବୈଠକ । ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସହପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ଯୋଗ ଦେବେ ।

Bjp extended executive meeting (ETV Bharat Odisha)

ଏହା ସହିତ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି ଓ ସାଧାରଣ ସଂପାଦକ, ଲୋକସଭା ସଂଯୋଜକ ଓ ପ୍ରଭାରୀ, ବିଧାନସଭା ସଂଯୋଜକ ଓ ପ୍ରଭାରୀ, ବିଭିନ୍ନ ମୋର୍ଚ୍ଚାର ରାଜ୍ୟ ପଦାଧିକାରୀମାନେ। ସାଂପ୍ରତିକ ରାଜନୈତିକ ପରିସ୍ଥିତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ କାର୍ଯ୍ୟକାରିଣୀ ବୈଠକରେ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ । ସୂଚନା ଥାଉକି, ବିଜେପି ସରକାରକୁ ଆସିବା ପରେ ଏହା ପ୍ରଥମ କାର୍ଯ୍ୟକାରିଣୀ ବୈଠକ।

ବିଜେପି କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେବା ପାଇଁ ଦୁଇ ଦିନ ତଳେ ଓଡିଶା ଆସିଥିଲେ ସହ ପ୍ରଭାରୀ ଲତା ଉସେଣ୍ଡ ଆସିଥିଲେ । ପରେ ଗତକାଲି ରାଜ୍ୟ ଗସ୍ତରେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଭାରୀ ବିଜୟ ପାଲ ସିଂହ ତୋମାର କହିଥିଲେ ଯେ ବିଜେପି ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ପରିଷଦ ଯେଉଁ ସବୁ ଶପଥ ନେଇଥିଲେ ନିର୍ଦ୍ଧାରିତ ସମୟ ଭିତରେ ପୂରଣ କରାଯିବ । ଏହାସହିତ କାର୍ଯ୍ୟକାରିଣୀ ବୈଠକରେ ସ୍ଥିତି ସମୀକ୍ଷା କରାଯିବ, ଆଗକୁ କଣ କରାଯିବ ତାକୁ ନେଇ ରୋଡ ମ୍ୟାପ ପ୍ରସ୍ତୁତି କରାଯିବ। ବିଜେପି ଯେଉଁ ସବୁ ଶପଥ ନେଇଥିଲେ ନିର୍ଦ୍ଧାରିତ ସମୟ ଭିତରେ ପୂରଣ ହେବ ଏବଂ ଏବେ ମଧ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି । ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା କଥା ହେଉ, କି ରତ୍ନଭଣ୍ଡାର ,କିମ୍ବା ସୁଭଦ୍ରା ଯୋଜନା ସବୁ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଗାମୀ ଦିନରେ ରାଜ୍ୟରେ ବିଜେପି ସରକାର କେମିତି ଶାସନ କରିବ ଏବଂ ଲୋକମାନଙ୍କ ପାଖରେ କେନ୍ଦ୍ର ଯୋଜନା ପହଞ୍ଚାଇବାକୁ ରଣନୀତି ପ୍ରସ୍ତୁତ ହେବ ବୋଲି କହିଥିଲେ ତୋମାର ।

ଏହା ବି ପଢନ୍ତୁ - ପ୍ରତିଶ୍ରୁତି ପୂରଣ ପାଇଁ ନୂଆ ସରକାରଙ୍କ ରୋଡମ୍ୟାପ୍, କାର୍ଯ୍ୟକାରିଣୀ ବୈଠକରେ ହେବ ଆଲୋଚନା - BJP Executive Meeting

