ETV Bharat / state

ଦିନକ ପରେ ନୌସେନା ଦିବସ, ବ୍ଲୁ-ଫ୍ଲାଗ ବିଚରେ ହେଲା ଫୁଲ୍ ଡ୍ରେସ ରିହରର୍ସାଲ - NAVY DAY CELEBRATIONS

ଫୁଲ୍ ଡ୍ରେସ ରିହରର୍ସାଲ କଲା ନୌସେନା । ସମୁଦ୍ର ଜଳରାଶିରେ ଯୁଦ୍ଧପୋତ ଓ ଆକାଶରେ ଶକ୍ତି ପ୍ରଦର୍ଶନ କଲେ ବିମାନ । ବୁଧବାର ମୁଖ୍ୟ କାର୍ଯ୍ୟକ୍ରମ । କାଲି ପହଞ୍ଚୁଛନ୍ତି ରାଷ୍ଟ୍ରପତି ।

ବ୍ଲୁ-ଫ୍ଲାଗ ବିଚରେ ଭାରତୀୟ ନୌସେନାର ଫୁଲ୍ ଡ୍ରେସ ରିହରର୍ସାଲ ପ୍ରଦର୍ଶନୀ
ବ୍ଲୁ-ଫ୍ଲାଗ ବିଚରେ ଭାରତୀୟ ନୌସେନାର ଫୁଲ୍ ଡ୍ରେସ ରିହରର୍ସାଲ ପ୍ରଦର୍ଶନୀ (ETV Bharat Odisha)
author img

By ETV Bharat Odisha Team

Published : Dec 2, 2024, 7:47 PM IST

Updated : Dec 2, 2024, 10:34 PM IST

ପୁରୀ: ‘ଭାରତୀୟ ନୌସେନା ଦିବସ-2024’ ପାଳନକୁ ମଝିରେ ଆଉ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ବ୍ଲୁ-ଫ୍ଲାଗ ବିଚରେ ଫୁଲ୍ ଡ୍ରେସ ରିହରର୍ସାଲ ପ୍ରଦର୍ଶନୀ କରିଛି ଭାରତୀୟ ନୌସେନା । ଆଜିଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ଫୁଲ୍ ଡ୍ରେସ ରିହରସାଲ ଆସନ୍ତାକାଲି ଅପରାହ୍ନରେ ମଧ୍ୟ ହେବ । 4 ତାରିଖରେ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମରେ 3 ସଶସ୍ତ୍ର ବଳର ସର୍ବୋଚ୍ଚ କମାଣ୍ଡର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଅଂଶଗ୍ରହଣ କରିବେ । ଏଥିରେ ପ୍ରାୟ 15ଟି ଯୁଦ୍ଧପୋତ ଓ 40ରୁ ଅଧିକ ନୌସେନା ବିମାନ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଗୋଟିଏ ପରେ ଗୋଟିଏ ଯୁଦ୍ଧ ଜାହାଜ ଏବେ ପୁରୀ ସୁମୁଦ୍ରରେ ପହଞ୍ଚିବାରେ ଲାଗିଛନ୍ତି ।

  • ଫୁଲ୍ ଡ୍ରେସ ରିହର୍ସାଲ କଲା ନୌସେନା:-

ଆଜି (ସୋମବାର) ଅପରାହ୍ନ ୪ଟାରୁ ବ୍ଲୁ-ଫ୍ଲାଗ ବିଚରେ ଭାରତୀୟ ନୌସେନାର ଫୁଲ୍ ଡ୍ରେସ ରିହର୍ସାଲ ପ୍ରଦର୍ଶନୀ ଆରମ୍ଭ ହୋଇଥିଲା । ଯାହାକୁ ଦେଖିବାପାଇଁ ବେଳାଭୂମିରେ ଦର୍ଶକଙ୍କ ବେଶ୍‌ ଭିଡ ଜମିଥିଲା । ଡ୍ରୋନ୍ ଏବଂ ଲେଜର ସୋ’ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିଲା । ଟ୍ରାଫିକ୍‌ ସୁପରିଚାଳନା ଏବଂ ଗହଳି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିଲା । ତେବେ ବୁଧବାର (4 ତାରିଖ) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମେ ୧୦ଟା ୧୫ରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ । ପରେ ଅପରାହ୍ନ ୩ଟା ୫୫ରେ ନୌସେନା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବ୍ଲୁ-ଫ୍ଲାଗ ବିଚରେ ପହଞ୍ଚିବେ । କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ବେଳାଭୁମିରୁ ନେଇ ସମଗ୍ର ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଦିନକ ପରେ ନୌସେନା ଦିବସ, ବ୍ଲୁ-ଫ୍ଲାଗ ବିଚରେ ହେଲା ଫୁଲ୍ ଡ୍ରେସ ରିହରର୍ସାଲ (ETV Bharat Odisha)
ବ୍ଲୁ-ଫ୍ଲାଗ ବିଚରେ ଭାରତୀୟ ନୌସେନାର ଫୁଲ୍ ଡ୍ରେସ ରିହରର୍ସାଲ ପ୍ରଦର୍ଶନୀ
ବ୍ଲୁ-ଫ୍ଲାଗ ବିଚରେ ଭାରତୀୟ ନୌସେନାର ଫୁଲ୍ ଡ୍ରେସ ରିହରର୍ସାଲ ପ୍ରଦର୍ଶନୀ (ETV Bharat Odisha)
ଆଉ ଦିନକ ପରେ ନୌସେନା ଦିବସ, ବ୍ଲୁ-ଫ୍ଲାଗ ବିଚରେ ହେଲା ଫୁଲ୍ ଡ୍ରେସ ରିହରର୍ସାଲ ପ୍ରଦର୍ଶନୀ
ଆଉ ଦିନକ ପରେ ନୌସେନା ଦିବସ, ବ୍ଲୁ-ଫ୍ଲାଗ ବିଚରେ ହେଲା ଫୁଲ୍ ଡ୍ରେସ ରିହରର୍ସାଲ ପ୍ରଦର୍ଶନୀ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ଆସନ୍ତାକାଲିଠାରୁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ, ୪ରେ ନୌସେନା ଦିବସ କାର୍ଯ୍ୟକ୍ରମରେ ହେବେ ସାମିଲ

  • କାଲି ପହଞ୍ଚିବେ ରାଷ୍ଟ୍ରପତି:-

ଆଜି ଯୁଦ୍ଧକୌଶଳ ଏବଂ ନୌସେନାର ରଣନୀତିର ରିହରର୍ସାଲ ଦେଖି ଦର୍ଶକମାନେ ବେଶ୍ ଉତ୍ସାହିତ ଥିବାବେଳେ ଆସନ୍ତା ବୁଧବାର ମୁଖ୍ୟ କାର୍ଯ୍ୟକ୍ରମ ତଥା ନୌସେନା ଦିବସ ଉତ୍ସବକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଦର୍ଶକ ଏବେ ଅପେକ୍ଷାରେ ଅଛନ୍ତି । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି (ମଙ୍ଗଳବାର) ଭୁବନେଶ୍ବରରେ ପହଞ୍ଚିବେ । 4 ତାରିଖ ସକାଳେ ସେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରାଜଧାନୀରେ କମିଶନରେଟ ପୋଲିସ ମଧ୍ୟ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି ପ୍ରୋଟୋକଲ ଅନୁସାରେ, କାରକେଡ ରିହରର୍ସାଲ ଶେଷ କରିଛି ।

ଇଟିଭି ଭାରତ, ପୁରୀ

Last Updated : Dec 2, 2024, 10:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.