ଆଜି (19) ଏବଂ 20 ତାରିଖରେ ହେବ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା ବୈଠକକୁ ଉଦଘାଟନ କରିବେ । ପୁରୀର ବଳିଆ ପଣ୍ଡା ସ୍ଥିତ ଏକ ହୋଟେଲରେ ହେବ । ନିର୍ବାଚନ ପରବର୍ତ୍ତୀ ଅବସ୍ଥାରେ କେନ୍ଦ୍ରରେ ତୃତୀୟ ଥର ଏବଂ ଓଡ଼ିଶାରେ ବିଜେପି ପ୍ରଥମ ଥର ସରକାର ଗଠନ ହେବା ପରେ ବୈଠକ ହେଉଛି । 19 ତାରିଖ ସକାଳ 10 ଟା 30ରେ ପଦାଧିକାରୀ ବୈଠକ ହେବ । ଅପରାହ୍ନ 2.30ରେ କାର୍ଯ୍ୟକାରିଣୀ ବୈଠକ ଉଦଘାଟନ ହେବ ଏବଂ 20 ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ । ରାଜ୍ୟର ସବୁ ନେତା ଉପସ୍ଥିତ ରହିବେ । 24 ନିର୍ବାଚନ ବେଳେ ବିଧାନସଭା ଏବଂ ଲୋକସଭା ସଂଯୋଜକ, ଜିଲ୍ଲା ସାଧାରଣ ସଂପାଦକ, ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ମୋର୍ଚ୍ଚା ସଭାପତି ଉପସ୍ଥିତ ରହିବେ । କ୍ଷତ୍ରିୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଉପସ୍ଥିତ ରହିବେ । ବୈଠକରେ ରାଜନୈତିକ ପରିସ୍ଥିତି, ସାଂପ୍ରତିକ ସରକାରର ଜନ କଲ୍ୟାଣ କାର୍ଯ୍ୟକ୍ରମ ବିଷୟରେ ଚର୍ଚ୍ଚା ଆଲୋଚନା ହୋଇ ଆଗାମୀ ରଣନୀତି ପ୍ରସ୍ତୁତ ହେବ ।

Bjp extended executive meeting

ଦୁଇ ଦିନ ତଳେ ସହ ପ୍ରଭାରୀ ଲତା ଉସେଣ୍ଡି କହିଥିଲେ କି, ଆଗାମୀ ୫ ବର୍ଷ ନୁହେଁ, ୨୫ ବର୍ଷ ପାଇଁ ଓଡ଼ିଶାରେ ବିଜେପି ସରକାର ଶାସନ କରିବା ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ । ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ପୁରୀରେ କାର୍ଯ୍ୟକାରିଣୀ ବୈଠକ ହେବାକୁ ଯାଉଛି, ଜଗନ୍ନାଥ ଆମକୁ ଆଶୀର୍ବାଦ କରିଛନ୍ତି ଓଡ଼ିଶାରେ ସେବା କରିବା ପାଇଁ, ତାଙ୍କ ସାନିଧ୍ୟ ପାଇଁ ତାଙ୍କୁ ଧନ୍ୟବାଦ୍ ଦେବା ପାଇଁ ଜଗନ୍ନାଥଙ୍କ ଭୂମି ପୁରୀରେ କାର୍ଯ୍ୟକାରିଣୀ ବୈଠକ ହେଉଛି । କେନ୍ଦ୍ର ଓ ରାଜ୍ୟର ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚେଇବା ଆମର କର୍ତ୍ତବ୍ୟ । ଓଡ଼ିଶାବାସୀ ଯେମିତି ଚାହୁଁଛନ୍ତି ସେମିତି ବିକାଶ କରିବ ବିଜେପି ସରକାର । ବିଜେପିରେ ନିରନ୍ତର ଭାବରେ ସଂଗଠନ କାମ ଚାଲେ ।

କାହିଁକି ପୁରୀକୁ ବାଛିଲା ବିଜେପି-

ରାଜ୍ୟରେ ସରକାର ଗଠନ ପରେ ଏହା ହେବ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ । ତେବେ ଶ୍ରୀକ୍ଷେତ୍ର ପୁରୀରେ ଦଳ ଏହି ବୈଠକ କରିବ । ସରକାର ଗଠନ ପରେ ଶ୍ରୀମନ୍ଦିରକୁ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦ ଗସ୍ତ କରି ଠାକୁରଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିଥିଲେ ପରେ ରତ୍ନଭଣ୍ଡାର ସରକାର କମିଟି ଗଠନ କରି ଖୋଲିଛନ୍ତି । ଏହା ସହିତ ପ୍ରଥମ କ୍ୟାବିନେଟରେ ଶ୍ରୀମନ୍ଦିର ପାଇଁ 500 କୋଟିର କର୍ପସ ଫଣ୍ଡ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେଣୁ ବର୍ତ୍ତମାନ ବିଜେପି ଫୋକସରେ ଶ୍ରୀକ୍ଷେତ୍ର ପୁରୀ ଥିବା ରାଜନୈତିକ ସ୍ତରରେ ଆଲୋଚନା ହୋଉଛି ।

ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ/ ଭୁବନେଶ୍ୱର

Last Updated : Jul 19, 2024, 12:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.